Weekly Special Horoscope 6th to 12th January 2025: ଜାନୁଆରୀ ଦ୍ବିତୀୟ ସପ୍ତାହ କିଛି ରାଶିଙ୍କ ପାଇଁ ବେଶ୍ ଶୁଭ ରହିବ। କାହିଁକିନ ୧୧ ତାରିଖରେ ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ ହେବାକୁ ଥିବା ବେଳେ ବୁଦ୍ଧାଦିତ୍ୟ ଯୋଗ ଗଠନ ହେଉଛି। ଯାହାର ଶୁଭ ପ୍ରଭାବ କିଛି ରାଶିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। ତେବେ, ଆସନ୍ତୁ ଜାଣିବା ୧୨ ରାଶିଙ୍କ ପାଇଁ କିଭଳି ରହିବ ଆର୍ଥିକ, ବ୍ୟବସାୟ , କ୍ୟାରିୟର ଓ ସ୍ବାସ୍ଥ୍ୟବସ୍ଥା। କିଛି ରାଶିଙ୍କୁ ଶୁଭଫଳ ମିଳିବାକୁ ଥିବା ବେଳେ ଆଉ କିଛି ରାଶିଙ୍କୁ ସତର୍କ ରହିବାକୁ ପଡିବ। ଜାଣନ୍ତୁ ନୂଆ ସପ୍ତାହ ଆପଣଙ୍କ ପାଇଁ କିପରି ରହିବ।
ମେଷ : ମେଷ ରାଶିଙ୍କ ପାଇଁ ଜାନୁଆରୀର ନୂଆ ସପ୍ତାହ ମିଶ୍ରିତ ଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ସପ୍ତାହ ଆରମ୍ଭରୁ କର୍ମକ୍ଷେତ୍ରରେ ନେତୃତ୍ବ ନେବାକୁ ଏକ ବଡ଼ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢିବା ସହ ଦରମା ବଢିବ। ଆର୍ଥିକ ସ୍ଥିତି ମଜବୁତ୍ ରହିବ। ସପ୍ତାହର ଦ୍ବୀତିୟାର୍ଦ୍ଧରେ କର୍ମକ୍ଷେତ୍ରରେ ଟେନସନ୍ କମ୍ ହେବ। ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ୍ ହେବ। ପିଲାମାନଙ୍କ କ୍ୟାରିୟରକୁ ନେଇ ଟିକେ ଚିନ୍ତିତ ରହିବେ। ପ୍ରେମ ସମ୍ପର୍କରେ ବୁଝାବଣାର ଅଭାବ ହେତୁ ଝଗଡା ହେବ। ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଇଁ ସପ୍ତାହଟି ଅନୁକୂଳ ରହିବ। ସପ୍ତାହ ଶେଷରେ ଜୀବନ ସାଥୀଙ୍କ ସହିତ ଦୂରଯାତ୍ରା କରିବେ।
ବୃଷ: ବୃଷ ରାଶିର ଲୋକଙ୍କ ପାଇଁ ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଶୁଭ ରହିବ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଭଲ ରହିବ। ନିଜ ପରିବାର ସହିତ ମଜାମସ୍ତିରେ ସମୟ ଅତିବାହିତ କରିବେ। ଦୂରସ୍ଥାନକୁ ପରିବାର ସହିତ ଯାତ୍ରା କରିବାକୁ ପଡିପାରେ। ସପ୍ତାହର ମଧ୍ୟ ଭାଗରେ ଆର୍ଥିକ ସ୍ଥିତିରେ କିଛିଟା ପରିବର୍ତ୍ତନ ଆସିବ। ବାଣିଜ୍ୟ-ବ୍ୟବସାୟରେ ଲାଭ ପୂର୍ବ ସପ୍ତାହ ଅପେକ୍ଷା ବଢିବ। ଦିର୍ଘ ଦିନରୁ ଅଧା ପଡିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଡେଟ୍ ରେ ଯିବେ। ବୈବାହିକ ଜୀବନ ସୁଖମୟ ରହିବ। ଅବିବାହିତ ଲୋକଙ୍କ ବିବାହ ସ୍ଥିର ହେବ।
