Odisha Daily News Live: ଖୁବ୍ ଶୀଘ୍ର ଦୂର ହେବ ଆଳୁ ସଙ୍କଟ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2364197

Odisha Daily News Live: ଖୁବ୍ ଶୀଘ୍ର ଦୂର ହେବ ଆଳୁ ସଙ୍କଟ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ଖୁବ୍ ଶୀଘ୍ର ଦୂର ହେବ ଆଳୁ ସଙ୍କଟ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

02 August 2024
22:32 PM

Home Ministry Action Against BSF Officers: ଗୃହ ମନ୍ତ୍ରଣାଳୟ ଦୁଇଜଣ ବିଏସ୍ଏଫ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ସେମାନଙ୍କ ପଦରୁ ହଟାଇ ଦେଇଛନ୍ତି। ବିଏସଏଫ ଡିଜି ନିତିନ ଅଗ୍ରୱାଲ ଡିଜି ପଦରୁ କାର୍ଯ୍ୟମୁକ୍ତ କରାଯାଇଛି। ତାଙ୍କୁ ମୂଳ କ୍ୟାଡର ଅର୍ଥାତ୍ କେରଳ କ୍ୟାଡରକୁ ପଠାଯାଇଛି। ଏଥିସହିତ ସ୍ପେଶାଲ ଡିଜି ୱାଇବି ଖୁରାନିଆଙ୍କୁ ମଧ୍ୟ ହଟାଇ ଓଡି଼ଶା କ୍ୟାଡରକୁ ପଠାଇ ଦିଆଯାଇଛି।

20:25 PM

Jairam Ramesh On Amit Shah: କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଶୁକ୍ରବାର ଦିନ ରାଜ୍ୟସଭାରେ ପ୍ରକ୍ରିୟା ଏବଂ ଆଚରଣ ବିଧି ନିୟମ ୧୮୭ ଅନୁଯାୟୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ବିଶେଷ ଅଧିକାର ଉଲ୍ଲଂଘନକୁ ନେଇ କାର୍ଯ୍ୟନୁଷ୍ଠାନ ଆରମ୍ଭ କରିବାକୁ ଦାବି କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କୁ ଲେଖିଥିବା ଚିଠିରେ ସେ ଏହି ଦାବି କରିଛନ୍ତି।

17:57 PM

Odisha News Live Updates:ରାହୁଲ ଗାନ୍ଧୀଙ୍କ ଉପରେ ହୋଇପାରେ ଆକ୍ରମଣ: ସଞ୍ଜୟ ରାଉତ
ଶିବସେନା ସାଂସଦ ସଞ୍ଜୟ ରାଉତ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ସାଂସଦ ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କରାଯାଇପାରେ। ରାଉତ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏବଂ ଇଣ୍ଡିଆ ମେଣ୍ଟର ସଦସ୍ୟଙ୍କ ବିରୋଧରେ ଷଡଯନ୍ତ୍ର ରଚିଛି। ସଞ୍ଜୟ ରାଉତ କହିଛନ୍ତି ଯେ ରାହୁଲ ଗାନ୍ଧୀ ଲୋକସଭାରେ ଗଣତନ୍ତ୍ରର ସ୍ୱର ଉତ୍ତୋଳନ କରୁଛନ୍ତି। ରାହୁଲ ଗାନ୍ଧୀ ସରକାରଙ୍କୁ ଦର୍ପଣ ଦେଖାଇବା କାମ କରିଛନ୍ତି। ତେଣୁ ତାଙ୍କୁ ପୁନର୍ବାର କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିପାରେ, ଏଥିପାଇଁ ଆମେ ପ୍ରସ୍ତୁତ | ଯଦିଓ ବିଜେପି ସଂଖ୍ୟାଗରିଷ୍ଠତା ହରାଇଛି, କିନ୍ତୁ ଅସାମ୍ବିଧାନିକ କାର୍ଯ୍ୟ କରିବାର ନିଶା ବିଜେପିର ଛାଡ଼ିନାହିଁ ବୋଲି ମନେ ହେଉଛି । ରାହୁଲ ଗାନ୍ଧୀ ଏବଂ ଆମ ସମସ୍ତଙ୍କ ବିରୋଧରେ ଏକ ଷଡଯନ୍ତ୍ର ରଚାଯାଇଛି ।

