Advertisement
Photo Details/zeeodisha/odisha2632097
photoDetails0hindi

Shani Asta 2025: ଫେବୃଆରୀ ୨୮ରେ ଅସ୍ତ ହେବେ ଶନି, ମାଲାମାଲ୍ ହେବେ ଏହିସବୁ ରାଶି, ବ୍ୟବସାୟରୁ ମିଳିବ ପ୍ରଚୁର ଲାଭ ସହ...

Shani Asta 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ ନବଗ୍ରହଙ୍କ ମଧ୍ୟରୁ ଶକ୍ତିଶାଳୀ ଗ୍ରହ ହେଉଛନ୍ତି ସୂର୍ଯ୍ୟଙ୍କ ପୁତ୍ର ଶନିଦେବ। ଶନିଦେବ ମଣିଷକୁ ତାର କର୍ମ ଅନୁସାରେ, ଫଳ ପ୍ରଦାନ କରିଥାଆନ୍ତି। ଏହି କ୍ରମରେ ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ୨୯, ମାର୍ଚ୍ଚରେ ମୀନ ରାଶିକୁ ଚଳନ କରିବେ। ପ୍ରାୟ ୩୦ ବର୍ଷ ପରେ ମୀନ ରାଶିକୁ ଚଳନ କରିବାକୁ ଥିବା ବେଳେ ଫେବୃଆରୀ ୨୮ ତାରିଖ ୭ଟା ୧ ମିନିଟ୍ ସମୟରେ କୁମ୍ଭ ରାଶିରେ ଅସ୍ତ ହେବେ। ଯାହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ଟି ରାଶି ଉପରେ ରହିବ। ତେବେ, ଆସନ୍ତୁ ଜାଣିବା ଶନିଙ୍କ ଅସ୍ତ ହେବା କେଉଁ ରାଶି ପାଇଁ ଅତ୍ୟନ୍ତ ଶୁଭ ରହିବ। 

1/3

ବୃଷ:  ମାସ ଶେଷରେ ଶନିଙ୍କ ଅସ୍ତ ହେବା ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ବିଶେଷକରି, ଏ-ହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ  ପଦୋନ୍ନତି ମିଳିବା ସହିତ ଦରମା ବଢିବ। ଯେଉଁମାନେ ଦିର୍ଘ ଦିନ ହେବ, ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ଭଲ କମ୍ପାନୀରୁ ଭଲ ଚାକିରି ଅଫର ମିଳିବ। ଦିର୍ଘ ଦିନ ଧରି ଜୀବନରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଘରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ପରିବାର ସଦସ୍ୟଙ୍କ ସହ ଦୂରଯାତ୍ରା କରିବେ। ବ୍ୟବସାୟୀମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ କାରବାରରେ ଲାଭ ଭଲ ହେବ। ନୂଆ ଯୋଜନା ବ୍ୟବସାୟରେ କାର୍ଯ୍ୟକାରୀ କରି ଭଲ ଦ୍ବି-ପଇସା ଲାଭ ପାଇବେ। ପ୍ରେମ-ସମ୍ପର୍କରେ ସୁଧାର ଆସିବ।  ପାରିବାରିକ ଜୀବନ ସୁଖମୟ ହେବା ସହ ନୂଆ ଘର କିଣିବାର ସ୍ବପ୍ନ ସାକାର ହେବ। 

ALSO READ: Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ALSO READ:  Pallavi Maharathy Pics: ଭାଇରାଲ୍ ହେଉଛି ପିପିଲିର ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କ ଏହିସବୁ ଫଟୋ, ଦେଖନ୍ତୁ

2/3
ଧନୁ:  ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ  ଶନିଙ୍କ ବିଶେଷ କୃପା ରହିବ।  ଆର୍ଥିକ ସ୍ଥିତି ସୁଧୁରିବ। ଯେଉଁମାନେ ଦିର୍ଘ ଦିନ ହେବ,ନୂଆ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ କାରବାରରେ ଲାଭ ବଢିବ। ବ୍ୟବସାୟୀମାନେ ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଚାକିରିଆମାନେ, କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। ବରିଷ୍ଠ ଅଧିକାରୀ ଓ ସହକର୍ମୀମାନେ ପ୍ରତ୍ୟକ କ୍ଷେତ୍ରରେ ସହଯୋଗ କରିବେ। ବିଦେଶରେ ପାଠ ପଢିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲ ରହିବ। ବିଦେଶରେ ପାଠ ପଢିବାର ସ୍ବପ୍ନ ସାକାର ହେବ। ଯେଉଁମାନେ,  ପୁଞ୍ଜି ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି,ସେମାନଙ୍କ ପାଇଁ ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ପ୍ରେମ ଜୀବନ ପୂର୍ବ ଅପେକ୍ଷା ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

3/3
କୁମ୍ଭ:  ଶନିଙ୍କ ଅସ୍ତ ହେବା ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ମାଲାମାଲ୍ କରିବ। ବିଶେଷକରି, ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ପଦୋନ୍ନତି ମିଳିବା ସହିତ ଆୟରେ ବୃଦ୍ଧି ଘଟିବ। ଖର୍ଚ୍ଚ ବୃଦ୍ଧି ପାଇବ। ବ୍ୟବସାୟୀମାନେ ବିଦେଶ ଯାତ୍ରା କରିବେ। ବାଣିଜ୍ୟ- ବ୍ୟବସାୟରେ ଲାଗି ରହିଥିବା ମାନ୍ଦା ବସ୍ଥା ଦୂର ହେବା ସହ ଲାଭ ଅଧିକ ପାଇବେ। ବିଦେଶରେ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିଛି। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। ନୂଆ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ଜୀବନ ସାଥୀଙ୍କ ଠାରୁ ଆର୍ଥିକ ସମର୍ଥନ ମିଳିବ। ବ୍ୟାଙ୍କ୍ ବାଲାନ୍ସ ବଢିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ।  ପରିବାର ସହ ଦୂରଯାତ୍ରା କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।   (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)