ଜାଗ୍ରତି କହିଛନ୍ତି, ଏମିତି ଏକ ଖରାପ ସମୟ ମୋ ଜୀବନରେ ଆସିଥିଲେ। ଯେତେବେଳେ ମୋ ନାଁ ସହ ଅନୁଭବଙ୍କ ନାଁ ଚର୍ଚ୍ଚା ହେଲା। ସେମାନଙ୍କ ବୈବାହିକ ଜୀବନ ଭିତରକୁ ମତେ ଟଣାଗଲା । ମୋର କୌଣସି ଭୁଲ୍ ନଥାଇକି ବି ମତେ ବଦନାମ କରାଗଲା, ସେତେବେଳେ ମୋ ପରିବାର ପୁରା ଭାଙ୍ଗି ପଡ଼ିଥିଲେ। ଆଉ ସେହି ସମୟରେ ଅନୁଭବଙ୍କ ପୁରା ପରିବାର ମତେ ସପୋର୍ଟ କରିଥିଲେ।
Trending Photos
Ollywood News: ସୁପରଷ୍ଟାର ଅନୁଭବ ମହାନ୍ତି ଖୁବ ଶୀଘ୍ର ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି। ଆଉ ଏଥର ହାତଗଣ୍ଠି ପଡ଼ିବ ଜାଗ୍ରତିଙ୍କ ସହ। ଉଭୟଙ୍କ ମନ ମିଶି ସାରିଛି । ଏମିତିକି ପାରିବାରର ମନ ମଧ୍ୟ ମିଶି ସାରିଛି। ଖାଲି ବିବାହ ଦିନକୁ ଅପେକ୍ଷା ରହିଛି। ଏହା କୌଣସି ରିଲ୍ ଲାଇଫ୍ ର କଥା ନୁହେଁ ବରଂ ତାଙ୍କ ବାସ୍ତବିକ ଜୀବନରେ ଦ୍ଵିତୀୟ ଥର ପାଇଁ ସେ ବିବାହ କରୁଛନ୍ତି। ଉଭୟ ପରିବାରର ସଦସ୍ୟ ଡେଟ୍ କରିବା ଆରମ୍ଭ କରିଦେଇଛନ୍ତି। ଆଜ୍ଞା ହଁ ଆପଣ ଠିକ୍ ଶୁଣୁଛନ୍ତି। ଅନୁଭବ ମହାନ୍ତି ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବେ। ଆଉ ଏକଥା ସେ ନିଜେ ଏକ ଜାତୀୟ ପୋଡକାଷ୍ଟରେ ସ୍ବୀକାର କରିଥିବା ଦେଖାଯାଇଛି। ଯେଉଁ ଭିଡ଼ିଓ ବର୍ତ୍ତମାନ ଖୁବ ଭାଇରାଲ୍ ହେଉଛି । କାରଣ ଅନୁଭବ ଜାଗ୍ରତିଙ୍କ ସହ ବିବାହ କରିପାରନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଥିଲା। ଆଜି ସେଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ଉଭୟ । ଅନୁଭବ- ଜାଗୃତି ଶେଷରେ ବିବାହ ସମ୍ପର୍କରେ ମୁହଁ ଖୋଲିଛନ୍ତି। ଉଭୟ ବିବାହ କରିବେ ଆଉ ଖୁବ ଶୀଘ୍ର ନିମନ୍ତ୍ରଣ ମଧ୍ଯ ଦେବେ ବୋଲି ଆଙ୍କରଙ୍କୁ କହୁଥିବା ଦେଖିବାକୁ ମିଳିଛି ।
ଜାଗ୍ରତି କହିଛନ୍ତି, ଏମିତି ଏକ ଖରାପ ସମୟ ମୋ ଜୀବନରେ ଆସିଥିଲେ। ଯେତେବେଳେ ମୋ ନାଁ ସହ ଅନୁଭବଙ୍କ ନାଁ ଚର୍ଚ୍ଚା ହେଲା। ସେମାନଙ୍କ ବୈବାହିକ ଜୀବନ ଭିତରକୁ ମତେ ଟଣାଗଲା । ମୋର କୌଣସି ଭୁଲ୍ ନଥାଇକି ବି ମତେ ବଦନାମ କରାଗଲା, ସେତେବେଳେ ମୋ ପରିବାର ପୁରା ଭାଙ୍ଗି ପଡ଼ିଥିଲେ। ଆଉ ସେହି ସମୟରେ ଅନୁଭବଙ୍କ ପୁରା ପରିବାର ମତେ ସପୋର୍ଟ କରିଥିଲେ। ଲୋକେ ଅନେକ ଥର ପଚାରନ୍ତି ଆମେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛୁ ନା ନାହିଁ, କିନ୍ତୁ ଆମ ପାରିବାର ଆଉ ତାଙ୍କ ପରିବାର ଉଭୟ ଉଭୟଙ୍କ ସହ ଡେଟ୍ କରିବା ଆରମ୍ଭ କରିଦେଇଛନ୍ତି। ପୋଡ଼କାଷ୍ଟର ଆଙ୍କର ପ୍ରଶ୍ନ କରିଥିଲେ ଯଦି ପାରିବାର ଡେଟ୍ କରୁଛନ୍ତି ତାହାଲେ ଆପଣ ଦୁହେଁ ବି କରୁଥିବେ ବୋଲି ଆଶା କରୁଛୁ। ଏହା ଉତ୍ତରରେ ଅନୁଭବ କହିଛନ୍ତି, 'ଆପଣଙ୍କୁ ନିମନ୍ତ୍ରଣ ନିଶ୍ଚିତ ମିଳିବ'। ଏହାପରେ ଜାଗ୍ରତି କହିଛନ୍ତି, 'ବିନା ସଗୁନରେ ମୁଁ ଅନୁମତି ଦେବିନି ଲଫାଫା ନିଶ୍ଚିତ ଦେବାକୁ ପଡ଼ିବ'।
ଅନୁଭବ ଅହୁରି କହିଛନ୍ତି, ଯେଉଁ ଦିନ ଠାରୁ ଛାଡ଼ପତ୍ର ପାଇଁ ନିଷ୍ପତ୍ତି ନେଇଥିଲି ମୁଁ ଜାଣିଥିଲି ମୁଁ ଜିତିବି ବୋଲି। କାରଣ ମୁଁ ଜାଣିଥିଲି ମୁଁ କିଛି ଭୁଲ୍ କରିନି। କେବଳ ତାଙ୍କୁ ଭଲ ପାଇଛି। ମୁଁ ତାଙ୍କ ବିଷୟରେ ତ କିଛି ଭୁଲ୍ କହିନି। ସେ ମତେ କେବେବି ଶାରୀରିକ ସମ୍ପର୍କ ପାଇଁ ଅନୁମତି ଦେଲେ ନାହିଁ। ମୁଁ ମିଛ ତ କହୁନାହିଁ, ତେବେ କାହିଁକି ମତେ ନ୍ୟାୟ ମିଳିବନି। ଆଇନ ବ୍ୟବସ୍ଥା ଉପରେ ମୋର ଭରସା ଥିଲା । ବେଶି ରୁ ବେଶି ୧ ରୁ ଦେଢ଼ ବର୍ଷ ଲାଗିବ। ଏହା ଭାବି ମୁଁ କେସ ଫାଇଲ୍ କଲି। ଏକଥା ମଧ୍ୟ ମୁଁ କୋର୍ଟକୁ କହିଥିଲି ଆମେ ଉଭୟ ପବ୍ଲିକ୍ ଫିଗର୍ ତେଣୁ ମିଡିଆଠାରୁ ଏସବୁକୁ ଦୂରେଇ ରଖନ୍ତୁ। କାହାର ଇଜ୍ଜତ ଉପରେ ପ୍ରଶ୍ନ ନ ଆସୁ, ଆମେ ଯେପରି ଭଲରେ ଭଲରେ ଅଲଗା ହେବୁ ସେତିକି ହିଁ ମୁଁ ଲେଖିଥିଲି। ଆମ ନ୍ୟାୟାଳୟରେ ମହିଳାଙ୍କ ପାଇଁ ଯେତେ ସୁବିଧା ଅଛି, ଦେଖିବାକୁ ଗଲେ ପୁରୁଷଙ୍କ ପାଇଁ ସେଭଳି କିଛି ଆଇନ୍ ନାହିଁ । ଯାହାର ପ୍ରମାଣ ମୁଁ ନିଜେ। କିନ୍ତୁ ଡେରିରେ ହେଉପଛେ ମତେ ନ୍ୟାୟ ମିଳିଲା ସେଥିପାଇଁ ମୁଁ ବହୁତ୍ ଖୁସି। ଆଉ ମୋ ବିଷୟରେ ଯେଉଁ ମିଛ ପ୍ରଚାର କରୁଛନ୍ତି ନିଜ ଫିଲ୍ମ୍ ମାଧ୍ୟମରେ, ଥରେ ଆମ୍ନା ସାମ୍ନା ହୁଅନ୍ତୁ। ମୁଁ ଚାହୁଁଛି ସମସ୍ତଙ୍କ ସମ୍ମୁଖରେ ଏବିଷୟରେ କଥା ହେବା ପାଇଁ।
Also Read- Grah Gochar 2025: ମଙ୍ଗଳ ଚଳନ ହେବ ଚମତ୍କାର, ଜାଣନ୍ତୁ କେଉଁ ରାଶିକୁ ମିଳିବ ଶୁଭଫଳ
Also Read- ଡାଇବେଟିସ୍ ଥିଲେ ଖାଲିପେଟରେ ଭୁଲରେ ବି ନିଅନ୍ତୁନି ଏହି ଜିନିଷ