୧୨ଟି ବର୍ଗରେ କଳିଙ୍ଗ ଲିଟେରାରି ବୁକ୍ ଆୱାର୍ଡ ବିଜେତା ଘୋଷଣା
Advertisement
Article Detail0/zeeodisha/odisha2647793

୧୨ଟି ବର୍ଗରେ କଳିଙ୍ଗ ଲିଟେରାରି ବୁକ୍ ଆୱାର୍ଡ ବିଜେତା ଘୋଷଣା

ମୁଖ୍ୟ ଅତିଥି ଶ୍ରୀ ଶେଖାୱତ କହିଥିଲେ, ସାହିତ୍ୟ ଏବଂ ସଂସ୍କୃତି ଏକ ନିବିଡ ଐତିହାସିକ ତାତ୍ପର୍ଯ୍ୟ ରହିଛି । ଦେଶ ମଧ୍ୟରେ ସାହିତ୍ୟର ଏକ ବିବିଧ ଏବଂ ମହାନ ପରମ୍ପରା ପ୍ରଚଳିତ । ବହୁ ପୁରୁଣା ସମୟରୁ ଷ୍ଟୋରୀ ଟେଲିଂ ଆମ ସମାଜରେ ରହି ଆସିଛି । ସୃଜନାତ୍ମକ ସ୍ୱରକୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ।

୧୨ଟି ବର୍ଗରେ କଳିଙ୍ଗ ଲିଟେରାରି ବୁକ୍ ଆୱାର୍ଡ ବିଜେତା ଘୋଷଣା

ନୂଆଦିଲ୍ଲୀ: କଳିଙ୍ଗ ଲିଟେରାରି ଫେଷ୍ଟିଭାଲ (କେଏଲ୍‌ଏଫ୍‌) ପକ୍ଷରୁ କେଏଲ୍‌ଏଫ୍ ବୁକ୍ ଆୱାର୍ଡ ୨୦୨୫ର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ୧୨ଟି ବର୍ଗରେ ଉଲ୍ଲେଖନୀୟ ସାହିତ୍ୟ କୃତି ଲାଗି ଏଭଳି ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଅତିଥି ଭାବେ ଯୋଗ ଦେଇ ବିଜେତାଙ୍କୁ ପୁରସ୍କୃତ କରିଥିଲେ । ଫିକ୍ସନ, ନନ୍ ଫିକ୍ସନ, କବିତା, ବାଣିଜ୍ୟ, ଅନୁବାଦ, ଶିଶୁ ସାହିତ୍ୟ, ଇଂରାଜୀ ଏବଂ ହିନ୍ଦିରେ ପ୍ରଥମ ପୁସ୍ତକ ବର୍ଗରେ ବ୍ୟକ୍ତିବିଶେଷଙ୍କ ଉଲ୍ଲେଖନୀୟ କୃତି ଗୁଡିକୁ ବିଶେଷ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଚୟନ କରାଯାଇଛି ।

ସରସ୍ୱତୀ ବନ୍ଦନା ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଅତିଥି । ମୁଖ୍ୟ ଅତିଥି ଶ୍ରୀ ଶେଖାୱତ କହିଥିଲେ, ସାହିତ୍ୟ ଏବଂ ସଂସ୍କୃତି ଏକ ନିବିଡ ଐତିହାସିକ ତାତ୍ପର୍ଯ୍ୟ ରହିଛି । ଦେଶ ମଧ୍ୟରେ ସାହିତ୍ୟର ଏକ ବିବିଧ ଏବଂ ମହାନ ପରମ୍ପରା ପ୍ରଚଳିତ । ବହୁ ପୁରୁଣା ସମୟରୁ ଷ୍ଟୋରୀ ଟେଲିଂ ଆମ ସମାଜରେ ରହି ଆସିଛି । ସୃଜନାତ୍ମକ ସ୍ୱରକୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ।

କେଏଲ୍‌ଏଫ୍‌ର ପୃଷ୍ଠପୋଷକ ତଥା ସିଇଓ ଅଶୋକ କୁମାର ବଳ ସ୍ୱାଗତ ଭାଷଣରେ କହିଥିଲେ, ଉଲ୍ଲେଖନୀୟ ସାହିତ୍ୟ କୃତି ଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ସାଂସ୍କୃତିକ ଆଲୋଚନାକୁ ତ୍ୱରାନ୍ୱିତ କରିବା ଦିଗରେ କେଏଲ୍‌ଏଫ୍ ବିସ୍ତୃତ କାର୍ଯ୍ୟକ୍ରମ ଗ୍ରହଣ କରିଛି ।
କେଏଲ୍‌ଏଫ୍‌ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପରିଡା କହିଥିଲେ, ବର୍ତ୍ତମାନ ସମୟରେ ସାହିତ୍ୟ ଆଲୋଚନାକୁ ତ୍ୱରାନ୍ୱିତ କରିବା ଏବଂ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଦିଗରେ କେଏଲ୍‌ଏଫ୍ ନିରନ୍ତର ଉଦ୍ୟମ ଜାରି ରଖିଛି । ସାହିତ୍ୟିକ ଉନ୍ମାଦନାକୁ ପାଳନ କରିବାରେ ଏହା ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ଉଭା ହୋଇଛି ।

ହିନ୍ଦୀର ୫ଟି ଏବଂ ଇଂରାଜିର ୭ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରତି ପୁରସ୍କାର ବିଜେତାଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ, ମାନପତ୍ର, ସ୍ମୃତିଫଳକ, ଉପଢ଼ୌକନ, ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ୧୫ ଉଲ୍ଲେଖନୀୟ ସାହିତ୍ୟ କୃତିକୁ ପୁରସ୍କୃତ କରିବା ପରେ  ଆସନ୍ତା ମାସ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ଅବସରରେ ସଂସ୍କୃତ ଏବଂ ଓଡ଼ିଆ ଭାଷାର ୪ ଉଲ୍ଲେଖନୀୟ ସାହିତ୍ୟ କୃତିକୁ ମଧ୍ୟ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି ।

କେଏଲ୍‌ଏଫ୍ ବୁକ୍ ଆୱାର୍ଡ (ହିନ୍ଦୀ ବର୍ଗ)
ନନ୍ ଫିକ୍ସନ- ଓଭର ଦି ଟପ୍‌: ଓଟିଟି କା ମାୟାଜାଲ ପୁସ୍ତକ, ଲେଖକ: ଅନନ୍ତ ବିଜୟ, ପ୍ରକାଶକ:ପ୍ରଭାତ ପ୍ରକାଶନ

ଫିକ୍ସନ: ବନ୍ୟା, ଲେଖକ: ମନିଷା କୁଳଶ୍ରେଷ୍ଠ, ପ୍ରକାଶକ:ରାଜପାଲ ଆଣ୍ଡ ସନ

କବିତା:ଧର୍ମ ଓ ନାବ୍ ନେହିଁ, କବି:ଶିରିଶ କୁମାର ମୌର୍ଯ୍ୟ, ପ୍ରକାଶକ:ରାଜକୁମାର ପ୍ରକାଶନ

ଅନୁବାଦ: ପ୍ରଦୀପ ଦାସଙ୍କ ଚାରୁ, ଚିଭାର ଔର ଚର୍ଯ୍ୟା, ଅନୁବାଦକ:ସୁଜାତା, ପ୍ରକାଶକ:ସିଭେନ ପବ୍ଲିସର ପେଙ୍ଗୁଇନ

ପ୍ରଥମ ପୁସ୍ତକ: ଚକାଜାମ, ଲେଖକ:ଗୌତମ ଚୌବେ, ପ୍ରକାଶକ:ରାଜକମଲ ପ୍ରକାଶନ

ସ୍ୱତନ୍ତ୍ର: ଜ୍ଞାନ ସେ ବିଜ୍ ପୋଷ୍ଟକାର୍ଡ, ଲେଖକ:ଶିବ ବାଲକ ମିଶ୍ରା, ପ୍ରକାଶକ: ୱେଷ୍ଟଲାଣ୍ଡ ଏକା

