Tinted Glass: ଗାଡ଼ି କାଚ କେତେ କଳା ହେଲେ ପୁଲିସ ଧରିବନି
Advertisement
Article Detail0/zeeodisha/odisha2632407

Tinted Glass: ଗାଡ଼ି କାଚ କେତେ କଳା ହେଲେ ପୁଲିସ ଧରିବନି

Tinted Glass: ଆସନ୍ତା ୧୦ ତାରିଖରୁ କଳାକାଚ  ଉତ୍ତାରିବା ଅଭିଯାନ ଆରମ୍ଭ କରିବ କମିଶନରେଟ ପୁଲିସ। ଯଦି ଆପଣ ଖରାଦିନ ଗାଡ଼ିରେ ଶୀତଳତା ରକ୍ଷା ପାଇଁ କଳା କାଚ ବା ପରଳ ଲାଗିଥିବା କାଚ ବ୍ୟବହାର କରୁଛନ୍ତି ତେବେ ପୁଲିସ ଆପଣଙ୍କୁ ଦଣ୍ଡିତ କରିପାରେ। ଏହାସହ ଯଦି ବହୁ ଶବ୍ଦ ବିଶିଷ୍ଟ ମଲ୍ଟି ହର୍ଣ୍ଣ ବ୍ୟବସ୍ଥା କରିଛନ୍ତି ଅଥବା ହର୍ଣରେ କୌଣସି ଗୀତ ଲଗାଇଛନ୍ତି ତେବେ ଆପଣଙ୍କୁ ତଣ୍ଡ ଗଣିବାକୁ ପଡ଼ିବ। 

Tinted Glass: ଗାଡ଼ି କାଚ କେତେ କଳା ହେଲେ ପୁଲିସ ଧରିବନି

Tinted Glass: ଆସନ୍ତା ୧୦ ତାରିଖରୁ କଳାକାଚ  ଉତ୍ତାରିବା ଅଭିଯାନ ଆରମ୍ଭ କରିବ କମିଶନରେଟ ପୁଲିସ। ଯଦି ଆପଣ ଖରାଦିନ ଗାଡ଼ିରେ ଶୀତଳତା ରକ୍ଷା ପାଇଁ କଳା କାଚ ବା ପରଳ ଲାଗିଥିବା କାଚ ବ୍ୟବହାର କରୁଛନ୍ତି ତେବେ ପୁଲିସ ଆପଣଙ୍କୁ ଦଣ୍ଡିତ କରିପାରେ। ଏହାସହ ଯଦି ବହୁ ଶବ୍ଦ ବିଶିଷ୍ଟ ମଲ୍ଟି ହର୍ଣ୍ଣ ବ୍ୟବସ୍ଥା କରିଛନ୍ତି ଅଥବା ହର୍ଣରେ କୌଣସି ଗୀତ ଲଗାଇଛନ୍ତି ତେବେ ଆପଣଙ୍କୁ ତଣ୍ଡ ଗଣିବାକୁ ପଡ଼ିବ। ଏଣୁ ସ୍ୱଇଚ୍ଛାରେ ଏହିଭଳି ହର୍ଣ୍ଣ ଏବଂ କାଚ ପରଳକୁ ହଟାଇବାକୁ କମିଶନରେଟ ପୁଲିସ ପକ୍ଷରୁ ନୋଟିସ ଦିଆଯାଇଛି। 

ପ୍ରଶ୍ନ ଉଠୁଛି, କେଉଁ ପ୍ରକାର କାଚ ଆଇନ ଅନୁସାରେ କାରରେ ଲଗାଯାଇପାରିବ।  କମିଶନରେଟ୍‍ ପୁଲିସ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ କୌଣସି କାର୍‍ର ଆଗ ଏବଂ ପଛପଟ କାଚରେ ୭୦ ପ୍ରତିଶତ ସ୍ୱଚ୍ଛ ରହିବା ଆବା୍ୟକ। ଉପଲବ୍ଧ ଆଲୁଅର ୭୦ ପ୍ରତିଶତ ଯଦି କୌଣସି କାଚରେ ପ୍ରବେଶ କରିପାରୁଛି ତେବେ ତାହା ଆଇନଗତ ଭାବେ ଯୋଗ୍ୟ।  ଠିକ୍‍ ସେହିପରି ପାର୍ଶ୍ୱ ଝରକା ଗୁଡ଼ିକ ଦେଇ ୫୦ ପ୍ରତିଶତ ଆଲୁଅ ପ୍ରବେଶ କରିବା ଆବଶ୍ୟକ। ଯଦି ଏହା ଉପରେ କେହି ପରଳ ବା କୌଣସି ପ୍ରକାର ଅବରୋଧକ ଲଗାନ୍ତି ତେବେ ତାହା ଦଣ୍ଡନୀୟ ହେବ। ଏବେ ବିଭିନ୍ନ ଗାଡ଼ି ଚାଳକ ଖରାରୁ ମୁକ୍ତି ପାଇବା ଲାଗି ପର୍ଦ୍ଦା ବ୍ୟବହାର କରୁଛନ୍ତି। ବଜାରରେ ମିଳୁଥିବା କଳା ରଙ୍ଗର ସ୍ୱତନ୍ତ୍ର ପର୍ଦ୍ଦାକୁ ମଧ୍ୟ ବ୍ୟବହାର କରାଯାଉଛି। ଏହା କେତେ ଯୋଗ୍ୟ  ସେ ବିଷୟରେ କମିଶନରେଟ ପୁଲିସ ପକ୍ଷରୁ କିଛି କୁହାଯାଇ ନାହିଁ।