ପୂର୍ବରୁ ମଧ୍ୟ ରାଣୀ କହିଥିଲେ, "ଖଣ୍ଡଗିରି ଆଇଆଇସି ଯେଉଁ ନିଷ୍ପତ୍ତି ନେଇଛନ୍ତି, ମୁଁ ତାକୁ ସ୍ବାଗତ କରୁଛି । କାହିଁକି ନା ମୁଁ ବି ଚାହୁଁଛି ଆଇଟମ୍ ଡ୍ୟାନ୍ସ ହେଉ କଳା ପ୍ରଦର୍ଶନ ହେଉ, କିନ୍ତୁ କୌଣସି ଅଶ୍ଳିଳତା ନହେଉ। ମୁଁ କୌଣସି ସ୍ଥାନରେ ଅଶ୍ଳିଳତା କରିନାହିଁ, କେବଳ କଳା ପ୍ରଦର୍ଶନ କରିଛ ଲୋକଙ୍କ ମନୋରଞ୍ଜନ କରିଛି ଓ ସେମାନଙ୍କ ହୃଦୟରେ ରହିଛି।
Trending Photos
ଭୁବନେଶ୍ୱର: ଆଜିଠାରୁ ରାଜଧାନୀରେ ଖଣ୍ଡଗିରି ମେଳା ଆରମ୍ଭ ହୋଇଛି। ଖଣ୍ଡଗିରିରେ ୧୨ରୁ ଅଧିକ ଯାତ୍ରା ପାର୍ଟି ଳୋକଙ୍କ ମନୋରଞ୍ଜନ କରିବେ । ତେବେ ଏଥରକ ଅଶ୍ଳୀଳ ନୃତ୍ୟକୁ ଵ୍ୟାନ୍ କରାଯାଇଛି। ବିଶେଷ କରି ନିଶା ସାହୁ ଭାଉଜ ଆଉ ରାଣୀ ପ୍ରିୟଦର୍ଶିନୀଙ୍କୁ ଖଣ୍ଡଗିରିକୁ ସମ୍ପୂର୍ଣ୍ଣ ମନା ହୋଇଛି। ଏମିତିକି ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି, ଯିଏ ଅଶ୍ଳୀଳ ନୃତ୍ୟ କରିବ ତାକୁ ଠେଙ୍ଗା ପାହାର ହେବ। ଯେଉଁଥି ପାଇଁ ଆଜି ରାଣୀ ପ୍ରିୟଦର୍ଶିନୀ ସାମ୍ୱାଦିକ ସମ୍ମିଳନୀ କରି ତାଙ୍କ ଉପରେ ଏବଂ ପ୍ରଶାସନ ଉପରେ ବର୍ଷିଛନ୍ତି। ସେ କଡ଼ା ଚାଲେଞ୍ଜ ଦେଇ କହିଛନ୍ତି, ଠେଙ୍ଗା ବାଜିଲେ ସନ୍ନ୍ୟାସ ନେଇଯିବି । ଯଦି ଖଣ୍ଡଗିରି କୁମ୍ଭ ମେଳାରେ ଅଶ୍ଳୀଳ ଡ୍ୟାନ୍ସ ହୁଏ, ମେଲୋଡି ହୁଏ, ଡବଲ ମିନିଂ କମେଡି ହୁଏ, ଆଧୁନିକ ଗୀତରେ ଯଦି କିଏ ନାଚିବେ, ତେବେ ରାଣୀ ପ୍ରିୟଦର୍ଶିନୀକୁ କିଏ ଅଟକାଇ ପାରିବେ ନାହିଁ । ମୁଁ ସେଇଠି ଠୁମକା ଲଗାଇ ଶାଢୀ ପିନ୍ଧି ନାଚିବି।
ପୂର୍ବରୁ ମଧ୍ୟ ରାଣୀ କହିଥିଲେ, "ଖଣ୍ଡଗିରି ଆଇଆଇସି ଯେଉଁ ନିଷ୍ପତ୍ତି ନେଇଛନ୍ତି, ମୁଁ ତାକୁ ସ୍ବାଗତ କରୁଛି । କାହିଁକି ନା ମୁଁ ବି ଚାହୁଁଛି ଆଇଟମ୍ ଡ୍ୟାନ୍ସ ହେଉ କଳା ପ୍ରଦର୍ଶନ ହେଉ, କିନ୍ତୁ କୌଣସି ଅଶ୍ଳିଳତା ନହେଉ। ମୁଁ କୌଣସି ସ୍ଥାନରେ ଅଶ୍ଳିଳତା କରିନାହିଁ, କେବଳ କଳା ପ୍ରଦର୍ଶନ କରିଛ ଲୋକଙ୍କ ମନୋରଞ୍ଜନ କରିଛି ଓ ସେମାନଙ୍କ ହୃଦୟରେ ରହିଛି। ଯେଉଁମାନେ ସେଠାର ଅଶ୍ଳିଳତା ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ବ୍ୟାନ୍ କରାଯାଉ, କିନ୍ତୁ ମୁଁ କେଉଁଠାରେ କୌଣସି ଅଶ୍ଳିଳତା କରିନି କେବଳ କଳା ପ୍ରଦର୍ଶନ କରି ଲୋକଙ୍କ ମନୋରଞ୍ଜନ କରିଛି। ରାନୀ କହିଛନ୍ତି, "ମୋ ପାଖରେ ଟ୍ୟାଲେଣ୍ଟ ଅଛି ଯୋଉଠି ଠୁମକା ଲଗେଇବି ସେଇଠି ଖଣ୍ଡଗିରି ମେଳା ହେଇଯିବ । ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମତେ ବ୍ୟାନ୍ କରିଦେଲେ ମୋର କିଛି ଅସୁବିଧା ହେବନି ।
