Right direction of Pyramid: ପିରାମିଡ୍ ସାହାଯ୍ୟରେ ସଜାଡନ୍ତୁ ଘରର ବାସ୍ତୁ ତ୍ରୁଟି,ମିଳିବ ଏହି ସବୁ ଲାଭ
Advertisement
Article Detail0/zeeodisha/odisha1950802

Right direction of Pyramid: ପିରାମିଡ୍ ସାହାଯ୍ୟରେ ସଜାଡନ୍ତୁ ଘରର ବାସ୍ତୁ ତ୍ରୁଟି,ମିଳିବ ଏହି ସବୁ ଲାଭ

ବାସ୍ତୁ ଶାସ୍ତ୍ର  ଅନୁସାରେ ଘରେ ଯଦି କିଛି ଜିନିଷ ସଠିକ୍ ଦିଗରେ ଏବଂ ସଠିକ୍ ସ୍ଥାନରେ ରଖାଯାଏ, ତେବେ ଘରେ କୌଣସି ପ୍ରକାରର ବାସ୍ତୁ ଦୋଷ ରହିବ ନାହିଁ । ସେହି ଘରେ ସକରାତ୍ମକ ଶକ୍ତି ପ୍ରବାହ କରେ ଯାହାର ବାସ୍ତୁ ଠିକ୍ ଥାଏ । ଆଜିର ସମୟରେ ସମସ୍ତେ ନିଜ ଘରର ବାସ୍ତୁକୁ ଠିକ ରଖିବାକୁ ଚାହାନ୍ତି କିନ୍ତୁ ସମୟ ଓ ଜ୍ଞାନର ଅ

SOCIAL MEDIA

Right direction of Pyramid:

ବାସ୍ତୁ ଶାସ୍ତ୍ର  ଅନୁସାରେ ଘରେ ଯଦି କିଛି ଜିନିଷ ସଠିକ୍ ଦିଗରେ ଏବଂ ସଠିକ୍ ସ୍ଥାନରେ ରଖାଯାଏ, ତେବେ ଘରେ କୌଣସି ପ୍ରକାରର ବାସ୍ତୁ ଦୋଷ ରହିବ ନାହିଁ । ସେହି ଘରେ ସକରାତ୍ମକ ଶକ୍ତି ପ୍ରବାହ କରେ ଯାହାର ବାସ୍ତୁ ଠିକ୍ ଥାଏ । ଆଜିର ସମୟରେ ସମସ୍ତେ ନିଜ ଘରର ବାସ୍ତୁକୁ ଠିକ ରଖିବାକୁ ଚାହାନ୍ତି କିନ୍ତୁ ସମୟ ଓ ଜ୍ଞାନର ଅଭାବ ଯୋଗୁ ଏହା ସମ୍ଭବ ହୋଇନଥାଏ । ଆଜି ଆମେ ଆପଣଙ୍କୁ କହିବୁ କେମିତି ପିରାମିଡ୍ ଦ୍ୱାରା ଆପଣ ନିଜ ଘରର ବାସ୍ତୁଦୋଶକୁ ଖଣ୍ଡନ କରିପାରିବେ ।

ପ୍ରାଚୀନ କାଳରେ, ବାସ୍ତୁ ଶାସ୍ତରେ ଆଠଟି ଦିଗକୁ ବିଚାର କରି ଗୃହ ନିର୍ମାଣ ପାଇଁ ପରାମର୍ଶ ଦିଆଯାଇଥିଲା । ତେବେ କିଛି କାରଣରୁ ଘରେ ଛୋଟବଡ଼ ବାସ୍ତୁ ଦୋଷ ରହିଯାଏ । ଆସନ୍ତୁ ଆଜି ଜାଣିବା କେମିତି ପିରାମିଡ୍ ସ୍ଥାପନ କରି ଘରର ଏଭଳି ବାସ୍ତୁ ଦୋଷକୁ ଦୁର କରାଯାଇପାରିବ । 

ପିରାମିଡକୁ ଘରର ଏହି ସ୍ଥାନରେ ରଖନ୍ତୁ

ବାସ୍ତୁ ଶାସ୍ତ୍ର  ଅନୁଯାୟୀ ଘରେ ପିରାମିଡ୍ ରଖିବା ଭଲ ବୋଲି ବିବେଚନା କରାଯାଏ। ଘରେ ପିରାମିଡ୍ ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ଆୟରେ ବୃଦ୍ଧି ହୁଏ । ଏହା ସହିତ ଘରକୁ ସମୃଦ୍ଧି ଆସେ ।  ପିରାମିଡକୁ ଘରର ଏଭଳି ଏକ ଅଂଶରେ ରଖନ୍ତୁ ଯେଉଁଠାରେ ପରିବାର ସବୁ ସଦସ୍ୟ ଅଧିକାଂଶ ସମୟ ଅତିବାହିତ କରନ୍ତି ।  ପିରାମିଡ୍ ନିଜ ଭିତରେ ବହୁତ ଶକ୍ତି ଧାରଣ କର । ତେଣୁ, ଯଦି କ୍ଳାନ୍ତ ବ୍ୟକ୍ତି କିଛି ସମୟ ପିରାମିଡ୍ ନିକଟରେ କିମ୍ବା ମନ୍ଦିର ପରି ପିରାମିଡ୍ ଆକୃତିର ସ୍ଥାନରେ ବସିଥା’ନ୍ତି, ତା’ହେଲେ ତାଙ୍କର ଥକ୍କା ଦୂର ହୋଇଯାଏ ଏବଂ ପିରାମିଡ୍ ଦ୍ୱାରା ସୃଷ୍ଟି ହୋଇଥିବା କମ୍ପନ ମନ ଏବଂ ଶରୀରକୁ ନୂତନ ଶକ୍ତି  ଯୋଗାଇଥାଏ । ଏହା ସହିତ ପିରାମିଡ୍ ଏକାଗ୍ରତା ବଢାଇଥାଏ ।

ଧନ ପାଇଁ ସର୍ବୋତ୍ତମ ପିରାମିଡ୍ ବାଛନ୍ତୁ

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ରୂପା, ପିତ୍ତଳ କିମ୍ବା ତମ୍ବାରେ ନିର୍ମିତ ପିରାମିଡ୍ ରଖିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ, କିନ୍ତୁ ଯଦି ଆପଣ ଏତେ ମହଙ୍ଗା ପିରାମିଡ୍ କିଣି ପାରିବେ ନାହିଁ ତେବେ ଆପଣ କାଠରେ ନିର୍ମିତ ପିରାମିଡ୍ ମଧ୍ୟ ରଖିପାରିବେ, କିନ୍ତୁ ଲୁହା, ଆଲୁମିନିୟମ୍ କିମ୍ବା ପ୍ଲାଷ୍ଟିକରେ ନିର୍ମିତ ପିରାମିଡ୍ କଦାପି ଘରେ ରଖନ୍ତୁ ନାହିଁ ।  ପିରାମିଡର ଚିତ୍ର ମଧ୍ୟ ଘରେ ରଖନ୍ତୁ ନାହିଁଯ  କାରଣ ଏଥିରୁ କୌଣସି ଲାଭ ମିଳିବ ନାହିଁ  ।