ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଲୁଟ୍
Advertisement
Article Detail0/zeeodisha/odisha2515778

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଲୁଟ୍

Robbery : ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ନାୟକଙ୍କ ବାସଭବନରେ ସଶସ୍ତ୍ର ଡକାୟତି ହୋଇଥିବା ଜଣାପଡିଛି। ପ୍ରାୟ ୬ଜଣ ବନ୍ଧୁକଧାରୀ ଡକାୟତ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି। ଗରପୋସ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। 

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଲୁଟ୍

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗରପୋଷ ଫାଣ୍ଡି ସାନ ଡୁମେରମୁଣ୍ଡା ଗ୍ରାମରେ ଲୁଟ୍। ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ନାୟକଙ୍କ ବାସଭବନରେ ସଶସ୍ତ୍ର ଡକାୟତି ହୋଇଥିବା ଜଣାପଡିଛି। ପ୍ରାୟ ୬ଜଣ ବନ୍ଧୁକଧାରୀ ଡକାୟତ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି। ଗରପୋସ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। 

ସୂଚନା ମୁତାବକ ଗୁରୁବାର ରାତିରେ ସରୋଜ ନାୟକ ତାଙ୍କ ଘରେ ଥିବାବେଳେ କିଛି ଦୁର୍ବୁତ୍ତ ବଳପୂର୍ବକ ତାଙ୍କ ଘରକୁ ପଶି ଆସିଥିଲେ ଏବଂ ୬ରୁ ୭ ଲକ୍ଷ ଟଙ୍କାର ସୁନା ଗହଣା ଏବଂ ନଗଦ କିଛି ଟଙ୍କା ଲୁଟି ନେଇଥିଲେ। ପରେ ଏ ନେଇ ସରୋଜ ଗରପୋସ ଥାନାରେ ଅଭିଯୋଗ କରିଥିଲେ। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।