ଆଜି ପବିତ୍ର ମାଘ ସପ୍ତମୀଠାରୁ ଆରମ୍ଭ ହୋଇଛି ଖଣ୍ଡଗିରି ମେଳା। ଏଥିପାଇଁ ଶତାଧିକ ସାଧୁସନ୍ଥ ଖଣ୍ଡଗିରି ମେଳାରେ ପହଞ୍ଚିଛନ୍ତି। ସାଧୁସନ୍ଥଙ୍କ ହୋମଯଜ୍ଞରେ ପ୍ରକମ୍ପିତ ହେଉଛି ପୁରା ଅଞ୍ଚଳ। ଚିକମିକ୍ ଆଲୋକରେ ସଜେଇ ହୋଇଛି ଖଣ୍ଡଗିରି ପାହାଡ଼ । ଭଳିକି ଭଳି ଦୋକାନ, ଖେଳ ସାଙ୍ଗକୁ ଯାତ୍ରା ମଞ୍ଚ ପ୍ରସ୍ତୁତ ହୋଇଛି। ମେଳା ସମୟରେ ପ୍ରାୟ ୧୦ଲକ୍ଷରୁ ଅଧିକ ଦର୍ଶକ ପ୍ରତି ଦିନ ଯାତ୍ରା ଦେଖନ୍ତି । ଦୋକାନ, ବଜାରଠାରୁ ଆରମ୍ଭ କରି ମୀନାବଜାର, ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ଖାଦ୍ୟ, ଘର ସାଜସଜ୍ଜା ଉପକରଣ ଓ ଛୋଟ ପିଲାମାନଙ୍କ ପାଇଁ ଦୋଳି ଆଦି ଦୋକାନ ପଡ଼ିଥାଏ।
ତେବେ ଏହି ମେଳା ଆଜିଠାରୁ ଆରମ୍ଭ ହୋଇ ମାଘ ପୂର୍ଣ୍ଣିମା ଯାଏଁ ଚାଲିବ। ଅର୍ଥାତ ୪ ରୁ ୧୨ ତାରିଖ ଯାଏଁ ମେଳା ଚାଲିବ। ତେବେ ଚଳିତ ବର୍ଷ ଖଣ୍ଡଗିରି ମାଘ ମେଳାରେ ଅଧିକ ଜନ ସମାଗମ ହେବାର ସମ୍ଭାବନା ରହିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଧ୍ୟାନ ଦିଆଯାଇଛି। ସମଗ୍ର ମେଳା ପଡ଼ିଆରେ ୮୦ଟି ସିସିଟିଭି କ୍ୟାମେରା ଲଗାଯାଇଛି।
ମାଘ ସପ୍ତମୀରେ ଖଣ୍ଡଗିରି-ଉଦୟଗିରି ପାଦ ଦେଶରେ ହେଉଥିବା କୁମ୍ଭମେଳା, ଖଣ୍ଡଗିରି ମେଳା ନାମରେ ପରିଚିତ । ଭୁବନେଶ୍ୱର ଉପକଣ୍ଠ ଖଣ୍ଡଗିରିଠାରେ କାହିଁ କେଉଁ କାଳରୁ ହୋଇ ଆସୁଥିବା ପ୍ରସିଦ୍ଧ କୁମ୍ଭମେଳା ୯ ଦିନ ଧରି ଚାଲି ମାଘ ପୂର୍ଣ୍ଣିମା ଦିନ ପୂର୍ଣ୍ଣାହୁତି ହୁଏ । ଏହି ଅବସରରେ ସାଧୁସନ୍ଥଙ୍କ ସମାବେଶ ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ ।
Also Read- Rajyog 2025: ମାଳବ୍ୟ ଏବଂ ଶାଶ ରାଜଯୋଗ ପ୍ରଭାବ, ଶନିଙ୍କ ଆଶୀର୍ବାଦରୁ ୩ ରାଶି ପାଇବେ ଖୁସି
Also Read- ଦୁଇ ପୁଅଙ୍କ ମୁହଁ ଚାହୁଁନି । କାହା ସହ କାହାର ସମ୍ପର୍କ ନାହିଁ: ସୁର ରାଉତରାୟ