Heavy Rainfall Alert: ସକ୍ରିୟ ରହିଛି ଲଘୁଚାପ, ମତ୍ସ୍ୟଜୀବିଙ୍କୁ ସତର୍କ ସୂଚନା, ଆଜିଠୁ ସମୁଦ୍ର ମନା...
Advertisement
Article Detail0/zeeodisha/odisha1959568

Heavy Rainfall Alert: ସକ୍ରିୟ ରହିଛି ଲଘୁଚାପ, ମତ୍ସ୍ୟଜୀବିଙ୍କୁ ସତର୍କ ସୂଚନା, ଆଜିଠୁ ସମୁଦ୍ର ମନା...

Heavy Rainfall Alert in Odisha: ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ସଂଲଗ୍ନ ଆଣ୍ଡାମାନ ଓ ନିକୋବରରେ(Andaman and Nicobar) ସୃଷ୍ଟି ହୋଇଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠୁ ବର୍ଷା ହେବାର ସମ୍ଭାବନା ରହିଛି। 

Heavy Rainfall Alert: ସକ୍ରିୟ ରହିଛି ଲଘୁଚାପ, ମତ୍ସ୍ୟଜୀବିଙ୍କୁ ସତର୍କ ସୂଚନା, ଆଜିଠୁ ସମୁଦ୍ର ମନା...

Heavy Rainfall Alert in Odisha: ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ସଂଲଗ୍ନ ଆଣ୍ଡାମାନ ଓ ନିକୋବରରେ(Andaman and Nicobar) ସୃଷ୍ଟି ହୋଇଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠୁ ବର୍ଷା ହେବାର ସମ୍ଭାବନା ରହିଛି। ବି‌ଶେଷ କରି ଜଗତସିଂହପୁର, ଖୋର୍ଦ୍ଧା(Khordha), ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ନବରଙ୍ଗପୁର, ମାଲକାନଗିରି, କେନ୍ଦ୍ରାପଡ଼ା(Kendrapara), ଭଦ୍ରକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି(Kalahandi) ଓ କଟକ ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ସେପଟେ ଦକ୍ଷିଣପୂର୍ବ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଦେଇ ଗତିକରି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସୁଦ୍ଧା ଏକ ଅବପାତ ରୂପ ନେବ। ପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ୧୬ ତାରିଖ ବେଳକୁ ଏକ ପଶ୍ଚିମ କେନ୍ଦ୍ରୀୟ-ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ଉପକୂଳ ମୁହାଁ ହେବା ନେଇ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

ଏଥି ସହ ଏହା ପରବର୍ତ୍ତୀ ସମୟରେ ଦିଗ ପରିବର୍ତନ ସହ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ୧୭ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପ୍ରବୋବର୍ତୀ ସମୁଦ୍ର ମଧ୍ୟରେ ଓଡିଶା ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି।ଏ ନେଇ ସମୂଦ୍ର ଉପକୂଳବର୍ତ୍ତୀ ଅଞ୍ଚଳବାସୀ ଓ ମତ୍ସ୍ୟଜୀବିମାନଙ୍କୁ ଆଗୁଆ ସତର୍କ ସୂଚନା ଦେଇଛି ବିଭାଗ। ଆଜିଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ଧରିବାକୁ ନଯିବା ପାଇଁ ଆଗୁଆ ମନା କରିଛି ପାଣିପାଗ ବିଭାଗ।

ସେପଟେ ସମ୍ଭାବ୍ଯ ଲଘୁଚାପ ଏବଂ ଅଦିନିଆ ବର୍ଷାକୁ ନେଇ ଫସଲ ପରିଚାଳନା ସଂପର୍କରେ, ବିଭାଗୀୟ ଅଧିକାରୀ, ଆଂଚଳିକ ପାଣିପାଗ କେନ୍ଦ୍ର ଏବଂ ଓୟୁଏଟିର ବୈଜ୍ଞାନିକମାନେ ମିଶି କୃଷି ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢ଼ୀ ଏକ ଜରୁରୀ ବୈଠକ କରିଛନ୍ତି।

Also Read: ଏବେ ଆଦିବାସୀ ଜମି କିଣିପାରିବେ ଅଣ ଆଦିବାସୀ, ବ୍ୟାଙ୍କରେ ରଖିପାରିବେ ବନ୍ଧକ