ସୁଭଦ୍ରା ପୋର୍ଟାଲ୍ ରେ ବାୟୋମେଟ୍ରିକ୍ ପଦ୍ଧତିରେ ନିଜର ଇ-କେଓ୍ବାଇସି କରିବାକୁ ପଡିବ। ସିଧାସଳଖ ଦେୟ ହସ୍ତାନ୍ତର ଯୋଗ୍ୟ ହୋଇଗଲେ ଓ ବାୟୋମେଟ୍ରିକ୍ ପଦ୍ଧତିରେ ଇ-କେଓ୍ବାଇସି ହୋଇଗଲେ ସେମାନେ ଆସନ୍ତା ମାର୍ଚ୍ଚ ୮ତାରିଖ ସୁଧା ପ୍ରଥମ କିସ୍ତି ଏବଂ ଦ୍ବିତୀୟ କିସ୍ତି ପାଇବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
ଚତୁର୍ଥ ପର୍ଯ୍ୟାୟରେ ୧୮ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଅର୍ଥ ମିଳିଛି। ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮ ଲକ୍ଷ ହିତାଧିକାରୀ ଅର୍ଥ ପାଇସାରିଲେଣୀ। ଟଙ୍କା ହିତାଧିକାରୀଙ୍କ ନିକଟରେ ସିଧା-ସଳଖ ଭାବରେ ପହଞ୍ଚିବା ନିଶ୍ଚିତ କପିବାରେ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ (ଏନପିସିଆଇ) ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଯାହାଙ୍କ ଆକାଉଣ୍ଟରେ ଦେୟ ହସ୍ତାନ୍ତର କଲେ ତାହା ପହଚିଂବା ଏକ ପ୍ରକାର ନିଶ୍ଚିତ। ସେହିଭଳି ହିତାଧିକାରୀ ଚିହ୍ନଟ କରିବାରେ ଏନପିସିଆଇ ବିଶେଷ ଭାବରେ ସହାୟକ ହୋଇଛି।
ट्रेन्डिंग फोटोज़