Advertisement
Photo Details/zeeodisha/odisha2497905
photoDetails0hindi

November 2024 Family Horoscope: ଏହି ମାସ ୫ ରାଶିର ପାରିବାରିକ ଜୀବନରେ ବର୍ଷିବ ଖୁସି

November 2024 Family Horoscope: ଚଳିତ ମାସରେ ଗ୍ରହ ଚଳନ ଦୃଷ୍ଟିରୁ ଅନେକ ରାଶିର ବ୍ୟକ୍ତି ପ୍ରଭାବିତ ହେବେ । କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଏବଂ ଆଉ କିଛି ରାଶିକୁ ଜଗି ରଖି ଚଳିବା ଆବଶ୍ୟକ ।

1/13

ମେଷ ରାଶି

ନୂଆ ମାସ ଆପଣଙ୍କ ପାଇଁ ଖୁସି ଆଣିଦେବ । ପାରିବାରିକ କ୍ଷେତ୍ରରେ ଶୁଭଫଳ ପାଇବେ । ନିଜ ପିଲାମାନେ ଆପଣଙ୍କୁ ଅଧିକ ଆଦର କରିବେ । ବୈବାହିକ ସମସ୍ୟା ଦୂର ହେବା ସହ ବିବାହ ପାଇଁ ପ୍ରସ୍ତାବ ଆସିବ ।

2/13

ବୃଷ ରାଶି

ପାରିବାରିକ ଜୀବନ ଆପଣଙ୍କ ପାଇଁ ମଧ୍ୟମ ଧରଣର ହେବ । ମାସର ମଧ୍ୟ ଭାଗରେ ପରିବାର ସଦସ୍ୟଙ୍କ ସହ ଦୂରଯାତ୍ରା କରିପାରନ୍ତି । ମାସ ଶେଷ ସୁଦ୍ଧା ଆପଣଙ୍କୁ କିଛି ଖୁସି ଖବର ମିଳିପାରେ ।

3/13

ମିଥୁନ ରାଶି

ପୂର୍ବରୁ ଥିବା ପାରିବାରିକ ବିବାଦର ସମାଧାନ ହେବା ପରିବର୍ତ୍ତେ ଅଧିକ ଜଟିଳ ହୋଇପାରେ । କାହାକୁ କିଛି କହିବା ପୂର୍ବରୁ ଭାବି ଚିନ୍ତି କଥା ହୁଅନ୍ତୁ । ମାସ ଶେଷରେ ପାରିବାରିକ ବୋଝରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ।

4/13

କର୍କଟ ରାଶି

ପରିବାର ସଦସ୍ୟଙ୍କ ସହିତ ଆପଣ ଭାବ ବିନିମୟ କରିବାକୁ ଯଥେଷ୍ଟ ସମୟ ପାଇବେ । ବ୍ୟସ୍ତବହୁଳ ଜୀବନରେ ଫୁରସତ ପାଇ କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ଯୋଜନା କରିବେ । ମାସର ଶେଷ ଭାଗରେ ଆପଣ ପରିବାର ସଦସ୍ୟଙ୍କ ପ୍ରତି ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି ।

5/13

ସିଂହ ରାଶି

ମାସ ଆରମ୍ଭରୁ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ହେବେ । ମାସର ମଧ୍ୟ ଭାଗରେ ଆପଣ ଆଶ୍ୱସ୍ତି ଲାଭ କରିବେ । କର୍ମମୟ ଜୀବନରୁ ଆପଣ ନିଜ ପରିବାର ପାଇଁ ସମୟ ବାହାର କରିବେ ।

6/13

କନ୍ୟା ରାଶି

ପାରିବାରିକ ବ୍ୟବସାୟରେ ଆପଣ ଉନ୍ନତି କରିବେ । ପ୍ରତି କ୍ଷେତ୍ରରେ ପରିବାର ସଦସ୍ୟଙ୍କ ସହଯୋଗ ଆପଣଙ୍କ ପାଇଁ ରହିବ । ମାସର ମଧ୍ୟଭାଗରେ ସାମାନ୍ୟ ଥଣ୍ଡା, ଜ୍ୱର ସମସ୍ୟା ଆପଣଙ୍କ ପାଇଁ ଚିନ୍ତାର କାରଣ ପାଲଟିପାରେ ।

7/13

ତୁଳା ରାଶି

ପରିବାର ସଦସ୍ୟଙ୍କ ସହ ଧାର୍ମିକସ୍ଥଳ ପରିଦର୍ଶନ କରିବେ । ଦାନ କରିବାକୁ ଇଚ୍ଛା ପ୍ରକଟ କରିବେ । ମାସ ଶେଷରେ ପାରିବାରିକ ବିବାଦର ସମାଧାନ ହେବ ।

8/13

ବିଛା ରାଶି

ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ବିବାହଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ । ପିତା ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଟିକିଏ ଅଧିକ ଯତ୍ନବାନ ହୁଅନ୍ତୁ । ଛୋଟ ପିଲାମାନେ ଖେଳ କୁଦରେ ଅଧିକ ମନ ଦେବେ ।

9/13

ଧନୁ ରାଶି

ପରିବାରରେ କୌଣସି ଶୁଭ କାର୍ଯ୍ୟ ହେବାର ସମ୍ଭାବନା ରହିଛି । ଜମି ବାଡିକୁ ନେଇ ଭାଇ ମାନଙ୍କ ମଧ୍ୟରେ ସାମାନ୍ୟ ବିବାଦ ଉପୁଜିପାରେ । ମାସ ଶେଷ ସୁଦ୍ଧା ଆପୋଷ ବୁଝାମଣା ଦ୍ୱାରା ତାହା ସମାଧାନ ହେବ ।

10/13

ମକର ରାଶି

ପରିବାର ଦାୟିତ୍ୱ ସମ୍ଭାଳିବାରେ ଆପଣ ସକ୍ଷମ ହେବେ । ପରିବାର ପାଇଁ ଖର୍ଚ୍ଚ ସାମାନ୍ୟ ବଢିପାରେ । ମାସ ଶେଷରେ କୌଣସି କାରଣକୁ ନେଇ ସାମାନ୍ୟ ମତଭେଦ ଦେଖାଯାଇପାରେ ।

11/13

କୁମ୍ଭ ରାଶି

ପାରିବାରିକ ବ୍ୟବସାୟକୁ ଆଗକୁ ନେବା ପାଇଁ ଆପଣ ନୂଆ ଯୋଜନା ପ୍ରସ୍ତୁତ କରିବେ । ଘରୁ ଅତିଥିଙ୍କର ଆଗମନ ହୋଇପାରେ । ମାସ ଶେଷରେ କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ଯୋଜନା କରିବେ ।

12/13

ମୀନ ରାଶି

କୌଳିକ ବୃତ୍ତିରେ ଜଡିତ ଥିବା ବ୍ୟକ୍ତି ଲାଭରେ ରହିବେ । ପରିବାର ସଦସ୍ୟଙ୍କ ସମ୍ପର୍ଣ୍ଣ ସହାୟତା ଓ ସମର୍ଥନ ଆପଣଙ୍କୁ ମିଳିବ । ଘର ପାଇଁ ଦାମୀ ଜିନିଷ ଯଥା- ଗାଡି, ଘର କରଣା ସାମଗ୍ରୀ କିଣିପାରନ୍ତି ।

13/13

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।