Naxal Attack News: ବିଜାପୁରରେ ପୁଣି IED ବିସ୍ଫୋରଣ, ନକ୍ସଲଙ୍କ ଟାର୍ଗେଟରେ CRPF ଯବାନ
Advertisement
Article Detail0/zeeodisha/odisha2596802

Naxal Attack News: ବିଜାପୁରରେ ପୁଣି IED ବିସ୍ଫୋରଣ, ନକ୍ସଲଙ୍କ ଟାର୍ଗେଟରେ CRPF ଯବାନ

Naxal-Planted IED In Bijapur: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ପୁଣି ଥରେ ଆକ୍ରମଣ କରିଛନ୍ତି। ମହାଦେବ ଘାଟ ନିକଟରେ ଥିବା ୧୯୬ ବାଟାଲିୟନ କ୍ୟାମ୍ପ ପଛରେ ଆଇଇଡି ବିସ୍ଫୋରଣ କରିଛନ୍ତି ନକ୍ସଲ। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ରାୟପୁରକୁ ପଠାଯାଇଛି।

Naxal Attack News: ବିଜାପୁରରେ ପୁଣି IED ବିସ୍ଫୋରଣ, ନକ୍ସଲଙ୍କ ଟାର୍ଗେଟରେ CRPF ଯବାନ

CRPF Trooper Injured: ଛତିଶଗଡ଼ ବିଜାପୁରରେ ପୁଣିଥରେ ନକ୍ସଲ IED ବିସ୍ଫୋରଣ କରିଛନ୍ତି ନକ୍ସଲ । ଆଜିର ଘଟଣାଟି ମହାଦେବ ଘାଟ ନିକଟରେ ଘଟିଛି । 196 ବାଟାଲିୟନ କ୍ୟାମ୍ପ ପଛରେ ଆଇଇଡି ବିସ୍ଫୋରଣ କରିଛନ୍ତି। ସୁରକ୍ଷା ବାହିନୀର ଏକ ଟିମ୍ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାୟପୁରକୁ ଚିକିତ୍ସା ପାଇଁ ପଠାଯାଇଛି। ଏହି ଘଟଣାଟି ପୁଣି ଥରେ ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ମିଳିଥିବା ଖବର ମୁତାବକ, ଏହି ଘଟଣାଟି ବିଜାପୁରର ମହାଦେବ ଘାଟରେ ଘଟିଛି । ଯେଉଁଠାରେ ସିଆରପିଏଫ ୧୯୬ ବାଟାଲିୟନର ଯବାନମାନେ ନକ୍ସଲ ପ୍ରଭାବିତ ମହାଦେବ ଘାଟ ଅଞ୍ଚଳକୁ ପାଟ୍ରୋଲିଂ ପାଇଁ ବାହାରିଥିଲେ। ନକ୍ସଲମାନେ ସେହି ସମୟରେ ଯବାନମାନଙ୍କୁ ଟାର୍ଗେଟ କରିଛନ୍ତି। ଯବାନମାନେ ଜିଲ୍ଲା ମୁଖ୍ୟାଳୟ ନିକଟରେ ପହଞ୍ଚିବା ସମୟରେ ଏହି ବଡ଼ ବିସ୍ଫୋରଣ ହୋଇଛି ବୋଲି କୁହାଯାଉଛି । ଆଇଇଡି ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଛନ୍ତି।

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଏହା ପୂର୍ବରୁ ଜାନୁଆରୀ ୬ ତାରିଖରେ ବିଜାପୁରର ମହାଦେବ ଘାଟ ନିକଟ କୁଟ୍ରୁ ଜଙ୍ଗଲ ଅଞ୍ଚଳରେ ନକ୍ସଲମାନେ ଆଇଡି ବିସ୍ଫୋରଣ କରିଥିଲେ । ଯେଉଁଥିରେ ଜଣେ ଡ୍ରାଇଭର ଏବଂ ୮ ଜଣ ଯବାନ ସହିଦ ହୋଇଥିଲେ। ନକ୍ସଲମାନେ ଯବାନଙ୍କ ଗାଡିକୁ ଟାର୍ଗେଟ୍ କରିଥିଲେ । ବିସ୍ଫୋରଣରେ ଗାଡିଟି ବହୁ ଉଚ୍ଚକୁ ଉଠିଯାଇ ଖଣ୍ଡ ଖଣ୍ଡ ହୋଇଯାଇଥିଲା । ବିସ୍ଫୋରଣ ଏତେ ବିପଜ୍ଜନକ ଥିଲା ଯେ ୮ ଜଣ ଯବାନ ସହିଦ ହୋଇଥିଲେ ଏବଂ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା।

Also Read- Video: ବାଜୁଥିଲା ମୋନାଲିସା ଗୀତ, ତଳେ ଗଡୁଥିଲେ ଯୁବକ, ଦେଖନ୍ତୁ ଭିଡିଓ

Also Read- Curry leaves: ଡାଇବେଟିସ୍ ଅଛି କି ? ଭୃସଙ୍ଗ ପତ୍ରର ଏମିତି କରନ୍ତୁ ବ୍ୟବହାର