Dharmagada News: ତେବେ ଜଳି ପାଉଁଶ ହୋଇଯାଇଥିବା ଧାନର ମୂଲ୍ୟ ପ୍ରାୟ ଶହେ କ୍ବିଣ୍ଟାଲ ହେବ ବୋଲି ଅନୁମାନ କରାଯାଉଛି। ହେଲେ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଲା ତାହା ଜଣା ପଡିନଥିବା ବେଳେ ଏହା ପୂର୍ବ ଶତୃତା କାରଣରୁ କେହି ଏଭଳି କରିଥିବା ସନ୍ଦେହ କରାଯାଉଛି। ଏନେଇ ଖବର ଦିଆଯିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ।
Trending Photos
କଳାହାଣ୍ଡି: କେହି ଦୁର୍ବୃତ୍ତ ଧାନ ସବୁରେ ନିଆଁ ଲଗାଇଦେଲା। ରାତି ପାହିଲା ବେଳକୁ ସବୁ ଧାନ ହୁତୁହୁତୁ ହୋଇ ଜଳି ପାଉଁଶ ହୋଇଯାଇଛି। ବର୍ଷକର ଅମଳ ନିମିଷକ ମଧ୍ୟରେ ପାଉଁଶ ହୋଇଗଲା। ମୁଣ୍ଡରେ ହାତ ଦେଇ ପାଉଁଶକୁ ଆଁ କରି ଚାହିଁ ରହିଛି ଚାଷୀ। ଓଠ ଶୁଖି ଯାଉଛି। ପାଟିରୁ ଭାଷା ବାହାରୁ ନାହିଁ। ଧର୍ମଗଡ଼ ବ୍ଲକ ତେଣ୍ଡାପାଲି ପଞ୍ଚାୟତ ପଦ୍ମପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ବୋଇତ ବନ୍ଦାଣ ପାଇଁ ପୁରପଲ୍ଲୀ ଉତ୍ସବମୁଖର ଥିବାବେଳେ ପଦ୍ମପୁର ଗାଁରେ ଚାଷୀ କୈଳାସ ଗୋପାଳଙ୍କ ଘରେ ଦୁଃଖର ବାଦଲ ଛାଇଯାଇଛି।
ଖବର ଅନୁସାରେ, ପଦ୍ମପୁର ଗାଁରେ ଚାଷୀ କୈଳାସ ଗୋପାଳ ତାଙ୍କ ବାଡିରେ ଧାନ ଅମଳ କରି ଗଦା ମାରିଥିଲେ। ହେଲେ ସକାଳୁ ଉଠିଲା ବେଳକୁ ଧାନ ଗଦାରୁ ବାହାରୁଥିବା ଧୂଆଁ ତାଙ୍କର ହୋସ୍ ଉଡାଇ ଦେଇଥିଲା। ଆଉ ଅବାକ ହୋଇ ରହିଯାଇଥିଲେ ଗୋପାଳ। ତେବେ ଜଳି ପାଉଁଶ ହୋଇଯାଇଥିବା ଧାନର ମୂଲ୍ୟ ପ୍ରାୟ ଶହେ କ୍ବିଣ୍ଟାଲ ହେବ ବୋଲି ଅନୁମାନ କରାଯାଉଛି। ହେଲେ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଲା ତାହା ଜଣା ପଡିନଥିବା ବେଳେ ଏହା ପୂର୍ବ ଶତୃତା କାରଣରୁ କେହି ଏଭଳି କରିଥିବା ସନ୍ଦେହ କରାଯାଉଛି। ଏନେଇ ଖବର ଦିଆଯିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ।