Astro Tips: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୁଧ ଗ୍ରହକୁ ଅତ୍ୟନ୍ତ ଶୁଭ ଏବଂ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବେ ବିବେଚନା କରାଯାଇଛି। ବୁଧ ବୁଦ୍ଧି, ବାଣୀ, ଯୋଗାଯୋଗ, ଗଣିତ, ବ୍ୟବସାୟ, ଆର୍ଥିକ ଲାଭ, ସହଭାଗୀତା, ବନ୍ଧୁତା, ମନୋରଞ୍ଜନ ଇତ୍ୟାଦିର କର୍ତ୍ତା ଏବଂ ନିୟନ୍ତ୍ରକ ଗ୍ରହ। ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ବୁଧଙ୍କ ସ୍ଥିତି ମଜବୁତ ସେମାନଙ୍କୁ ଜୀବନର ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିଥାଏ।
ବୃଷ ରାଶି
ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ । ବ୍ୟବସାୟ ଏବଂ କ୍ୟାରିୟରରେ ଉନ୍ନତି ଆସିବ। ଅଟକି ରହିଥିବା ଟଙ୍କା ଫେରି ପାଇବାର ଅଧିକ ସମ୍ଭାବନା ରହିଛି । ପୁଞ୍ଜୀ ନିବେଶରୁ ଭଲ ଲାଭ ପାଇବେ । ଚାକିରି କ୍ଷେତ୍ରରେ ପଦୋନ୍ନତି ଏବଂ ଦରମା ବୃଦ୍ଧିର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। ପରିବାରରେ ସୁଖ ଓ ଶାନ୍ତିର ବାତାବରଣ ରହିବ ।
କର୍କଟ ରାଶି
ଆପଣଙ୍କ ପାଇଁ ସମୟ ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଶୁଭ । ସମ୍ପତ୍ତି କିମ୍ୱା ଯାନବାହାନ କିଣିବାର ସମ୍ଭାବନା ରହିଛି। ବ୍ୟବସାୟୀମାନେ ବଡ ଡିଲ୍ ପାଇପାରନ୍ତି । ଆୟ ମଧ୍ୟ ବୃଦ୍ଧି ପାଇବ । ଛାତ୍ରମାନଙ୍କ ପାଇଁ ଏହି ସମୟ ଶୁଭଦାୟକ । ଶିକ୍ଷା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିପାରନ୍ତି । କଠିନ ପରିଶ୍ରମର ପୂର୍ଣ୍ଣ ଫଳ ଆପଣ ପାଇବେ।
କନ୍ୟା ରାଶି
ଆପଣଙ୍କ ଆରାଧ୍ୟ ବୁଧ ତେଣୁ ଏହି ଆପଣ ବିଶେଷ ଲାଭ ପାଇବେ । ଚାକିରି ଏବଂ ବ୍ୟବସାୟରେ ଅପ୍ରତ୍ୟାଶିତ ସଫଳତା ହାସଲ କରିବେ। ନୂତନ ସୁଯୋଗର ଦ୍ୱାର ଖୋଲିବ। ଯୋଗାଯୋଗ ଏବଂ ଗଣମାଧ୍ୟମ ସହିତ ଜଡିତ ବ୍ୟକ୍ତିଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ । ଭ୍ରମଣରୁ ଲାଭ ମିଳିପାରେ । ନୂତନ ଉତ୍ସରୁ ଟଙ୍କା ରୋଜଗାର କରିବାର ସମ୍ଭାବନା ରହିଛି।
ଧନୁ ରାଶି
ଆପଣଙ୍କ ପାଇଁ ସମୟ ନୂଆ ସମ୍ଭାବନା ଆଣିବ । କ୍ୟାରିଅର ଏବଂ ବ୍ୟବସାୟରେ ଆଗକୁ ବଢିବେ । ଆୟର ନୂଆ ଉତ୍ସ ସୃଷ୍ଟି ହୋଇପାରେ । ନିବେଶରୁ ପ୍ରଚୁର ଲାଭ ମିଳିପାରେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବାରୁ ମନ ଖୁସି ରହିବ । ପାରିବାରିକ ଜୀବନରେ ଖୁସି ମିଳିବ । ବିଦେଶ ଯାତ୍ରା ଏବଂ ନୂତନ ପ୍ରକଳ୍ପ ପାଇଁ ସମୟ ଶୁଭ ।
ମୀନ ରାଶି
ଆପଣଙ୍କ ପାଇଁ ଏହି ସମୟ ବିଶେଷ ସୁଯୋଗ ପ୍ରଦାନ କରିବ । ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ଭଲ ରହିବ । ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦେବା କାରଣରୁ ମାନସିକ ଶାନ୍ତି ପାଇବେ । ଚାକିରି କ୍ଷେତ୍ରରେ ସଫଳତା ମିଳିବାର ସୁଯୋଗ ରହିଛି । କର୍ମକ୍ଷେତ୍ରରେ ଆପଣଙ୍କୁ ବରିଷ୍ଠ ଅଧିକାରୀଙ୍କ ପ୍ରଶଂସା ମିଳିବ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़