Vigilance Raid: ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପର ପ୍ରକଳ୍ପ ନିର୍ଦେଶକ ଶାନ୍ତୁନୁ ମହାପାତ୍ରଙ୍କ ଘର ସମେତ ୭ ଟି ସ୍ଥାନରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉ ବେଳେ ୧ କୋଟି ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ଜଣାପଡିଛି । ମାଲକାନଗିରି ସମେତ କଟକ, ଭୁବନେଶ୍ୱର ର ୭ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।
Trending Photos
Vigilance Raid: ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପର ପ୍ରକଳ୍ପ ନିର୍ଦେଶକ ଶାନ୍ତୁନୁ ମହାପାତ୍ରଙ୍କ ଘର ସମେତ ୭ ଟି ସ୍ଥାନରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉ ବେଳେ ୧ କୋଟି ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ଜଣାପଡିଛି । ମାଲକାନଗିରି ସମେତ କଟକ, ଭୁବନେଶ୍ୱର ର ୭ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ତାଙ୍କ ଜୟପୁରସ୍ଥିତ ବାସଭବନ, ମାଲକାନଗିରିସ୍ଥିତ ଜଳ ବିଭାଜିକା ପ୍ରକଳ୍ପର ସହକାରୀ କୃଷି ଯନ୍ତ୍ରୀ ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱଜିତ୍ ମଣ୍ଡଳ ଏବଂ କର୍ମଚାରୀ ଅମୀୟକାନ୍ତ ସାହୁଙ୍କ ଘର ସହ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟାଳୟ ଚାମ୍ବର, କଟକ ବାଲିସାହିସ୍ଥିତ ଘର ଓ ଭୁବନେଶ୍ୱର ଭୀମଟାଙ୍କିସ୍ଥିତ ଘରେ ଚଢ଼ାଉ ଜାରି ରହିଥିବା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢ଼ାଉରେ ୨ ଜଣ ଅତିରିକ୍ତ ଏସ. ପି, ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୬ ଜଣ ଏ.ଏସ.ଆଇଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଛନ୍ତି ।