17:52 PM

Odisha News Live Updates:ନଷ୍ଟ ହୋଇଗଲା ୧୦ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ
ବିଶ୍ବ ନିୟତା ଜଗତରନାଥ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଚାଉଳ ଅର୍ପଣ କରିଥିଲେ। ଭକ୍ତ ଅର୍ପଣ କରିଥିବା ଚାଉଳ ମହାପ୍ରସାଦ ପ୍ରସ୍ତୁତ ହେବ ବୋଲି ମନେ କରାଯାଉଥିଲା। ଅର୍ପଣ ଚାଉଳ ଭକ୍ତଙ୍କ ଠାରୁ ସଂଗୃହୀତ ହେଲା ସତ। କିନ୍ତୁ ଏହାକୁ କେମିତି ବ୍ୟବହାରଯୋଗ୍ୟ କରାଯିବ, ସେଥିପାଇଁ ବିସ୍ତୃତ ରୋଡମ୍ୟାପ କରାଯାଇ ନଥିଲା। ଏହି କାରଣରୁ ୬ ମାସ ମଧ୍ୟରେ ଅର୍ପଣ ଚାଉଳ ନଷ୍ଟ ହେବାକୁ ବସିଛି। ଅର୍ପଣ ଚାଉଳ ଭୋଗ ପ୍ରସ୍ତୁତ ହେଲା ଭଳି ସ୍ଥିତିରେ ନାହିଁ।

17:50 PM

Odisha News Live Updates: ରାଜସ୍ଥାନରେ ପରମାଣୁ ଶକ୍ତି କେନ୍ଦ୍ରକୁ ବିରୋଧ କଲେ ସ୍ଥାନୀୟ ଲୋକେ
ରାଜସ୍ଥାନର ବାଂଶୱାଡ଼ାରେ ପ୍ରସ୍ତାବିତ ପରମାଣୁ ଶକ୍ତି କେନ୍ଦ୍ରକୁ ବିରୋଧ କରି ସ୍ଥାନୀୟ ଲୋକେ ବିଶାଳ ପ୍ରତିବାଦ ଆରମ୍ଭ କରିଛନ୍ତି। କାରଖାନା ପାଇଁ ଜମି ଖାଲି କରିବାକୁ ଯାଇଥିବା ଲୋକଙ୍କ ସହ ପୁଲିସ ଓ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବିକ୍ଷୋଭକାରୀ ସ୍ଥାନୀୟ ଲୋକେ ପୁଲିସ ଉପରକୁ ପଥର ମାଡ଼ କରିବାରୁ ପୁଲିସ ଲୋକଙ୍କ ଉପରେ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ୍ ମଧ୍ୟ ଛାଡ଼ିଥିଲା। ବାଂଶୱାଡ଼ାର ଛୋଟି ସରୱାନରେ ୨୮୦୦ ମେଗାୱାଟର ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ ହେବାକୁ ଯାଉଛି । ଏହି ପ୍ରକଳ୍ପ ପାଇଁ ଲୋକଙ୍କୁ ଏଠାରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

