IND vs NZ 3rd Test: ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଡ୍ରାଇଭିଂ ସିଟରେ ଟିମ୍ ଇଣ୍ଡିଆ, ଜାଡେଜା-ଅଶ୍ୱିନ କଲେ କମାଲ
Advertisement
Article Detail0/zeeodisha/odisha2498071

IND vs NZ 3rd Test: ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଡ୍ରାଇଭିଂ ସିଟରେ ଟିମ୍ ଇଣ୍ଡିଆ, ଜାଡେଜା-ଅଶ୍ୱିନ କଲେ କମାଲ

IND vs NZ 3rd Test: ଦ୍ୱିତୀୟ ଦିନ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୯ ୱିକେଟ୍ ହରାଇ ୧୭୧ ରନ୍ କରିଛି। ଏହିପରି କିୱି ଦଳର ଅଗ୍ରଣୀ ୧୪୩ ରନ୍କୁ ବୃଦ୍ଧି ପାଇଥିବାବେଳେ ହାତରେ କେବଳ ଗୋଟିଏ ୱିକେଟ୍ ବାକି ଅଛି।

 

IND vs NZ 3rd Test

IND vs NZ 3rd Test: ମୁମ୍ବାଇ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି। ଦ୍ୱିତୀୟ ଦିନ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୯ ୱିକେଟ୍ ହରାଇ ୧୭୧ ରନ୍ ସଂଗ୍ରହ କରିଛି। ଏହିପରି କିୱି ଦଳର ଅଗ୍ରଣୀ ୧୪୩ ରନ୍କୁ ବୃଦ୍ଧି ପାଇଛି। ଅଜାଜ ପଟେଲ ଏବଂ ୱିଲିୟମ୍ ଓରୁକେ ନ୍ୟୁଜିଲ୍ୟାଣ୍ଡ ପାଇଁ ନଟ୍ ଆଉଟ୍ ଅଛନ୍ତି। ଏଥି ସହ ରବିନ୍ଦ୍ର ଜାଡେଜା ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି। ରବିନ୍ଦ୍ର ଜାଡେଜାଙ୍କୁ ୪ଟି ସଫଳତା ମିଳିଛି। ଏହା ବ୍ୟତୀତ ରବି ଅଶ୍ୱିନ ୩ ବ୍ୟାଟ୍ସମ୍ୟାନ୍ଙ୍କୁ ନିଜରର ଶିକାର କରିଥିଲେ। ଆକାଶଦୀପ ଏବଂ ୱାଶିଂଟନ୍ ସୁନ୍ଦର ମଧ୍ୟ ଗୋଟିଏ ଲେଖାଁଏ ୱିକେଟ୍ ନେଇଛନ୍ତି। ଆଜି ଦ୍ୱିତୀୟ ଦିନରେ ଉଭୟ ଦଳର ୧୫ ଜଣ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇ ପାଭିଲିୟନକୁ ଫେରିଥିଲେ।

ଏହାପୂର୍ବରୁ ଭାରତ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୪ ୱିକେଟ ହରାଇ ୮୪ ରନ କରିଥିଲା। ଏହାପରେ ତୃତୀୟ ଦିନ ଶୁବମନ ଗିଲ ଏବଂ ଋଷଭ ପନ୍ତ ଭାରତ ପାଇଁ ୯୬ ରନର ଭାଗିଦାରୀ କରିଥିଲେ, କିନ୍ତୁ ଏହା ପରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ମାନେ ନିୟମିତ ବ୍ୟବଧାନରେ ଆଉଟ୍ ହୋଇ ପାଭିଲିୟନକୁ ଫେରି ଆସୁଥିଲେ। ଫଳସ୍ୱରୂପ ଭାରତୀୟ ଦଳ ୨୬୩ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା।

୫୯ ବଲରେ ୬୦ ରନ୍ ସ୍କୋର କରିବା ପରେ ଋଷଭ ପନ୍ତ ଆଉଟ୍ ହୋଇଥିଲେ। ସେ ନିଜ ଇନିଂସରେ ୮ ଟି ଚୌକା ଓ ୨ ଛକା ମାରିଥିଲେ। ଶୁବମନ ଗିଲ ୧୪୬ ବଲରେ ୯୦ ରନ୍ ସଂଗ୍ରହ କରିଥିଲେ। ସେ ନିଜ ଇନିଂସରେ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଏହା ପରେ କ୍ରମାଗତ ଭାବରେ ଆଉଟ୍ ହୋଇ ପାଭିଲିୟନକୁ ଫେରିବା ପ୍ରକ୍ରିୟା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଆରମ୍ଭ ହୋଇଥିଲା। ସରଫରାଜ ଖାନ କୌଣସି ରନ୍ ସ୍କୋର ନକରି ଆଉଟ୍ ହୋଇଥିଲେ। ରବିନ୍ଦ୍ର ଜାଡେଜା ୧୪ ରନ୍ ସ୍କୋର କରିଥିଲେ। ଯେଉଁଠାରେ ରବି ଅଶ୍ୱିନ୍ ୬ ରନର ଯୋଗଦାନ କରିଥିଲେ। ଆକାଶଦୀପ ଶୂନ ରନରେ ଆଉଟ୍ ହୋଇଥିଲେ। ତେବେ ୱାଶିଂଟନ୍ ସୁନ୍ଦର ୩୮ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ।

ନ୍ୟୁଜିଲ୍ୟାଣ୍ଡ ପାଇଁ ଅଜାଜ ପଟେଲ ସବୁଠାରୁ ସଫଳ ବୋଲର ଥିଲେ। ଅଜାଜ ପଟେଲ ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଥିଲେ। ଏହା ବ୍ୟତୀତ ମ୍ୟାଟ ହେନେରୀ, ଗ୍ଲେନ ଫିଲିପ୍ସ ଏବଂ ଇଶ ସୋଦି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।