Odia Movie: ଶିବୁ ମନ୍ଦିର ନନା ଙ୍କୁ ଯାଇ ପଚାରିଲା ମୁଁ ଯୋଉ ଝିଅକୁ ମନ୍ଦିରରେ ବାହା ହେଲି ସେ ଝିଅକୁ ଦେଖିଛନ୍ତି ବୋଲି ପ୍ରଶ୍ନ କରେ । ନନା ଉତ୍ତରରେ କହିଛନ୍ତି ତମେ ତ ଏକୁଟିଆ ଆସିଥିଲ, ଝିଅ ତ କେହି ସାଙ୍ଗରେ ଆସିନଥିଲେ । ତମେ ମନ୍ତ୍ର ପାଠ କରିବାକୁ କହିଲ ବୋଲି ମୁଁ ସେମିତି କରିଥିଲି । ଶେଷରେ ଫ୍ଲାସବ୍ୟାକ୍ ରେ ଜଣାପଡେ ଶିବୁ ବାହା ହେଇଥିବା ଝିଅ ପ୍ରକୃତ ମଣିଷ ନୁହେଁ ସେ ଗୋଟେ ଆତ୍ମା । କାହାଣୀ ଏତିକିରେ ଶେଷ ହେଉନି ବରଂ ଆରମ୍ଭ ହେଉଛି । ଯାହା ଦର୍ଶକ ପ୍ରେକ୍ଷାଳୟରେ ଜାଣିବାକୁ ପାଇବେ।
Trending Photos
Odia Movie: ଅଞ୍ଜନେୟ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ଼ ପ୍ରସ୍ତୁତ "ହାଫ୍ ଲଭ୍ ଷ୍ଟୋରୀ" ଚଳଚ୍ଚିତ୍ର ଓଡ଼ିଶାର ୨୮ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । କଟକସ୍ଥିତ ବୃନ୍ଦାବନ ସିନେମା ହଲ୍ ରେ ଏହାର ପ୍ରିମିୟର ଶୋ' ରେ ଭରପୁର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ପ୍ରଭାତ କୁମାର ପ୍ରଧାନ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ । ଚଳଚ୍ଚିତ୍ରର କ୍ରି୍ଏଟିଭ ହେଡ଼ ଅଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ । ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ । ଗୀତ ରଚନା କରିଛନ୍ତି ଡଃ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଏବଂ ଡାକ୍ତର ଶୁଭ ଦାଶ । ଚିତ୍ରତ୍ତୋଳନ ଈଶ୍ୱର ବାରିକ ଏବଂ ସମ୍ପାଦନା କରିଛନ୍ତି ରାଜେଶ ଦାଶ । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଅମିତ ନାୟକ। ପୋଷ୍ଟ ପ୍ରଡ଼କସନ ସୃଜନ ଫିଲ୍ମ୍ସ।
ନିପଟ ଗାଁ ପରିବେଶର କାହାଣୀ । ଏକ ମଫସଲ ଗାଁ ର ବାପା ମାଆ ଛେଉଣ୍ଡ ଯୁବକ ଶିବୁ । ପିଲାଟି ଦିନୁ ସେ ମାମୁଁଙ୍କ ଘରେ ରହେ । ମାମୁଁ ଙ୍କର ଡାଲି ଚାଉଳ ଦୋକାନଟିଏ । ହରିଆ ତା'ର ଘନିଷ୍ଠ ବନ୍ଧୁ । ପଡୋଶୀ ଗାଁ ର ଝିଅକୁ ଦେଖି ଶିବୁ ପସନ୍ଦ କରିଛି ଏବଂ ମନେ ମନେ ଭଲ ପାଇବସିଛି । ତାକୁ ବାହା ହେବ ବୋଲି ପ୍ରସ୍ତାବ ଦେଇଛି । ଝିଅ ମଧ୍ୟ ରାଜି ହୋଇଯାଇଛି । ମାମୁଁ, ମାଇଁ ଙ୍କୁ ଏ ପ୍ରସ୍ତାବ ପାଇଁ କହିଛି ହେଲେ ଆଗରୁ କେତେ ଗୁଡ଼ାଏ ପ୍ରସ୍ତାବ ଭାଙ୍ଗିଥିବାରୁ ମାମୁଁ ବିରକ୍ତ ହୋଇଛନ୍ତି । ତଥାପି ମାମୁଁ ମାଇଁ ଙ୍କୁ ନେଇ ଝିଅ ଘରକୁ ପ୍ରସ୍ତାବ ନେଇ ଯାଇଛି ହେଲେ ଝିଅ ଘରେ କେହି ନଥିବା ଦେଖି ମାମୁଁ ପୁଣି ବିରକ୍ତ ହୋଇ ଫେରିଛନ୍ତି ।