17:48 PM

Odisha News Live Updates: ଦିଲ୍ଲୀ କୋଚିଂ ସେଣ୍ଟର ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ, ହାଇକୋର୍ଟଙ୍କ ନିର୍ଦ୍ଦେଶ
ପୁରୁଣା ରାଜେନ୍ଦ୍ର ନଗର ଦୁର୍ଘଟଣା ମାମଲାର ଶୁଣାଣି ଶୁକ୍ରବାର ଦିଲ୍ଲୀ ହାଇକୋର୍ଟରେ ହୋଇଛି। ଦିଲ୍ଲୀ ଏମସିଡି କମିଶନର ଏବଂ ଡିସିପି ଦିଲ୍ଲୀ ଶୁକ୍ରବାର ହାଇକୋର୍ଟରେ ହାଜର ହୋଇଥିଲେ । ଏମସିଡି କହିଛି ଯେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଆମେ ଡ୍ରେନ୍ ମଧ୍ୟ ସଫା କରିଛୁ। ଏହା ଉପରେ ହାଇକୋର୍ଟ ପଚାରିଥିଲେ, ଆପଣ ଜମି ଯାଞ୍ଚ କରିଛନ୍ତି କି? ସମସ୍ତ ଯୁକ୍ତି ଶୁଣିବା ପରେ ଦିଲ୍ଲୀ ହାଇକୋର୍ଟ ରାଜେନ୍ଦ୍ର ଦୁର୍ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସିଭିସିର ଜଣେ ବରିଷ୍ଠ ଅଧିକାରୀ ତଦନ୍ତ ଉପରେ ନଜର ରଖିବେ। ଶୁଣାଣି ସମୟରେ ହାଇକୋର୍ଟ ଦିଲ୍ଲୀ ଏମସିଡିକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି।

13:49 PM

Odisha News: ହାତୀ ଦାନ୍ତ କାରବାରରେ ସାତ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ବ୍ୟକ୍ତି ମାନଙ୍କ ଠାରୁ ପାଞ୍ଚଟି ହାତୀ ଦାନ୍ତ ମଧ୍ୟ ଜବତ କରାଯାଇଛି। ଏହିପରି ଏକ ବଡ଼ ଧରଣର ଚଢ଼ାଉ କରି ବନ ବିଭାଗକୁ ସଫଳତା ମିଳିଛି। ବାରିପଦା ବନ ବିଭାଗ ସହ ଶିମିଳିପାଳ ର ସ୍ପେସାଲ ଟିମ୍ , STF,JTF ମିଳିତ ଭାବେ ଚଢ଼ାଉ କରି ଏହି ପରି ଏକ ବଡ଼ ଧରଣର ରାକେଟ କୁ ଗିରଫ କରିଛି ବନ ବିଭାଗ।

13:15 PM

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକ ବିଭାଗର ପୂର୍ବତନ ଏଚ୍‌ଓଡି ତଥା ବରିଷ୍ଠ ସାମ୍ବାଦିକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ଗତକାଲି ରାତ୍ର ୨.୧୦ ମିନିଟ୍ ରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

12:57 PM

ଦୃଷ୍ଟି କୋଚିଂ ସେଣ୍ଟରର ସଂସ୍ଥାପକ ବିକାଶ ଦିବ୍ୟକିର୍ତ୍ତୀ ଦୁର୍ଘଟଣାରେ ମୃତ୍ରୁ୍ୟବରଣ କରିଥିବା ୪ ଛାତ୍ରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ମୃତ ଛାତ୍ରଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଦିଲ୍ଲୀ ରାଜେନ୍ଦ୍ର ନଗରରେ ଥିବା ରାଓ କୋଚିଂ ସେଣ୍ଟରେ ପାଣି ପଶିଯିବା ଯୋଗୁଁ ହୋଇଥିଲା । ଅନ୍ୟ ଜଣେ ଛାତ୍ରଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିଲା ।

 

