ସାରା ଦେଶରେ ଏହି ସମୟରେ ୬ଲକ୍ଷ ୭୮ ହଜାର ୨୩୫ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ଏହି ହିସାବକୁ ଦେଖଲେ ଓଡ଼ିଶାର ଛାତ୍ର ଛାତ୍ରୀଙ୍କ ଅନୁପାତ ହେଉଛି ୨.୫%।
Trending Photos
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ପ୍ରୋତ୍ସାହନ ଯୋଜନାରେ ଗତ ୫ ବରତ୍ଷ ଭିତରେ ରାଜ୍ୟରୁ ମାତ୍ର ୧୭୧୬୬ ଛାତ୍ରଛାତ୍ରୀ ଲାଭ ପାଇଛନ୍ତି। ଏହି ଛାତ୍ରଛାତ୍ରୀଙ୍କୁ କ୍ରଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଜରିଆରେ ବିଭିନ୍ନ ବ୍ୟାଙ୍କ ଶିକ୍ଷାଋଣ ପ୍ରଦାନ କରିଛନ୍ତି। ଯାହାର ୭୫ ପ୍ରତିଶତକୁ ଭାରତ ସରକାର ଗ୍ୟାରେଣ୍ଟି ଯୋଗାଇଛନ୍ତି।
ସାରା ଦେଶରେ ଏହି ସମୟରେ ୬ଲକ୍ଷ ୭୮ ହଜାର ୨୩୫ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ଏହି ହିସାବକୁ ଦେଖଲେ ଓଡ଼ିଶାର ଛାତ୍ର ଛାତ୍ରୀଙ୍କ ଅନୁପାତ ହେଉଛି ୨.୫%।
୨୦୨୦ ମସିହାରେ ଏହି ଯୋଜନାରେ ୬୩୦୮ ଜଣ ଛାତ୍ରୀ ଉପକୃତ ହୋଇଥିବାବେଳେ ୧୦୮୫୮ଜଣ ଛାତ୍ର ଉପକୃତ ହୋଇଛନ୍ତି। ଯୋଜନା ଅଧୀନରେ ସେମାନେ ଉଚ୍ଚତର ଶିକ୍ଷା ପାଇଁ ସାଢ଼େ ସାତଲକ୍ଷ ଟଙ୍କା ଋଣ ନେଇଛନ୍ତି। ପ୍ରତିବର୍ଷ ଏହି ଲାଭାର୍ଥୀଙ୍କ ସଂଖ୍ୟା ବଢ଼ିଛି। ୨୦୨୦ ମସିହାରେ ଏହି ଯୋଜନାରେ ୧୭୮୫ ଛାତ୍ରଛାତ୍ରୀ ଉପକୃତ ହୋଇଥିବା ବେଳେ ୨୦୨୧ରେ ୨୦୯୦ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ। ଠିକ୍ ସେହିପରି ୨୦୨୨ରେ ୩୦୬୭ ଜଣ, ୨୦୨୩ରେ ୫୩୦୪ ଏବଂ ୨୦୨୪ରେ ୫୦୧୦ ଜଣ ଉପକୃତ ହୋଇଛନ୍ତି।
ଲୋସଭାରେ ଏ ବିଷୟରେ ଉତ୍ତର ରଖି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୨୦୨୪ ସୁଦ୍ଧା ସମୁଦାୟ ୧୧ଲକ୍ଷ ୨୬ ହଜାର କ୍ରେଡିଟ୍ ଗ୍ୟାରେଣ୍ଟି ପ୍ରଦାନ କରାଯାଇଛି। ଏଥିରୁ ୫୦ ହଜାର ୮୦୦ କୁ ଏନ୍ପିଏ ଆକାରରେ ଗ୍ରହଣ କରାଯାଇଛି। ଏହି ହାର ସମୁଦାୟ କ୍ରେଡିଟ୍ ଗ୍ୟାରେଣ୍ଟିର ମାତ୍ର ୪.୫% ବୋଲି ଏହି ଉତ୍ତରରେ କୁହାଯାଇଛି।
Also Read- Top 10 News: ଫ୍ଲଡ୍ ଲାଇଟ ତ୍ରୁଟି ଘଟଣାରେ BJD କଲା ଆଟାକ୍ ଏବଂ ଅନ୍ୟାନ୍ୟ ଅପଡେଟ୍
Also Read- Mamta kulkarni: ମହାମଣ୍ଡଳେଶ୍ୱର ପଦବୀ ଛାଡିଲେ ମମତା କୁଲକର୍ଣ୍ଣି, ଜାଣନ୍ତୁ କାରଣ