ମିଥୁନ: ଏହି ରାଶିର ଲୋକଙ୍କ ପାଇଁ ନୂଆ ସପ୍ତାହରେ ଜୀବନରେ କିଛିଟା ବଡ଼ ପରିବର୍ତ୍ତନ ଆସିବ। କୌଣସି ସମସ୍ୟାରେ ପଡିପାରନ୍ତି। ଏଣୁ କର୍ମକ୍ଷେତ୍ରରେ ସତର୍କ ରହିବାକୁ ପଡିବ। କୌଣସି ବଡ଼ ଗୁରୁତ୍ବପୂର୍ଣ୍ଣ ନିସ୍ପତି ନେବାକୁ ପଡିପାରେ। ବାଣିଜ୍ୟ ବ୍ୟବସାୟରେ ଏତେ ଖାସ୍ ଲାଭ ପାଇବେ ନାହିଁ। ଶତ୍ରୃମାନେ ମିତ୍ର ଭଳି ବ୍ୟବହାର କରିବେ। ବଡ଼ କ୍ଷତି କରିବା ପାଇଁ ଯୋଜନା କରିବେ। ଋତୁ କାଳୀନ ରୋଗରେ ପଡିପାରନ୍ତି। ସ୍ବାସ୍ଥ୍ୟପ୍ରତି ଯନ୍ତ୍ରବାନ୍ ରୁହନ୍ତୁ। ଆର୍ଥିକ ଦୃଷ୍ଟିକୋଣରୁ ସପ୍ତାହଟି ଠିକ୍-ଠାକ୍ ରହିବ। କୌଣସି ସଂସ୍ଥା / ମ୍ୟୁଚୁଆଲ୍ ଫଣ୍ତରେ ଟଙ୍କା ବିନିଯୋଗ ପାଇଁ ଯୋଜନା କରିବେ। ପ୍ରେମ ଜୀବନରେ ଫାଟ ସୃଷ୍ଟି ହୋଇପାରେ।
କର୍କଟ: ନୂଆ ସପ୍ତାହ ଏହି ରାଶି ପାଇଁ ଲାଭଦାୟୀ ପ୍ରମାଣିତ ହେବ। ସପ୍ତାହ ଆରମ୍ଭରୁ କ୍ୟାରିୟରକୁ ନେଇ କୌଣସି ପ୍ରକାର ଗୁଡ ନ୍ୟୁଜ୍ ପାଇବେ। ଦିର୍ଘ ଦିନ ର ଆଶା ପୂରଣ ହେବ। କର୍ମକ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ପାଇବେ। କର୍ମକ୍ଷେତ୍ରରେ ପ୍ରଂଶାସ ସାଉଁଟିବେ। ଯୋଜନା ବଦ୍ଧ କାର୍ଯ୍ୟ ଗୁଡିକ ଶେଷ କରିବାରେ ସମର୍ଥ ହେବେ। ଆର୍ଥିକ ଦୃଷ୍ଟିକୋଣରୁ ଏହି ସପ୍ତାହ ଭଲ ରହିବ। ଆୟ ବ୍ୟୟ ସମାନ ରହିବ। ବ୍ୟବସାୟୀମାନେ ଦୂରଯାତ୍ରାରୁ ଶୁଭଫଳ ପାଇବେ। ନୂତନ ବର୍ଷ ଆରମ୍ଭରୁ କୌଣସି ପ୍ରକାର ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବେ। ବାଣିଜ୍ୟ ବ୍ୟବସାୟରେ ଲାଭ ବଢିବ। ପ୍ରେମୀ ମାନଙ୍କ ପାଇଁ ସପ୍ତାହଟି ଖାସ୍ ରହିବ। ଉତ୍ତମ ବୁଝାବଣା ହେବା ସହ ପରପ୍ପର ଭିତରେ ଭଲ ପାଇବା ବଢିବ। ସ୍ବାସ୍ଥ୍ୟବସ୍ଥା ମଧ୍ୟ ଭଲ ରହିବ।
ସିଂହ: ନୂଆ-ସପ୍ତାହ ଏହି ରାଶି ପାଇଁ ବେଶ୍ ମଙ୍ଗଳମୟ ରହିବ। ଆର୍ଥିକ ଦୃଷ୍ଟିକୋଣରୁ ସପ୍ତାହଟି ଭଲ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ହେବେ। କର୍ମକ୍ଷେତ୍ରରେ କରିଥିବା କଠିନ ପରିଶ୍ରମର ଫଳ ପାଇବେ। ପଦୋନ୍ନତି ମିଳିବା ସହିତ ଦରମା ବଢିବ। ସପ୍ତାହରେ ଦ୍ବିତୀୟ ସସ୍ତାହରେ ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଶୁଭ ସମୟ ରହିଛି। ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଭଲ ଦ୍ବି-ପଇସା ଲାଭ ପାଇବେ। ବିଦେଶରେ ଚାଲିଥିବା ବାଣିଜ୍ୟ-ବ୍ୟବସାୟରେ ବୃଦ୍ଧି ହେବ। ଧାର-କରଜ ନେଇଥିବା ଋଣକୁ ପରିଶୋଧ କରିବାରେ ସଫଳ ହେବେ। ସେୟାର ବଜାରରୁ ପ୍ରଚୁର ଲାଭ ପାଇବେ।
କନ୍ୟା: ନୂଆ ସପ୍ତାହ ଏ-ହି ରାଶିଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। କୌଣସି ବଡ଼ ନିସ୍ପତ୍ତି ନେବା ପୂର୍ବରୁ ଘରର ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। କର୍ମକ୍ଷେତ୍ରରେ ଅତିରିକ୍ତ କାର୍ଯ୍ୟଭାର ମୁଣ୍ତକୁ ଆସିବ। ବାଣିଜ୍ୟ- ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି। କୌଣସି ବଡ଼ ଡିଲ୍ ଫାଇନାଲ୍ କଲେ ବଡ ଧରଣର କ୍ଷତି ସହିବେ। ବ୍ୟକ୍ତିଗତ ଜୀବନରେ ଟଙ୍କା ପଇସାକୁ ନେଇ ଟେନସନ୍ -ବଢିବ। ସପ୍ତାହ ପ୍ରଥମାର୍ଦ୍ଧରେ ପରିବାରରେ କାହାର ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ପରିବାର ଲୋକଙ୍କ ସହ ଟଙ୍କା-ପଇସାକୁ ନେଇ ଅଶାନ୍ତି ଦେଖାଦେବ। ପ୍ରେମୀମାନଙ୍କ ପାଇଁ ସମୟ ପ୍ରତିକୂଳ ରହିପାରେ।
ତୁଳା: ତୁଳା ରାଶିର ଲୋକଙ୍କ ପାଇଁ ନୂଆ ସପ୍ତାହ ବେଶ୍ ଲାଭଦାୟୀ ରହିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଭଲ ରହିବ। କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବା ସହିତ ଶୁଭ ଖବର ପାଇବେ। ବାଣିଜ୍ୟ ବ୍ୟବସାୟରେ ଚାଲିଥିବା ମାନ୍ଦା ବସ୍ଥାରେ ସୁଧାର ଆସିବ। ବିଦେଶରେ ଭଲ କଲେଜ୍ ରେ ଆଡମିଶନ ପାଇଁ ଆଶା ରଖିଥିବା ଆଶାୟୀଙ୍କ ଆଶା ପୂରଣ ହେବ। ସିଙ୍ଗିଲ୍-ମାନେ କୌଣସି ପ୍ରକାର ପ୍ରେମ ସମ୍ପର୍କରେ ଆସିପାରନ୍ତି। ସପ୍ତାହ ଶେଷରେ ପରିବାର ସହ ଦୂରସ୍ଥାନକୁ ଯାତ୍ରା କରିବେ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି। ସେମାନେ ନିଜ ସାଥୀଙ୍କୁ ବିବାହ କରିବା ନେଇ ପ୍ରତିଶ୍ରୃତି ଦେବେ।
ବିଛା: ବିଛା ରାଶିଙ୍କ ପାଇଁ ସପ୍ତାହଟି ଟିକେ ଜଗିରଖି ଚଳିବାକୁ ପଡପାରେ। କ୍ୟାରିୟର ପାଇଁ କୌଣସି ବଡ଼ ନିସ୍ପତ୍ତି ନେବାକୁ ପଡିପାରେ। କ୍ରୋଧୁ ଦୂରେଇ ରହିଲେ , କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ପାଇଁ ସମ୍ମାନୀତ ହେବେ। ଅଟକିଥିବା କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବାରେ ସମର୍ଥ ହେବେ। ଦୂରଯାତ୍ରା ବେଳେ ସତର୍କତ ଅବଲମ୍ବନ କରନ୍ତୁ। ବାକି ପଡିଥିବା ଟଙ୍କା ପାଇବେ। ନୂଆ ବାଣିଜ୍ୟ-ବ୍ୟବୟାର ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ। ଏହି ସମୟରେ ଆରମ୍ଭ କଲେ ଅଧିକ ଲାଭ ପାଇବେ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିପାରେ। ନିଜ ସାଥୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଟେନସନ୍ ରେ ରହିବେ।