11:23 AM

Chakravyuha Speech: ନୂଆଦିଲ୍ଲୀ: ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ବର୍ତ୍ତମାନ ତାଙ୍କ ଉପରେ ଏକ ଇଡି ଆକ୍ରମଣ ଯୋଜନା କରାଯାଇଛି। ସେ କହିଛନ୍ତି ଯେ ଜୁଲାଇ ୨୯ରେ ସଂସଦରେ ତାଙ୍କର 'ଚକ୍ରଭ୍ୟୁହ' ଭାଷଣ ପରେ ଏହି ଯୋଜନା କରାଯାଉଛି। ରାହୁଲ ଦାବି କରିଛନ୍ତି ଯେ ଇଡିର କିଛି ଅଧିକାରୀ ତାଙ୍କୁ କହିଥିଲେ ଯେ ତାଙ୍କ ବିରୋଧରେ ଚଢାଉ ଯୋଜନା କରାଯାଉଛି। ଏହି ଖବର ପାଇବା ପରେ ଚାହା ବିସ୍କୁଟ ସହିତ ତାଙ୍କର ଅପେକ୍ଷା କରିଛନ୍ତି ବୋଲି ରାହୁଲ କହିଛନ୍ତି। 

10:42 AM

CBI Chargesheet on NEET: ନିଟ୍‍ ପ୍ରଶ୍ନପତ୍ର ଲିକ୍‍ ମାମଲାରେ ସିବିଆଇ ଏହାର ପ୍ରଥମ ଚାର୍ଜଶିଟ ଦାଖଲ କରିଛି। ଏଥିରେ ୧୩ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏମାନଙ୍କୁ ଦୋଷୀ ବୋଲି ପ୍ରମାଣ ଦାଖଲ କରିଛି ସିବିଆଇ। ଏବେ ତଦନ୍ତ ଶେଷ ହୋଇ ନଥିବାରୁ ସିବିଆଇ ଅଭିଯୋଗ ଫର୍ଦ୍ଦ ଆହୁରି ବଢ଼ିବା ସମ୍ଭାବନା ରହିଛି। 

10:31 AM

Petrol Diesel Price Today: ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୧.୩୪ ରହିଛି । ସେହିପରି ଡିଜେଲ (୧ ଲିଟର) ୯୧.୬୪ ରହିଛି।  ତେବେ, ଆଜି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଲିଟର ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଗତକିଛି ଦିନ ହେବ ରାଜ୍ୟରେ ତୈଳ ଦରର ବୃଦ୍ଧି ଗ୍ରାହକଙ୍କୁ ଟେନସନରେ ପକାଇଥିଲା। ପେଟ୍ରୋଲ-ଡିଜେଲ ଦର କମାଇବା ପାଇଁ ଦିର୍ଘ ଦିନ ହେବ ଦାବି ହୋଇଥିଲେ ମଧ୍ୟ ସରକାର ଏପ୍ରତି ଧ୍ୟାନ ହେଉ ନାହାଁନ୍ତି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ୯୬.୭୨ ରହିଥିବା ବେଳେ ଡିଜେଲ(୧ ଲିଟର) ୮୯.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୬.୩୧ ରହିଥିବା ବେଳେ ଡିଜେଲ (୧ ଲିଟର) ୯୪.୨୭ ରହିଛି। ସେପଟେ  ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୨.୬୩ ରହିଥିବା ବେଳେ ଡିଜେଲ(୧ ଲିଟର) ୯୪.୨୪ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୬.୦୩ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୭୬ ରହିଛି।

09:40 AM

Police Documents in Odia: ଏଣିକି ପୁଲିସ ନଥିସବୁ ଓଡ଼ିଆରେ ଲେଖାଯିବ। ଏଥିନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। କିନ୍ତୁ ଇଣ୍ଟରନେଟ ନେଟଓ୍ୱର୍କରେ ତଥ୍ୟ ଇଂରାଜୀରେ ରହିବ। ଲୋକଙ୍କ ପାଖରେ ପୁଲିସକୁ ନିକଟତର କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି। 

