ଦୁବାଇରୁ ଉଡାଣ ଭରି ଦିଲ୍ଲୀରେ ଅବତରଣ କରିବା ପରେ ବିମାନ I-916 ର ସିଟ୍ ପକେଟ୍ ନିକଟରୁ ଗୋଳାବାରୁଦ ମିଳିଥିଲା।
Trending Photos
ନୂଆଦିଲ୍ଲୀ: ଦୁବାଇରୁ ଦିଲ୍ଲୀ ଅଭିମୁଖେ ଆସିଥିବା ଏୟାର ଇଣ୍ଡିଆ ବିମାନରେ ଗୋଳାବାରୁଦ ଜବତ କରାଯାଇଛି। ଖବର ଜଣାପଡିବା ପରେ ବିମାନ କର୍ମଚାରୀମାନେ ତତ୍ପରତା ଦେଖାଇ ସମସ୍ତ ଯାତ୍ରୀଙ୍କୁ ନିରାପଦରେ ଅବତରଣ କରିଥିଲେ। ପରେ ଏ ସମ୍ପର୍କରେ ପୋଲିସକୁ ଖବର ଦିଆଯାଇଥିଲା।
ଏଏନଆଇ ସୁତ୍ରରୁ ପ୍ରକାଶ ଯେ, ଅକ୍ଟୋବର ୨୭, ୨୦୨୪ ରେ ଦୁବାଇରୁ ଉଡାଣ ଭରି ଦିଲ୍ଲୀରେ ଅବତରଣ କରିବା ପରେ ବିମାନ I-916 ର ସିଟ୍ ପକେଟ୍ ନିକଟରୁ ଗୋଳାବାରୁଦ ମିଳିଥିଲା। ଏହା ପରେ ସମସ୍ତ ଯାତ୍ରୀ ନିରାପଦରେ ଓହ୍ଲାଇଥିଲେ। ଏୟାର ଇଣ୍ଡିଆ ପକ୍ଷରୁ ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଯିବା ପରେ ଯାଞ୍ଚ କଡାକଡି କରାଯାଇଥିଲେ । ତେବେ ଗୋଳାବାରୁଦ କିଏ ଆଣିଥିଲା ତାହା ଜଣାପଡିନାହିଁ ।
"One ammunition cartridge was found in the pocket of a seat of our flight AI916 after it had landed from Dubai at Delhi on 27 October 2024 and all passengers had safely disembarked. A complaint was immediately lodged with the Airport Police by Air India strictly adhering to the… pic.twitter.com/INwG7Kf9K5
— ANI (@ANI) November 2, 2024
Also Read- Top 10 News Today: ବଲାଙ୍ଗିର ବାସିନ୍ଦାଙ୍କୁ ଅନେକ ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ ଖବର ସହ ଅନ୍ୟ ଅପଡେଟ୍
Also Read- Weekly Horoscope: ନଭେମ୍ବରର ପ୍ରଥମ ସପ୍ତାହରେ ୪ ରାଶିର ଜୀବନରେ ବଡ ପରିବର୍ତ୍ତନ