ଧନୁ: ବ୍ୟବସାୟୀଙ୍କ ପାଇଁ ସମୟ ଶୁଭ ରହିବ। ବ୍ୟାଙ୍କିଂ, ବୀମା କ୍ଷେତ୍ରରେ କାର୍ଯ୍ୟରତ ଲୋକେ ସମୟ ପୂର୍ବରୁ ନିଜର ଲକ୍ଷ ପୂରଣ କରିବେ। ସେୟାର ବଜାର ଓ କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ସମୟ ଭଲ ରହିଛି। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ। ପୂର୍ବରୁ କରିଥିବା ବିନିଯୋଗରୁ ଲାଭ ପାଇବେ। କ୍ୟାରିୟର ଓ ବ୍ୟବସାୟରେ ଅଗ୍ରଗତି କରିବେ। ସପ୍ତାହର ପ୍ରଥମାର୍ଦ୍ଧାରେ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରିବେ। କର୍ମକ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ଠାରୁ ସମର୍ଥନ ପାଇବେ। ବୈବାହିକ ଜୀବନ ସୁଖମୟ ହେବ। ପ୍ରେମ ସମ୍ପର୍କରେ ଥିବା ସମ୍ପର୍କ ବିବାହରେ ପରିଣତ ହେବ।
ମକର: ମକର ରାଶିର ଲୋକଙ୍କ ପାଇଁ ନୂଆ ସପ୍ତାହରେ ଅଶୁଭ ରହିପାରେ। ଆର୍ଥିକ ସ୍ଥିତି ବିଗିଡିବ। ଅଧିକ ବିଶ୍ବାସ କରିଥିବା ଲୋକଙ୍କ ଠାରୁ ଧୋକା ମିଳିବ। କୌଣସି ବଡ଼ ଯୋଜନାକୁ ବ୍ୟବସାୟରେ ଏହି ସପ୍ତାହରେ କାର୍ଯ୍ୟକାରୀ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀମାନେ ଇର୍ସାପରାୟଣ ଭାବ ଦେଖାଇବେ। ଗୁପ୍ତ ଶତ୍ରୃମାନଙ୍କ ସଂଖ୍ୟା ବଢିବ। ସ୍ବାସ୍ଥ୍ୟ ଖରାପ ହେତୁ କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ। କୌଣସି କାର୍ଯ୍ୟ ପାଇଁ ଋଣ ଆଣିବା ପାଇଁ ପଡିବ। ବୈବାହିକ ଜୀବନରେ ମନୋମାନ୍ୟ ଦେଖାଦେବ।
କୁମ୍ଭ: କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ୍ ରହିବ। କର୍ମକ୍ଷେତ୍ରରେ ଚାଲିଥିବା ବିବାଦର ଅନ୍ତ ଘଟିବ। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ଆଶା ପୂରଣ ହେବ।ବାଣିଜ୍ୟ-ବ୍ୟବସାୟରେ ଦୈନିକ ଆୟ ବୃଦ୍ଧି ହେବ। ରାଜନୈତିକ ବ୍ୟକ୍ତିମାନେ ଦଳ ପକ୍ଷରୁ ବଡ ଦାୟିତ୍ବ ପାଇବେ। ପିତାମାତାଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ପରିବାର ଲୋକଙ୍କ ମଧ୍ୟରେ ଚାଲିଥିବା ମତଭେଦ ଦୂର ହେବ। ଜୀବନ ସାଥୀଙ୍କ ସହିତ ଭଲ ସମୟ ବିତାଇବେ।
ମୀନ: ନୂଆ ସପ୍ତାହର ଏହି ରାଶିର ଲୋକଙ୍କ ଜୀବନରେ ଉନ୍ନତି ଆଣିବ। କଳା, ସାହିତ୍ୟ, ସାମ୍ବାଦିକତା, ରିସର୍ଚ୍ଚ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଯେଉଁ କାର୍ଯ୍ୟରେ ହାତ ମାରିବେ ସେଥିରେ ସଫଳତା ନିଶ୍ଚୟ ପାଇବେ। ଘର କିମ୍ବା ଜମି କ୍ରୟ ନେଇ ଚୁକ୍ତି ସ୍ବାକ୍ଷରିତ ହେବ। ଅଧିକ ସପିଂରେ ପରିବାର ପାଇଁ ଟଙ୍କା ଖର୍ଚ୍ଚ କରିବେ। କାର୍ଯ୍ୟ ଭାର ବଢିବା ସହ ଦରମା ବଢିବ। ବୋନସ୍ ମଧ୍ୟ ମିଳିବ। ଘରେ ଲାଗି ରହିଥିବା ଅଶାନ୍ତି ଦୂର ହେବା ସହିତ ପୈତୃକ ସମ୍ପତ୍ତିରୁ ଲାଭ ପାଇବେ।
(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)
ट्रेन्डिंग फोटोज़