Advertisement
Photo Details/zeeodisha/odisha2641050
photoDetails0hindi

Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

Horoscope Today 11 February 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଫେବୃଆରୀ ୧୧ ହେଉଛି ମଙ୍ଗଳବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12
ମେଷ- ଦିନଟି ମଙ୍ଗଳମୟ ରହିବ। ବ୍ୟବସାୟରେ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ। ଚାକିରିରେ ମଧ୍ୟମ ଫଳ ପ୍ରାପ୍ତ ହେବ।  ପରିବାର ସହ ସମୟ ଅତିବାହିତ କରିବେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ବିଦ୍ୟାର୍ଥୀମାନେ ଉପକୃତ ହେବେ ।

ALSO READ: Weekly Special Horoscope: ଫେବୃଆରୀର ଦ୍ବିତୀୟ ସପ୍ତାହ କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ, ଜାଣନ୍ତୁ

ALSO READ: Sun Transit 2025: ସୂର୍ଯ୍ୟଙ୍କ ଚଳନ ବଦଳାଇବ ଏହି ସବୁ ରାଶିଙ୍କ ଭାଗ୍ୟ, ବଢିବ ବ୍ୟାଙ୍କ୍ ବାଲାନ୍ସ ସହ ମିଳିବ ଖୁସି ଖବର...

2/12
  ବୃଷ- ଦିନଟି ଉତ୍ତମ ରହିବ। ବ୍ୟବସାୟରେ ବୃଦ୍ଧି ହେବା ସହ ଅଧିକ ପରିଶ୍ରମ ପଡ଼ିପାରେ। ଭ୍ରମଣ ଯୋଗ ରହିଛି । ପରିବାରରେ ସାମାନ୍ୟ ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖାଦେବ। ମନ ପ୍ରସନ୍ନ ରହିବ । 

3/12
ମିଥୁନ- ଆଜି ବ୍ୟବସାୟରେ ଇଚ୍ଛାକୃତ ଲାଭ ପାଇ ଖୁସି ହେବେ। ସ୍ୱାସ୍ଥ୍ୟ ବିଷୟରେ ସଚେତନ ରୁହନ୍ତୁ । ନଚେତ୍ ପେଟ ଜନିତ ସମସ୍ୟା ଦେଖାଦେଇପାରେ।  ପିଲାମାନଙ୍କ ସହିତ ସମୟ କାଟିବେ। ଅଧିକ ଖର୍ଚ୍ଚ ହେବ। ବିଦ୍ୟାର୍ଥୀମାନେ ପାଠକୁ ଅଧିକ ଗୁରୁତ୍ଵ ଦେବେ। 

4/12
କର୍କଟ- ଆଜି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ପାରିବାରିକ ଜୀବନ ସୁଖମୟ ହେବ। ମାଆଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ମନ ସାମାନ୍ୟ ଚିନ୍ତାରେ ରହିପାରେ।  ବିଦେଶ ଯାତ୍ରା କରିପାରନ୍ତି। ଭାଇଙ୍କ ସହ ଯୋଗ ପ୍ରାପ୍ତ କରିବେ ।

5/12
ସିଂହ- ଚାକିରିରେ ଚାପ ବୃଦ୍ଧି ପାଇବ। ଲାଗିଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ  ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି ।ଦିନଟି ଖୁସିରେ କଟିବ। ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। 

6/12
କନ୍ୟା-ଆଜି କୌଣସି ପ୍ରକାର ଆକସ୍ମିକ ଦୁର୍ଘଟଣାର ସାମ୍ନା କରିପାରନ୍ତି। ଭଲ କର୍ମ ଗୁଡ଼ିକର ଫଳ ପ୍ରାପ୍ତ ହେବ। ବାଣିଜ୍ୟ-ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି। ପୁରୁଣା ଋଣ ପରିଶୋଧ କରିବେ। ପତ୍ନୀଙ୍କ ସହ ଆଲୋଚନା କରି କିଛି ନୂଆ କରିବାକୁ ମନସ୍ଥ କରିବେ। ହେଲେ ସେଥିରେ କ୍ଷତି ସହିବେ।

7/12
ତୁଳା- ଛାତ୍ରଛାତ୍ରୀମାନେ ବ୍ୟସ୍ତତାରେ ଦିନ କାଟିବେ। ମାନସିକ ଚିନ୍ତାରେ ରହି ନିଷ୍ପତ୍ତି ନେବେ ଓ ସଫଳତା ମଧ୍ୟ ମିଳିବ। ପରିବାରରେ ସାହାଯ୍ୟ ସହାନୁଭୂତି ଲାଗି ରହିବ। ମିଳୁନଥିବା ଅର୍ଥ ହଠାତ୍ ପ୍ରାପ୍ତି ହେବ। ନୂତନ ଯାନବାହନ କ୍ରୟ କରିବେ। 

8/12
ବିଛା- ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ।  ଚାକିରିରେ ପଦୋନ୍ନତି ଘଟିବ। ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି। ମାନ ସମ୍ମାନ ମିଳିବ। ଭାବିଚିନ୍ତି କାର୍ଯ୍ୟ ନିଷ୍ପତ୍ତି ନିଅନ୍ତୁ । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।

9/12
ଧନୁ- ଆଜି ଦିନଟି ଖାସ୍ ରହିବ। ଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟରେ ଲାଭ ଯୋଗ ରହିଛି। ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ଅମନଯୋଗୀ ହୋଇପାରନ୍ତି। ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ। 

10/12
ମକର-  ଦିନଟିରେ ବହୁତ ଭଲ ଯୋଗ ରହିଛି। ବ୍ୟବସାୟରେ ଅଟକିଥିବା କାର୍ଯ୍ୟ ଆଗକୁ ବଢ଼ିବ।  ରାଜନୀତିରେ ସଫଳତା ପ୍ରାପ୍ତି ହେବ। ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇପାରେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ। 

11/12
କୁମ୍ଭ-  ଦିନଟିରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାର। ବିଶେଷକରି, ଆଜି ଶାରୀରିକ ସମସ୍ୟା ଦେଖା ଦେବ। ତଳିପେଟରେ ଯନ୍ତ୍ରଣା ଦେଖା ଦେବ। ଦିନଟି ଏତେ ଉତ୍ତମ ଧନ ପ୍ରାପ୍ତି ଯୋଗ ରହିଛି । ବଡ଼ ସଫଳତା ମିଳିପାରେ। ସ୍ବାସ୍ଥ୍ୟାବସ୍ଥା ମଧ୍ୟମ ରହିବ। ଶତ୍ରୁଙ୍କୁ ଭୟ କରିବେ। 

12/12
ମୀନ-ଦିନଟି ଆପଣଙ୍କୁ ସମସ୍ତ କ୍ଷେତ୍ରରେ ମଧ୍ୟମ ଫଳ ଦେବ। ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ । ଛାତ୍ରଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ। ଚିନ୍ତାକୁ ଦୂରୀଭୂତ କରନ୍ତୁ। ଧନ ଲାଭର ସଂଯୋଗ ରହିଛି।