Guru Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଦାନ, ପୁଣ୍ୟ, ଜ୍ଞାନ, ସନ୍ତାନ, ବୃଦ୍ଧିର କାରକ ଦେବଗୁରୁ ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଥିବା ବେଳେ ମେ ୧୪ ତାରିଖ ରାତି ୧୦ ଟା ୨୦ ମିନିଟ୍ ସମୟରେ ମିଥୁନ ରାଶିକୁ ଚଳନ କରିବେ। ବୃହସ୍ପତିଙ୍କ ରାଶି ପରିବର୍ତ୍ତନ କିଛି ରାଶି ପାଇଁ ବେଶ୍ ବରଦାନ ପାଲଟିବ। ଜାତକରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ଜୀବନରେ ଧନୀ ହେବା ସହ ସମସ୍ତ କ୍ୟାରିୟର ଓ ବ୍ୟବସାୟରେ ସଫଳତା ପ୍ରାପ୍ତ କରିଥାଏ। ତେବେ, ଆସନ୍ତୁ ଜାଣିବା କେଉଁସବୁ ରାଶିଙ୍କ ଭାଗ୍ୟ ଉଦୟ କରିବାକୁ ଯାଉଛନ୍ତି ଦେବଗୁରୁ ବୃହସ୍ପତି...
ବୃଷ: ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହବ। ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ରେ ସୁଧାର ଆସିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଭଲ ଦ୍ବି-ପଇସା ରୋଜଗାର କରିବେ। ସରକାରୀ ଚାକିରି କରିଥିବା ଲୋକଙ୍କୁ ବୋନସ୍ ମିଳିବା ସହ ମନ ପସନ୍ଦର ସ୍ଥାନକୁ ଟ୍ରନ୍ସଫର ହେବ। ଦିର୍ଘ ଦନ ଧରି ଘରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଦୂର ଯାତ୍ରା କରିବେ। ଅବିବାହିତଙ୍କ ପାଇଁ ଘରକୁ ଭଲ ବିବାହ ପ୍ରସ୍ତାବ ଆସିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
ALSO READ: Gold Rate Today: ଆଜି ସୁନା ଦରରେ ଅହେତୁକ ବୃଦ୍ଧି, ଭରି ପିଛା ଏତେ ଟଙ୍କା ବଢିଲା ରେଟ୍
ମିଥୁନ: ବୃହସ୍ପତିଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକିବାକୁ ଯାଉଛି। ଦିର୍ଘ ଦିନ ଧରି କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ନୂଆ ଚାକିରିର ଯୋଗ ରହିଛି। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ବ୍ୟବସାୟୀମାନେ ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅଧିକ ଟଙ୍କା ରୋଜଗାର କରିବେ। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ସ୍ବପ୍ନ ପୂରଣ ହେବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଅଟକି ଥିବା ଟଙ୍କା ପାଇବେ। ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଶୁଭ ଖବର ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
ଧନୁ: ବୃହସ୍ପତିଙ୍କ କୃପାରୁ ଏହି ରାଶିର ଲୋକଙ୍କ ଉପରେ ଟଙ୍କା ବର୍ଷା ହେବାକୁ ଯାଉଛି। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ବିଶେଷକରି, ଅବିବାହିତ ପୁଅ-ଝିଅଙ୍କ ବିବାହ ଯୋଗ ଫିଟୁଛି। ଏହି ସମୟରେ ପ୍ରେମ ବିବାହରେ ଆସୁଥିବା ପ୍ରତିବନ୍ଧକ ମଧ୍ୟ ଦୂର ହେବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ବ୍ୟାଙ୍କିଂ, ବୀମା ଓ ସରକାରୀ ଦପ୍ତରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଧାର୍ମିକ କାର୍ଯ୍ୟକଳାପ ରେ ଆଗ୍ରହ ବଢିବ। ବିଦେଶରେ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ସ୍ବପ୍ନ ପୂରଣ ହେବ।
ମକର: ଦେବଗୁରୁ ବୃହସ୍ପତିଙ୍କ ଚଳନ ଏହି ରାଶିର ଭାଗ୍ୟ ଉଦୟ କରିବ। ବିଶେଷକରି, ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ବ୍ୟବସାୟୀମାନେ ବିଦେଶରେ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ଯୋଜନା ଫଳବତୀ ହେବ। ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। କମ୍ପିଟେଟିଭ୍ ଏକଜାମ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଖାସ୍ ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ- କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ସ୍ବାସ୍ଥ୍ୟ ଭଲ ରହିବ। ପିତାମାତାଙ୍କ ସହ ଭଲ ସମୟ ଅତିବାହିତ କରିବେ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़