09:35 AM

Hina Khan Shaves Hair: ଟିଭି ଅଭିନେତ୍ରୀ ହିନା ଖାନ ବର୍ତ୍ତମାନ କର୍କଟ ଭଳି ମାରାତ୍ମକ ରୋଗ ସହ ଲଢୁଛନ୍ତି। ସେ ଏବେ ସ୍ତନ କର୍କଟରେ ପିଡ଼ୀତ ହୋଇ ଜୀବନ ସଂଘର୍ଷ କରୁଛନ୍ତି। ହୀନାଙ୍କ ଫ୍ୟାନମାନେ ଏହି ଖବର ପାଇବା ପରେ ଖୁବ୍ ମର୍ମାହତ। ଅଭିନେତ୍ରୀଙ୍କ ପାଇଁ ଏହା ସବୁଠାରୁ କଷ୍ଟକର ସମୟ ବୋଲି କହିବା ଭୁଲ ହେବ ନାହିଁ। ତେବେ, ଯେଉଁ ସାହସ ସହିତ ଅଭିନେତ୍ରୀ ଏହି ଯୁଦ୍ଧ ଲଢ଼ୁଛନ୍ତି, ତାହା ଖୁବ୍ ପ୍ରଶଂସନୀୟ। ହିନା ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରତ୍ୟେକ ଅପଡେଟ୍ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସଙ୍କ ସହ ସେୟାର କରି ଚାଲିଛନ୍ତି। ଏଥି ସହିତ ପ୍ରଶଂସକମାନେ ମଧ୍ୟ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ଏହି ସମୟରେ ହିନା ଖାନ(Hina Khan) ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଅଭିନେତ୍ରୀ ସମ୍ପୂର୍ଣ୍ଣ ଚୁଟି କାଟିଦେଇଥିବା ଦେଖିବାକୁ ମିଳିଛି। ଭିଡିଓରେ ଅଭିନେତ୍ରୀଙ୍କ ସାହସ ଦେଖିବା ପରେ ଆପଣ ପ୍ରକୃତରେ ଗର୍ବିତ ଅନୁଭବ କରିବେ।

09:15 AM

One More Bronze in Olympic: ଅଲମ୍ପିକ୍‍ ୨୦୨୪ରେ ଭାରତ ଆଉ ଏକ ପଦକ ହାସଲ କରିଛି। କୋହ୍ଲାପୁରର ସ୍ୱପ୍ନିଲ୍‍ କୁଶାଲେ ଏହି ପଦକ ବିଜେତା ହୋଇଛନ୍ତି। ୫୦ ମିଟର ଶୁଟିଂ ପ୍ରତିଯୋଗୀତାରେ ସେ ଭାରତ ପାଇଁ ଏହି ପଦକ  ହାସଲ କରିଛନ୍ତି। ଏହାଙ୍କ ଦ୍ୱାରା ଭାରତର ପଦକ ସଂଖ୍ୟ୍ୟା ୩ରେ ପହଞ୍ଚିଛି। ଏ ସମସ୍ତ ପଦକ ଶୁଟିଂରେ ହିଁ ମିଳିଛି। 

09:00 AM

Cloudburst: ହିମାଚଳ ପ୍ରଦେଶରେ ମଣିଷ ପାଇଁ ଦାଉ ସାଧୁଛି ପ୍ରାକୃତିକ ଦୁର୍ବିପାକ। କେରଳ ଓ୍ବାୟନାଡ(Wayanad) ପରେ ଏବେ ଉତ୍ତର ଭାରତରେ ପ୍ରକୃତିର ତାଣ୍ଡବ। ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡ(Uttrakhand)ରେ ଦେଖିବାକୁ ମିଳିଛି ଜଳ ପ୍ରଳୟ। ଉଭୟ ସ୍ଥାନରେ ବାଦଲ ଫଟା ବର୍ଷା(Cloud Bursting) ଯୋଗୁ ଭୟାନକ ଜଳ ପ୍ରଳୟ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ଡ୍ୟାମ କାନ୍ଥ ଭାଙ୍ଗିଛି ତ ଆଉ କେଉଁଠି ଘର ଧୋଇ ହୋଇଯାଇଥିବା ଦେଖିବାକୁ ମିଳିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି।