ଇଂରାଜୀ ବର୍ଗରେ ବିଜେତା

ନନ୍ ଫିକ୍ସନ: ଟିପୁ ସୁଲତାନ, ଦ ସାଗା ଅଫ୍ ମହୀଶୂର ଇଣ୍ଟେରେନମ (୧୭୬୦-୧୭୯୯)
ଲେଖକ:ଡ. ବିକ୍ରମ ସମ୍ପତ, ପ୍ରକାଶକ ପେଙ୍ଗୁଇନ
ଦ ସେରପା ଟ୍ରେଲ: ଦି ଷ୍ଟୋରିଜ ଫ୍ରମ ଦାର୍ଜିଲିଂ ଆଣ୍ଡ୍ ବିୟଣ୍ଡ
ଲେଖକ: ନନ୍ଦିନୀ ପୁରନ୍ଦରେ, ଦୀପା ବାଲସୁଭର
ପପ୍ରକାଶକ: ରୋଲି ବୁକ୍‌ସ

ଫିକ୍ସନ: ଦ ଗାର୍ଲ ଉଇଥ୍ ସେଭେନ ଲାଇଫ, ଲେଖକ:ବିକାଶ ସ୍ୱରୁପ, ପ୍ରକାଶକ: ସାଇମନ ଆଣ୍ଡ ସ୍କୁଷ୍ଟର
ଦ ଏନ୍‌କ୍ଲେଭ: ଏ ସାର୍ପ ଆଣ୍ଡ ହିଲାରିୟସ ପୋଟ୍ରେଟ ଅଫ୍ ଓମେନହୁଡ ଇନ୍ ଇଣ୍ଡିଆ, ଲେଖକ:ରୋହିତ ମନଚନ୍ଦା, ପ୍ରକାଶକ: ହାର୍ପର କଲିନ୍ସ

କବିତା: ଆଇ ୱିଲ୍ ହାଭ୍ ଇଟ୍ ହିଅର, କବି:ଜିତ ଥାଇଲ, ପ୍ରକାଶକ: ହାର୍ପର କଲିନ୍ସ

ର୍ବାଣିଜ୍ୟ: ଡିଜିଟାଲ ଫର୍ଚ୍ୟୁନ, ଭାଲ୍ୟୁ ଇନଭେଷ୍ଟର ଗାଇଡ ଟୁ ନିୟୁ ଇକୋନୋମି, ଲେଖକ:ସ୍ମାରକ ସ୍ୱାଇଁ, ପ୍ରକାଶକ: ବ୍ଲୁମସବରି ଇଣ୍ଡିଆ

ଅନୁବାଦ: ଟେନ୍ ଡେଜ୍ ଅଫ୍ ଷ୍ଟ୍ରାଇକ:ସିଲେକ୍ଟେଡ ଷ୍ଟୋରିଜ ବେଙ୍ଗଲୀ ମୂଳ ଲେଖା ସନ୍ଦୀପନ ଚଟୋପାଧ୍ୟାୟ, ଅନୁବାଦକ:ଅରୁଣଭା ସିହ୍ନା, ପ୍ରକାଶକ: ହାର୍ପର କଲିନ୍ସ

ପ୍ରଥମ ପୁସ୍ତବ: ଦ  ମେନି ଲାଇଫ୍ ଅଫ୍ ସେଡା ଏକ୍ସ:ଦ ଷ୍ଟୋରୀ ଅଫ୍ ଅନନୋନ ଇଣ୍ଡିଆନ ରାଇଟର, ଲେଖକ: ନେହା ଦିକ୍ଷୀତ, ପ୍ରକାଶକ: ଜଗରନଟ

ଶିଶୁ ବର୍ଗ: ଲକ୍ଷ୍ମୀ ପଣ୍ଡା: ଦ ଷ୍ଟୋରୀ ଅଫ୍ ନେତାଜୀସ ୟଙ୍ଗେଷ୍ଟ ସ୍ପାଏ, ଲେଖବ ସ୍ୟାପି କାର୍ନେଲ, ପ୍ରକାଶକ ୱେଷ୍ଟଲାଣ୍ଡ