Delhi Assembly Election 2025 Voting: ଭୋଟ୍ ଦେଉଛି ଦିଲ୍ଲୀ। ସକାଳ ୭ଟାରୁ ଆରମ୍ଭ ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ। ଏନେଇ ସନ୍ଧ୍ୟା ୬ଟା ଯାଏଁ ଭୋଟିଂ ଚାଲିବ । ସମସ୍ତ ୭୦ ଆସନରେ ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେଉଛି। ୭୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ମୈଦାନରେ ଅଛନ୍ତି ୬୯୯ ପ୍ରାର୍ଥୀ । ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଦେଢ଼ କୋଟି ଭୋଟର୍। । ଏଥିପାଇଁ ପ୍ରତ୍ୟେକ ଭୋଟିଂ କେନ୍ଦ୍ରରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି ।
ନିର୍ବାଚନ ଆୟୋଗ ଶନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରାଇବା ଲାଗି ପୋଲିସ ଫୋର୍ସ ସମସ୍ତ ମତଦାନ କେନ୍ଦ୍ରରେ ପୋଲିସ ଫୋର୍ସ ମୁତୟନ କରିଛି । ତେବେ ଆମ ଆଦମୀ ପାର୍ଟୀର ତୃତୀୟ କାର୍ଯ୍ୟକାଳ ଉପରେ ନଜର ଥିବା ବେଳେ, ଭାରତୀୟ ଜନତା ପାର୍ଟୀ ଏବଂ କଂଗ୍ରେସ ଦିଲ୍ଲୀରେ ପୁଣିଥରେ ସରକାର ଗଢିବାର ଆଶା ରଖିଛନ୍ତି । ଏଥର ବିଜେପି ଓ ଆପ୍ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। ୨୦୧୩, ୨୦୧୫ ଓ ୨୦୨୦ ପରେ ଚତୁର୍ଥ ଥର ଦିଲ୍ଲୀ ଗାଦି ଦଖଲ କରିବାକୁ ଆପ୍ ଲକ୍ଷ୍ୟ ରଖିଛି।ସେପଟେ, ଦିଲ୍ଲୀ ଗଡକୁ ଏଥର ଅକ୍ତିଆର୍ କରିବା ପାଇଁ ବିଜେପି କିଛି ନୂଆ ରଣନୀତି ଅପଣେଇଛି ବୋଲି ଚର୍ଚ୍ଚା ହେଉଛି।