08:49 AM

Weather Report: ଓଡ଼ିଶାରେ ଜୁନ୍‌ରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି, ଜୁଲାଇରେ ଦକ୍ଷିଣ ଓଡ଼ିଶା ଏବଂ କେନ୍ଦ୍ରୀୟ ଓଡ଼ିଶାରେ ବର୍ଷା ହୋଇଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ରାଜ୍ୟ ପ୍ରବଳ ବର୍ଷା ହେବା ଆଗାମୀ ଦୁଇ ଦିନ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରାୟ ୩ ତାରିଖ ପର୍ଯ୍ୟନ୍ତ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଜାରି ରହିବା ନେଇ ବିଭାଗ ତରଫରୁ ସୂଚନା ମିଳିଛି। ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼,ଅନୁଗୁଳ(Anugul),ଦେବଗଡ଼, କେନ୍ଦୁଝର,ମୟୂରଭଞ୍ଜ(Mayurbhanj)ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

08:24 AM

Three trapped in basement: ଗୁରୁବାର ରାଜସ୍ଥାନର ରାଜଧାନୀ ଜୟପୁରରେ ପ୍ରବଳ ବର୍ଷା ଚିନ୍ତା ବଢ଼ାଇଛି। ଏହି ସମୟ ମଧ୍ୟରେ ବିଶ୍ୱକର୍ମା ଅଞ୍ଚଳରେ ଥିବା ଏକ ଘରର ତଳ ମହଲା ବୁଡ଼ିଯିବା କାରଣରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି। ରାଜଧାନୀ ଜୟପୁରରେ ଏହି ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ବୁଧବାର ରାତିରୁ ଜୟପୁରରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ଏହି ସମୟରେ ବିଶ୍ୱକର୍ମା ଅଞ୍ଚଳରେ ଥିବା ଏକ ଘରର ତଳ ମହଲାରେ ପାଣି ପଶିଯାଇଥିଲା। ଏଥିରେ ଜଣେ ଛୋଟ ଝିଅ ସମେତ ବାପା ଓ ଭାଣିଜୀ ତଳ ମହଲାରେ ଭର୍ତ୍ତି ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଉଦ୍ଧାରକାରୀ ଦଳ ସେମାନଙ୍କୁ ବାହାରକୁ ଆଣିବା ପାଇଁ ଘଟଣାସ୍ଥଳରେ ପହଞ୍ଚି ଅପରେସନ୍ ଆରମ୍ଭ କରିଥିଲେ। ପରେ ଯେତେବେଳେ ପାଣିରେ ବୁଡ଼ି ଯାଇଥିବା ଲୋକଙ୍କୁ ବାହାରକୁ ନିଆଗଲା, ସେତେବେଳେ ତିନିଜଣଙ୍କର ମୃତ୍ୟୁ ହୋଇଥିଲା।

08:13 AM

Potato Shortage: ରାଜ୍ୟରେ ଆଳୁ ସଙ୍କଟ ଦୂର ହେବା ନେଇ ନୂଆ ଆଶା ଜାଗ୍ରତ ହୋଇଛି। ମୋହନ ସରକାର ପଶ୍ଟିମବଙ୍ଗ ସରକାର ସହ ବୁଝାମଣାରେ ବିଫଳ ହେବା ପରେ ଏବେ ଉତ୍ତରପ୍ରଦେଶ ସରକାର ସହ ଡିଲ୍ ଫାଇନାଲ ହୋଇଛି।ଏଣିକି ପଶ୍ଚିମବଙ୍ଗ ନୁହେଁ, ଉତ୍ତରପ୍ରଦେଶ(Uttarpradesh)ରୁ ଓଡ଼ିଶାକୁ ଆସିବ। ସେଠାରୁ କିଛି ଟ୍ରକ ଆଳୁ ଆସି ରାଜ୍ୟରେ ପହଞ୍ଚିଛି। ଆଗାମୀ ଦିନରେ ଅଧିକ ସଂଖ୍ୟକ ଗାଡ଼ି ଆସିବ। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।