ଶିବୁ ଝିଅ ସହିତ ପୁଣି ଥରେ ଦେଖା ହେବା ପରେ ସବୁ କଥା କହିଛି ହେଲେ ଝିଅ କହେ ଆଉ ପ୍ରସ୍ତାବ ନୁହଁ ଚାଲ ସିଧା ମନ୍ଦିରରେ ଆମେ ବାହା ହେଇଯିବା । ଗାଁ ମନ୍ଦିରରେ ଶିବୁ ବ୍ରାହ୍ମଣ ଙ୍କ ସହିତ କଥା ହୋଇ ବାହାଘର କାମ ସାରି ଗାଡ଼ିରେ ବୋହୂ କୁ ନେଇ ମାମୁଁ ଘରକୁ ଆସିଛି । ମାଇଁ ବନ୍ଦାଣ ଥାଳି ଧରି ଆସି ଦେଖନ୍ତି ତ ବୋହୂ ନାହିଁ କେବଳ ଶିବୁ । ପୁଣି ବିରକ୍ତ ହୋଇଛନ୍ତି ମାମୁଁ ଓ ମାଇଁ । ଶିବୁ ମନ୍ଦିର ନନା ଙ୍କୁ ଯାଇ ପଚାରିଲା ମୁଁ ଯୋଉ ଝିଅକୁ ମନ୍ଦିରରେ ବାହା ହେଲି ସେ ଝିଅକୁ ଦେଖିଛନ୍ତି ବୋଲି ପ୍ରଶ୍ନ କରେ । ନନା ଉତ୍ତରରେ କହିଛନ୍ତି ତମେ ତ ଏକୁଟିଆ ଆସିଥିଲ, ଝିଅ ତ କେହି ସାଙ୍ଗରେ ଆସିନଥିଲେ । ତମେ ମନ୍ତ୍ର ପାଠ କରିବାକୁ କହିଲ ବୋଲି ମୁଁ ସେମିତି କରିଥିଲି । ଶେଷରେ ଫ୍ଲାସବ୍ୟାକ୍ ରେ ଜଣାପଡେ ଶିବୁ ବାହା ହେଇଥିବା ଝିଅ ପ୍ରକୃତ ମଣିଷ ନୁହେଁ ସେ ଗୋଟେ ଆତ୍ମା । କାହାଣୀ ଏତିକିରେ ଶେଷ ହେଉନି ବରଂ ଆରମ୍ଭ ହେଉଛି । ଯାହା ଦର୍ଶକ ପ୍ରେକ୍ଷାଳୟରେ ଜାଣିବାକୁ ପାଇବେ।
ତେବେ ମାମୁଁ ଚରିତ୍ରରେ ସ୍ବର୍ଗତ ପିଣ୍ଟୁ ନନ୍ଦ ଏବଂ ମାଇଁ ଚରିତ୍ରରେ ଜ୍ୟୋତି ମିଶ୍ର, ଘନିଷ୍ଠ ବନ୍ଧୁ ହରିଆ ଚରିତ୍ରରେ ହରିହର ମହାପାତ୍ର ଅଭିନୟ କରିଛନ୍ତି ।
ଶିବୁ ଭୂମିକାରେ ନବାଗତ ସୁନୀଲ କୁମାର ଏବଂ ନାୟିକା ଭୂମିକାରେ କୁକିଜ୍ ସ୍ୱାଇଁ ଏବଂ ମନସ୍ବିନୀ ଅଛନ୍ତି । ଅନ୍ୟାନ୍ୟ ଚରିତ୍ରରେ ଅସିତ ପତି, ଭୂପତି ତ୍ରିପାଠୀ, ବବି ମିଶ୍ର, ସୂର୍ଯ୍ୟ ନାରାୟଣ ଦୋରା ଅଛନ୍ତି । କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଗୌରଭ ଆନନ୍ଦ, କୁଲଦୀପ ପଟ୍ଟନାୟକ, ତାରିକ ଅଜିଜ୍, ବୈଦ୍ୟନାଥ ଦାଶ ଏବଂ ଅସୀମା ପଣ୍ଡା ।
ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଛୋଟ ପରଦା ହେଉ ଅବା ବଡ଼ ପରଦା, ସବୁ ଚଳଚ୍ଚିତ୍ରକୁ ଦର୍ଶକ ଢେର ଭଲ ପାଇବା ଦେଇଆସିଛନ୍ତି । ହାଫ୍ ଲଭ୍ ଷ୍ଟୋରୀ କୁ ମଧ୍ୟ ବଡ଼ ପରଦାରେ ଢେର ଭଲ ପାଇବା ଏବଂ ପ୍ରଶଂସା ମିଳିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ପ୍ରଡକସନ ସଂସ୍ଥା ପୂର୍ବରୁ ଦେବଦାସ, ବ୍ୟାଡଗାର୍ଲ, ଧର୍ମ, ଭୈରବ ଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ର ଓଡ଼ିଆ ଦର୍ଶକମାନଙ୍କୁ ଦେଇସାରିଛନ୍ତି।
Also Read: Weekly Financial Horoscope: ସୁଧୁରିବ ନା ବିଗିଡ଼ିବ ଆର୍ଥିକ ସ୍ଥିତି, ଜାଣନ୍ତୁ ସାପ୍ତାହିକ ରାଶିଫଳ