ନେପାଳୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଆଉ ୫ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୪ ବାଉନସର୍ ଙ୍କ ସହ ଜଣେ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସ ରହିଛନ୍ତି ।
Trending Photos
ଭୁବନେଶ୍ୱର: କିଟ୍ରେ ନେପାଳୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଆଉ ୫ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୪ ବାଉନସର୍ ଙ୍କ ସହ ଜଣେ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସ ରହିଛନ୍ତି ।
ଅନ୍ୟପଟେ, କିଟ୍ ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କ ହାଇଲେବୁଲ୍ କମିଟି ଆଗରେ ହାଜର ପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶୁକ୍ରବାର ସଂଧ୍ୟା ସାଢ଼େ ୬ଟାରେ ଅଚ୍ୟୁତ ସାମନ୍ତଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଛି । ସମସ୍ତ ଡକ୍ୟୁମେଣ୍ଟ ସହିତ ହାଜର ହେବାକୁ ନିର୍ଦ୍ଦେଶ ମିଳିଛି । ଅଚ୍ୟୁତଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ ।
କିଟ୍ ଗେଟ୍ ସାମ୍ନାରେ ବଜରଙ୍ଗ କର୍ମୀଙ୍କ ବିକ୍ଷୋଭ ଜାରି ରହିଛି । ବିଦ୍ୟାର୍ଥୀଙ୍କ ଉପରେ ଗୁଣ୍ଡାରାଜ ଚଳିବ ନାହିଁ ସ୍ଳୋଗାନ ସହିତ ପ୍ଲାକାର୍ଡ ପ୍ରଦର୍ଶନ କରାଯାଇଛି । ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଦାୟୀ କରି ନାରାବାଜି ଦେଇଛନ୍ତି ବଜରଙ୍ଗ କର୍ମୀ । ବଜରଙ୍ଗ କର୍ମୀ ଏବଂ ପୋଲିସ ଫୋର୍ସ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଛି । ଏଥିସହ କିଟ୍ ବିଶ୍ୱବିଦ୍ୟାଳୟରେ ପୋଲିସ ଛାଉଣୀ ଦେଖିବାକୁ ମିଳିଛି ।
କିଟ୍ ଘଟଣାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି । ତାରା କହିଛନ୍ତି ଯେ, ବହୁ IAS ଓ IPSଙ୍କ ସ୍ତ୍ରୀ କିଟ୍ରେ କାର୍ଯ୍ୟରତ ଅଛନ୍ତି । ଅଚ୍ୟୁତ ସାମନ୍ତଙ୍କ ସହ ମୋର ଭଲ ସମ୍ପର୍କ କିନ୍ତୁ ଓଡ଼ିଶାର ସ୍ବାଭିମାନ ଆଗ । ଏପର୍ଯ୍ୟନ୍ତ ଘଟଣାରେ କାହାକୁ ଗିରଫ କରାଯାଉନି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ତାରା ।
ଆପଣଙ୍କୁ କହିରଖୁଛୁ ଯେ, ପୂର୍ବରୁ କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ୩ ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତି, ସୁଧୀର ରଥ । ସୁରକ୍ଷାକର୍ମୀ ରମାକାନ୍ତ ନାୟକ ଏବଂ ଯୋଗେନ୍ଦ୍ର ବେହେରାଙ୍କୁ ଗିରଫ କରାଯାଇଛି । ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଇନ୍ଫୋସିଟି ପୋଲିସ ।
କିଟ୍ ବିଶ୍ବବିଦ୍ୟାଳୟ ୪ନଂ ଗେଟ୍ ପାଖରେ ହୋହଲ୍ଲା, ନାରାବାଜି କରିଥିଲେ ନବ ନିର୍ମାଣ ଛାତ୍ର ସଂଗଠନ । ବିଶ୍ବବିଦ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ରୋକିବାକୁ ଚେଷ୍ଟା କରିଥିଲା । ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କୁଆଡେ ଗଲେ ବୋଲି ନାରାବାଜି ସମୟରେ ପ୍ରଶ୍ନ କରିଥିଲେ ନବ ନିର୍ମାଣ ଛାତ୍ର ସଂଗଠନ । ଓଡ଼ିଶାର ଛବି ଅନ୍ତର୍ଜାତୀୟ ସ୍ତରରେ ମଳିନ କରିବା ଅଭିଯୋଗ କରିଛନ୍ତି ।
ଏମ୍ସରେ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ହୋଇଥିଲା। ଭୁବନେଶ୍ବର ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ମୃତ ଛାତ୍ରୀଙ୍କ ବାପା ଏବଂ ସମ୍ପର୍କୀୟ ଭାଇ ମଧ୍ୟ ସେହି ସମୟରେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ଦେଖାଦେଇଥିବା ବିବାଦ ଘେରରେ ଛନ୍ଦି ହୋଇ ପଡିଥିଲା କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ବା କିଟ୍। ଏହି ବିବାଦ କ୍ରମେ ଗତ ୧୬ ତାରିଖରେ ନେପାଳୀ ଛାତ୍ରୀଙ୍କୁ ସୁରକ୍ଷା କର୍ମୀ ଓ ହଷ୍ଟେଲ କର୍ମଚାରୀଙ୍କ ଦ୍ୱାରା ଧକ୍କା ଦେଇ କଟକ ରେଳ ଷ୍ଟେସନରେ ଛାଡି ଦେଇଥିଲେ। ଏହି ବିବାଦ ଘନେଇବାରୁ କିଟ୍ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଥିଲା।