Mo bus accident: ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଛି। ସେଠାକୁ ଆସୁଥିବା ପ୍ରାୟ ୨୦ରୁ ଅଧିକ ମୋ ବସ୍କୁ ଅଟକାଇଛନ୍ତି ଲୋକେ। ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟୁଛି ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
Trending Photos
ଭୁବନେଶ୍ଵର: ରାଜଧାନୀରେ ମୋ ବସର ବେପରୁଆ ଗାଡ଼ି ଚାଳନା ପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଫଳରେ ଅନେକ ସାଧାରଣ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଆଜି ରାଜଧାନୀ ଭୁବନେଶ୍ବରରେ ‘ମୋ ବସ୍’ ଧକ୍କାରେ ଜଣେ ଯୁବତୀ ଗୁରୁତର ହୋଇଥିବାର ଖବର ମିଳିଛି। ଚନ୍ଦ୍ରଶେଖରପୁର ପେଟ୍ରୋଲ୍ ପମ୍ପ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଚନ୍ଦ୍ରଶେଖରପୁରରେ ମୋ ବସ ଧକ୍କାରେ ଜଣେ ଯୁବତୀ ଗୁରୁତର ଆହତ ହୋଇ ତାଙ୍କର ହାତ କଟିଯାଇଥିବା ସୂଚନା ରହିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ମୋ ବସକୁ ଅଟକାଇଛନ୍ତି ସ୍ଥାନୀୟ ଲୋକେ। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଛି। ସେଠାକୁ ଆସୁଥିବା ପ୍ରାୟ ୨୦ରୁ ଅଧିକ ମୋ ବସ୍କୁ ଅଟକାଇଛନ୍ତି ଲୋକେ। ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟୁଛି ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଦୁର୍ଘଟଣା ପରେ ଗାଡି ଛାଡି ଚାଳକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।