Advertisement
Photo Details/zeeodisha/odisha2656695
photoDetails0hindi

Health Tips: ପୁରୁଷଙ୍କ ବୈବାହିକ ଜୀବନକୁ ଦୁଇଗୁଣ ସୁଖୀ ରଖିବ କେବଳ ହଳଦୀ, ଏମିତି କରନ୍ତୁ ବ୍ୟବହାର

Health Tips: ପ୍ରତିଟି ଘରେ ହଳଦୀକୁ ମସଲା ଭାବରେ ବ୍ୟବହାର କରାଯାଏ । ଆମେ ସମସ୍ତେ ଏହାକୁ ଆମ ପନିପରିବା ଏବଂ ଡାଲିରେ ବ୍ୟବହାର କରିଥାଉ । ହଳଦୀ କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଉପାୟରେ ଲାଭଦାୟକ ଅଟେ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟି-ଇନଫ୍ଲାମେଟୋରୀ ଏବଂ ଆଣ୍ଟିସେପ୍ଟିକ୍ ଗୁଣ ରହିଛି ଯାହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ହଳଦୀ ସେବନ କରିବା ଦ୍ୱାରା ଶରୀର ଡିଟକ୍ସି-ଫାଏଡ୍ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। କିନ୍ତୁ କ'ଣ ଆପଣ ଜାଣନ୍ତି କି ହଳଦୀ ଯୌନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । 

 

1/5

ଅନେକ ଗବେଷଣାରୁ ଜଣାପଡିଛି ଯେ ହଳଦୀ ଖାଇବା ଦ୍ୱାରା ପୁରୁଷଙ୍କ ଶରୀରରେ ଲିବିଡୋ ବଢିଥାଏ । ହଳଦୀ ଯୌନ ଇଚ୍ଛା ବଢ଼ାଇବା ସହ ଷ୍ଟାମିନା ମଧ୍ୟ ବଢ଼ାଇଥାଏ। ନିୟମିତ ହଳଦୀ ଖାଇବା ଦ୍ୱାରା ପୁରୁଷଙ୍କ ଯୌନ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ତେବେ ଆସନ୍ତୁ ଜାଣିବା ହଳଦୀ ସେକ୍ସ ଡ୍ରାଇଭକୁ କିପରି ପ୍ରଭାବିତ କରିଥାଏ ଏବଂ ଏହାକୁ କିପରି ବ୍ୟବହାର କରିବେ ।

Also Read: Shukra Chalan 2025: ମୀନ ରାଶିରେ ଚଳନ କରୁଛନ୍ତି ଶୁକ୍ର, ଧନଧାନ୍ୟରେ ଅଭାବ ରହିବନି ଏହି ୩ରାଶିର ଜୀବନ

Also Read: Mahashivratri 2025: ମହା ଶିବରାତ୍ରୀରେ ମହାଦେବଙ୍କୁ ଦାନ କରନ୍ତୁ ଏହି ୩ଟି ଜିନିଷ, ହେବ ଉନ୍ନତି

2/5

ହଳଦୀ ସେକ୍ସ ଡ୍ରାଇଭକୁ ବଢାଇଥାଏ । ହଳଦୀରେ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଛି। ଆୟୁର୍ବେଦରେ ଏହାକୁ ମୁଡ୍ ବୁଷ୍ଟର ଭାବେ ବ୍ୟବହାର କରାଯାଏ। ହଳଦୀରେ କର୍କୁମିନ୍ ଥାଏ, ଯାହା ମାନସିକ ରୋଗ ଯଥା ମାନସିକ ଚାପ, ଚିନ୍ତା ଏବଂ ଅବସାଦରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । 

3/5

ଏସବୁ ସେକ୍ସ ଡ୍ରାଇଭ କମିବାର କାରଣ ହୋଇପାରେ । ଚିନ୍ତା ବା ମାନସିକ ଚାପ ବଢ଼ିଲେ ସେକ୍ସ ହରମୋନ କମିଯାଏ, ଯାହା ଯୌନ ଜୀବନକୁ ପ୍ରଭାବିତ କରିପାରେ। 

4/5

ଲାଇଫ୍ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ହଳଦୀ ସେବନ କରିବା ଦ୍ୱାରା ପୁରୁଷଙ୍କ ଠାରେ ଟେଷ୍ଟୋଷ୍ଟେରୋନ ସ୍ତର ମଧ୍ୟ ବୃଦ୍ଧି ପାଇଥାଏ । ଏହାବ୍ୟତୀତ ହଳଦୀ ଇରେକ୍ଟାଇଲ ଡିସଫଙ୍କସନକୁ ଦୂର କରିବାରେ ମଧ୍ୟ ପ୍ରଭାବଶାଳୀ ବୋଲି ଦେଖାଯାଇଛି ।

5/5

ଲିବିଡୋ ବଢାଇବା ପାଇଁ ହଳଦୀ କିପରି ଖାଇବେ ହଳଦୀକୁ ମସଲା ହେବା ସହ ପାଣି କିମ୍ବା କ୍ଷୀର ସହ ମଧ୍ୟ ସେବନ କରିପାରିବେ । ପ୍ରତିଦିନ ରାତିରେ ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଇବା ଦ୍ୱାରା ପୁରୁଷଙ୍କ ଯୌନ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ। ଯଦି ହଳଦୀକୁ ଗୋଲମରିଚ ସହିତ ସେବନ କରାଯାଏ ତେବେ ଏହା ଦ୍ୱିଗୁଣିତ ଲାଭ ଦେଇଥାଏ ।

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।