ଶୋକରେ ବୁଡିଲା ଓଡ଼ିଶାର କଳାଜଗତ, ଦିଲ୍ଲୀରୁ ଆସିଲା ଦୁଃଖଦ ଖବର
Advertisement
Article Detail0/zeeodisha/odisha2656796

ଶୋକରେ ବୁଡିଲା ଓଡ଼ିଶାର କଳାଜଗତ, ଦିଲ୍ଲୀରୁ ଆସିଲା ଦୁଃଖଦ ଖବର

ଅନେକ ନୂଆ କଳାକାରଙ୍କୁ ଶିକ୍ଷା ଦେଇ ଆଗକୁ ବଢିବା ପାଇଁ ବାଟ କଡେଇନେଇଥିଲେ କିନ୍ତୁ ଏବେ ଆଉ ସିଏ ଆମ ଗହଣରେ ନାହାନ୍ତି । ସବୁଦିନ ପାଇଁ ବିଦାୟ ନେଇଛନ୍ତି ଓଡ଼ିଶାର ମହାନ କଳାକାର ...

ଶୋକରେ ବୁଡିଲା ଓଡ଼ିଶାର କଳାଜଗତ, ଦିଲ୍ଲୀରୁ ଆସିଲା ଦୁଃଖଦ ଖବର

ନୂଆଦିଲ୍ଲୀ: ନିଜ ପ୍ରୟାସରେ ନିଜେ କଳାଜଗତରେ ନିଜର ସୁମାମ ଅର୍ଜନ କରିଥିଲେ । ଅନେକ ନୂଆ କଳାକାରଙ୍କୁ ଶିକ୍ଷା ଦେଇ ଆଗକୁ ବଢିବା ପାଇଁ ବାଟ କଡେଇନେଇଥିଲେ କିନ୍ତୁ ଏବେ ଆଉ ସିଏ ଆମ ଗହଣରେ ନାହାନ୍ତି । ସବୁଦିନ ପାଇଁ ବିଦାୟ ନେଇଛନ୍ତି ଓଡ଼ିଶାର ମହାନ କଳାକାର ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ମାୟାଧର ପ୍ରଧାନ । ଶନିବାର ସକାଳେ ୯୫ବର୍ଷ ବୟସରେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି ବୋଲି ସୂଚନା ମିଳିଛି ।

ଆପଣଙ୍କୁ କହିରଖୁଛୁ ଯେ, ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ଅହେତୁକ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ମାୟାଧର ପ୍ରଧାନ । କେବଳ ସେତିକି ନୁହେଁ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାରରେ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି । ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଦିଗରେ ମାୟାଧରଙ୍କ ପ୍ରୟାସକୁ କେହି ଭୁଲିପାରିବେ ନାହିଁ । ମାୟାଧର ରାଉତଙ୍କ ଘର କଟକ ଜିଲ୍ଲାରେ । ସେ ୧୯୩୦ ମସିହା ଜୁଲାଇ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ। ବଡ଼ଭାଇ ହରିହର ରାଉତ ତାଙ୍କୁ ପିଲାବେଳୁ ନାଟକ ଓ ନୃତ୍ୟ ସହିତ ଜଡ଼ିତ ରଖିଥିଲେ । ନାଟ୍ୟଗୁରୁ କାଳୀଚରଣ ପଟ୍ଟନାୟକ,  ଯୁଧିଷ୍ଠିର ମହାମାତ୍ର, ମୋହନ ସୁନ୍ଦର ଦେବ ଗୋସ୍ୱାମୀ, ଦୁର୍ଲଭ ସିଂ, ପଙ୍କଜ ଚରଣ ଦାସ, ମୋହନ ମହାପାତ୍ର ଓ ଦୟାଲ ଶର୍ମା ଆଦିଙ୍କଠାରୁ ସେ ନୃତ୍ୟ, ଅଭିନୟ ଓ ମଞ୍ଚକଳା ଶିକ୍ଷା କରିଥିଲେ। ରାମ ଗୋପାଳ ମିଶ୍ରଙ୍କଠାରୁ କଥକ ନୃତ୍ୟ ଶିକ୍ଷା କରିଥିଲେ ମାୟାଧର। ୧୯୫୧ ମସିହାରେ ସେ ଏକ ବୃତ୍ତିଲାଭ କରିବା ପରେ କଳାକ୍ଷେତ୍ରକୁ ଆସିଥିଲେ। ରୁକ୍ମଣୀ ଦେବୀ ଅରୁଣ୍ଡଲେଙ୍କଠାରୁ ଭରତନାଟ୍ୟମ ଓ ଟି କେ ଚନ୍ଦୁ ପାଣିକରଙ୍କଠାରୁ କଥକଳୀ ନୃତ୍ୟ ଶିକ୍ଷା ଲାଭ କରିଥିଲେ। 

ସ୍ୱର୍ଗତଃ ମାୟାଧରଙ୍କ ବିୟୋଗ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ମାଧ୍ୟମରେ ସେ ଲେଖିଛନ୍ତି ଯେ, ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ପଦ୍ମଶ୍ରୀ ଗୁରୁ ମାୟାଧର ରାଉତ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ। ଓଡ଼ିଶୀକୁ ଶାସ୍ତ୍ର ଭିତ୍ତିକ ଜ୍ଞାନରେ ପୁନର୍ଜୀବିତ କରିବାରେ ସେ ରାଜ୍ୟରେ ଅଗ୍ରଣୀ ଦାୟିତ୍ୱ ତୁଲାଇଥିଲେ। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶୀ ନୃତ୍ୟର ଗାରିମାକୁ ସମୃଦ୍ଧ କରିବାରେ ମାୟାଧରଙ୍କ ଜୀବନବ୍ୟାପୀ ଅବଦାନ ଚିର ସ୍ମରଣୀୟ ହୋଇରହିବ। ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ବୋଲି ଧର୍ମେନ୍ଦ୍ର ଲେଖିଛନ୍ତି ।

ଅନ୍ୟପଟେ, ରାଜ୍ୟର ଅନେକ ଓଡ଼ିଶା ନୃତ୍ୟଶିଳ୍ପୀ ଏବଂ କଳାଜଗତ ସହ ଜଡିତ ବ୍ୟକ୍ତିବିଶେଷ ପଦ୍ମଶ୍ରୀ ମାୟାଧର ପ୍ରଧାନଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ମାୟାଧର ପ୍ରତିଟି ଓଡ଼ିଆଙ୍କ ହୃଦୟରେ ରହିବେ ବୋଲି ମତ ଦେଇଛନ୍ତି କଳାକାର ।

Also Read- ICC Champions Trophy 2025: ବଡ଼ ଭୁଲ୍ କରିଦେଲା ପାକିସ୍ତାନ, ବାଜିଲା ଭାରତର ଜାତୀୟ ସଙ୍ଗୀତ

Also Read- Liver Donated: ସାନଯାଆଙ୍କୁ ଲିଭର ଦେଇଥିଲେ ବଡ଼ ଯାଆ, ଏବେ ଆରପାରିରେ ସାନଯାଆ