SBI Recruitment News: SBIରେ ବାହାରିଲା ବମ୍ପର ନିଯୁକ୍ତି, ଅନଲାଇନରେ କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha1329046

SBI Recruitment News: SBIରେ ବାହାରିଲା ବମ୍ପର ନିଯୁକ୍ତି, ଅନଲାଇନରେ କରନ୍ତୁ ଆବେଦନ

ଏସବିଆଇ ଦ୍ୱାରା ପ୍ରକାଶିତ ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ ୨୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ସମୟ ଦିଆଯାଇଛି। 

SBI Recruitment News: SBIରେ ବାହାରିଲା ବମ୍ପର ନିଯୁକ୍ତି, ଅନଲାଇନରେ କରନ୍ତୁ ଆବେଦନ

SBI Recruitment News:  ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ (Assistant Manager) ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବିଶେଷଜ୍ଞ କ୍ୟାଡର ଅଧିକାରୀଙ୍କ ମୋଟ ୭୧୪ଟି ପଦବୀରେ ନିଯୁକ୍ତି ଦିଆଯିବ। ଏହି ଖାଲି ପଦବୀ ମାଧ୍ୟମରେ ଏସବିଆଇର (SBI) ବିଭିନ୍ନ ବିଭାଗରେ ନିଯୁକ୍ତି କରାଯିବ। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆଜି ଅର୍ଥାତ ଅଗଷ୍ଟ ୩୧ ୨୦୨୨ ଠାରୁ ପ୍ରାର୍ଥୀ ଆବେଦନ କରିପାରିବେ। 

ଏସବିଆଇ ଦ୍ୱାରା ପ୍ରକାଶିତ ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ ୨୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହି ତାରିଖ ସୁଦ୍ଧା ସେମାନଙ୍କର ଆବେଦନ ସମ୍ପର୍କିତ ରାଶି ମଧ୍ୟ ପଇଠ କରିବେ। ବର୍ତ୍ତମାନ ଏହି ପଦବୀ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇ ନାହିଁ।

କିପରି କରିବେ ଆବେଦନ
ଏହି ନିଯୁକ୍ତି ଆଶାୟୀମାନଙ୍କୁ sbi.co.in ଓ୍ୱେବସାଇଟକୁ ଯିବାକୁ ହେବ। 
ପରେ ଓ୍ୱେବସାଇଟରେ ଥିବା କ୍ୟାରିଅର ଅପସନରେ କ୍ଲିକ କରନ୍ତୁ। 
ଏହା ପରେ RECRUITMENT OF SPECIALIST CADRE OFFICERS IN STATE BANK OF INDIA ଲିଙ୍କରେ କ୍ଲିକ କରନ୍ତୁ। 
ପରେ ସେଠାରେ ଏକ New Registration ଅପ୍ସନରେ କ୍ଲିକ କରିବାକୁ ହେବ। 
ଫର୍ମ ଖୋଲିବା ପରେ ସେଠାରେ ଆବଶ୍ୟକ ସୂଚନା ପ୍ରଦାନ କରି ଫର୍ମ ଫିଲଅପ କରିବାକୁ ହେବ। 
ରେଜିଷ୍ଟ୍ରେସନ ପରେ ଆଶାୟୀମାନେ ଏପ୍ଲିକେସନ ଫର୍ମ ପୂରଣ କରିପାରିବେ। 
ଆପ୍ଲିକେସନ ପୂରଣ ହେବା ପରେ ତାହାର ଏକ ନକଲ ପ୍ରିଣ୍ଟ କରିପାରିବେ। ଏହାକୁ ଜରୁରୀ ଭାବେ ନେବାର ଆବଶ୍ୟକ ରହିଛି। 

ଷ୍ଟେଟ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଫି ଜମା ହେବା ପରେ ସମ୍ପୂର୍ଣ୍ଣ ଭାବେ ପରିଗଣିତ କରାଯିବ। ଏଥିରେ ଆବେଦନ କରିବାକୁ ଜେନେରାଲ, ଓବିସି ଏବଂ ଇଡବ୍ଲୁଏସ୍ ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ ୭୫୦ ଟଙ୍କା ଜମା କରିବାକୁ ପଡିବ। ଏଥିସହିତ ଏସସି ଏସଟି ଏବଂ ପିଏଚ ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ରଖାଯାଇ ନାହିଁ। ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଏବଂ ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଦେୟ ପ୍ରଦାନ କରାଯାଇପାରିବ।

ଯୋଗ୍ୟତା
ତେବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ବିଭିନ୍ନ ପଦ ପାଇଁ ନିଯୁକ୍ତି ପ୍ରକାଶ କରିଛି। ବିଭିନ୍ନ ପଦବୀ ପାଇଁ ବିଭିନ୍ନ ପ୍ରକାରର ଯୋଗ୍ୟତା ଆବଶ୍ୟକ ରହିଛି। ଏଥିରେ NET Developer ଓ JAVA Developerର ଡେପୁଟି ମ୍ୟାନେଜର ପାଇଁ ଇଞ୍ଜିନିୟରିଂ କରିଥିବା ଆବଶ୍ୟକ ରହିଛି। ଏଥିପାଇଁ ଆଶାୟୀ ମାନେ BE କିମ୍ବା B.Tech କରିଥିବା ନିତ୍ୟାନ୍ତ ଜରୁରୀ ରହିଛି। ସେହିପରି ଓ୍ୱେଲ୍ଠ ଡିପାର୍ଟମେଣ୍ଟରେ ରିଲେସନସିପ ମ୍ୟାନେଜର ପାଇଁ ମଧ୍ୟ ନିଯୁକ୍ତି ସୁଯୋଗ ରହିଛି। ଏଥିପାଇଁ ଆଶାୟୀମାନଙ୍କୁ ବ୍ୟାଚେଲର ଡିଗ୍ରୀ ସହିତ ୩ ବର୍ଷ ଅଭିଜ୍ଞତା ରହିଥିବା ଜଣାପଡ଼ିଛି। ସେହିପରି ଅନ୍ୟ ପଦ ପାଇଁ ଆପଣ ଏସବିଆଇ ଦ୍ୱାରା ପ୍ରକାଶିତ ନୋଟିଫିକେସନକୁ ଦେଖିପାରିବେ। 

ଅଧିକ ପଢନ୍ତୁ: ICC Rankings: ପାକିସ୍ତାନକୁ ଧୋଇ ଚମକିଲେ ହାର୍ଦ୍ଦିକ