Road Accident: ଭ୍ୟାନ୍ ଉପରେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ୬ ମୃତ,ଏକାଧିକ ଆହତ
Advertisement
Article Detail0/zeeodisha/odisha1616924

Road Accident: ଭ୍ୟାନ୍ ଉପରେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ୬ ମୃତ,ଏକାଧିକ ଆହତ

Road Accident: ସଡ଼କ ଦୁର୍ଘଟଣା(Road Accident)ରେ ଚାଲିଗଲା ୬ ଜୀବନ । ଆଖି ପଛୁଳାକେ ସରିଗଲା ସବୁକିଛି । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ଭ୍ୟାନ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ପରିବାରର ୬ ଜଣଙ୍କ ଜୀବନ (Six killed) ଯାଇଛି । ଏଥିରେ ଏକାଧିକ ଆହତ ହୋଇଛମନ୍ତି । ସମସ୍ତ ଭ୍ୟାନ ଯୋଗେ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ବେଳେ ଆଜି ଭୋର ପ୍ରାୟ ୩ଟା ୫୦ ମିନିଟ୍ ସମୟରେ ଦୁର୍ଘଟଣାର ଶୀକାର ହୋଇଥିଲେ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା(Road Accident) । ଆଖି ପଛୁଳାକେ ସରିଗଲା ସବୁକିଛି । ଚାଲିଗଲା ୬ ନୀରିହ ଜୀବନ। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ଭ୍ୟାନ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ପରିବାରର ୬ ଜଣଙ୍କ ଜୀବନ (Six killed) ଯାଇଛି । ମୃତକଙ୍କ ମଧ୍ୟରେ  ଜଣେ ଶିଶୁ ସମେତ ଜଣ ମହିଳା ଓ ୪ ଜଣ ପୁରୁଷ ଅଛନ୍ତି ।  ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ତ ସରକାରୀ ହସପିଟାଲରେ ଭର୍ତ୍ତୀ କରାଯାଇଛି । ତାଲିମନାଡୁର ତିରୁଚିରାପଲ୍ଲୀ ଜିଲ୍ଲାରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି (Road Accident in Tamil Nadu)।  ସମସ୍ତ ଭ୍ୟାନ ଯୋଗେ କୁମ୍ବୋକୋନମ୍ ରେ ଥିବା ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ବେଳେ  ଆଜି ଭୋର ପ୍ରାୟ ୩ଟା ୫୦ ମିନିଟ୍ ସମୟରେ ଦୁର୍ଘଟଣାର ଶୀକାର ହୋଇଥିଲେ। 

ସୂଚନା ଅନୁସାରେ,ମୃତାହତଙ୍କ ଘର ସାଲେମ ଜିଲ୍ଲା ଇଡାପ୍ପଡି ଅଞ୍ଚଳରେ । ସମସ୍ତେ ଗୋଟିଏ ପରିବାରର ସଦସ୍ୟ । ଆଜି ସକାଳେ ଗୋଟିଏ ପରିବାରର ୯ ଜଣ ସଦସ୍ୟ କୁମ୍ବାକୋନମ୍ ଅଞ୍ଚଳରେ ଥିବା ଏକ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ । ଏତିକି ବେଳେ ତ୍ରିଚି ବାଇପାସ୍ ପାଖ ତିରୁବସି ଗାଁ ନିକଟରେ  ବୀପରିତ ଦିଗରୁ ଆସୁଥିବା  ଏକ କାଠ ବୋଝେଇ ଟ୍ରକ ସହ ଭ୍ୟାନର ମୁହାଁମୁହିଁ ଧକ୍କା ହୋଇଥିଲା (Road Accident in Tamil Nadu)। ଭୋର୍ ପାଖାପାଖି ୪ଟା ସମୟରେ ଦୁର୍ଘଟଣା ଘଟିଥିଲା । ଏଥିରେ ଘଟଣାସ୍ଥଳରେ ଜଣେ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଭ୍ୟାନରେ ଥିବା ଅନ୍ୟ ତିନି ଜଣ ଆହତ ହୋଇଥିଲେ । ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରିଥିଲା । ସେହିପରି ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏସପି ସୁଜିତ୍ କୁମାର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।  ଦୁର୍ଘଟଣାସ୍ଥଳରୁ(Road Accident) ପୋଲିସ ଗାଡିକୁ ଜବତ କରିଛି ।  

ଏହାବି ପଢନ୍ତୁ : Weird News: ମୃତ୍ୟୁ ପରେ ଶରୀରକୁ ଛାଡି ଆତ୍ମା ଯାଏ କୁଆଡେ? ଜାଣନ୍ତୁ ଏହି ରିପୋର୍ଟରୁ...

ଏହାବି ପଢନ୍ତୁ : Weird News: ଏଠାରେ ମଣିଷ ନୁହେଁ, ଡ୍ରଗ୍ସ କାରବାର କରେ ପାରା !

ନିକଟରେ ଏଭଳି ଏକ ଦୁର୍ଘଟଣା ୟୁପିରେ ମଧ୍ୟ ଘଟିଛି । ବାହାଘର ସାରି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ସଡକ ଦୁର୍ଘଟଣାରେ  (Road Accident)୫ ଜଣଙ୍କର ମୃତ୍ୟୁ(five people died) ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି।  ଏହି ଭୟଙ୍କର ଦୁର୍ଘଟଣା ୟୁପିର ଆଗ୍ରା -ଲକ୍ଷ୍ନୌ ଏକ୍ସପ୍ରେସ ଓ୍ବେରେ ଘଟିଛି (firozabad agra lucknow expressway)। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି ପୋଲିସ୍ (five people died in road accident)। ରାଜସ୍ଥାନରେ  ଏକ ବିବାହ ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ଏ-ହି ସମୟରେ, ବରଯାତ୍ରୀଙ୍କ କାରକୁ ଏକ ସ୍ପୋର୍ଟ କାର ପଛପଟୁ ଧକ୍କା ଦେଇଥିଲା।  ଏହି  ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,ଘଟଣାସ୍ଥଳରେ ପାଞ୍ଚଜଣ ଆଖି ବୁଜିଥିଲେ। 

ସୂଚନା ଅନୁସାରେ, ଦିଲ୍ଲୀ ଆମ୍ବେଦକର ନଗରର ବାସିନ୍ଦା, ପ୍ରହଲ୍ଲାଦ ଗୁପ୍ତାଙ୍କ ପରିବାର ଓ ସମ୍ପର୍କୀୟମାନେ ଏକ କାର ଯୋଗେ ରାଜସ୍ଥାନର ସୁଜନଗଡ ଅଞ୍ଚଳକୁ(Sujangarh in Rajasthan) ଯାଇଥିଲେ। ସେଠାରେ  ନିଜ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେଇ ନିଜ କାର ଯୋଗେ , ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ। ହେଲେ ଦିଲ୍ଲୀ ଫେରିବା ବାଟରେ କିଛି ସମୟ ଗାଡିକୁ ପାର୍କିଂ କରି ରାସ୍ତା କଡରେ ଠିଆ ହୋଇ ଚା ପିଉଥିଲେ ।  ଚା ପିଇବା ପରେ ସମସ୍ତ ଗାଡିରେ ବସିଥିଲେ। ଏ-ହି ସମୟରେ ପଛପଟୁ ଆସୁଥିବା ଏକ ତାଙ୍କ କାରକୁ ଧକ୍କା ଦେଇଥିଲା। ଫଳରେ କାର ଭିତରେ ବସିଥିବା ପ୍ରହଲ୍ଲାଦ ଗୁପ୍ତାଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ମଧ୍ୟରୁ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ପ୍ରହଲ୍ଲାଦଙ୍କ ସମେତ ତାଙ୍କ ସ୍ତ୍ରୀ ଓ ଝିଅ ମଧ୍ୟ ଆଖି ବୁଜିଥିଲେ। ଏବଂ ତାଙ୍କର ଦୁଇ ସମ୍ପର୍କୀୟ ମଧ୍ୟ ଏଥିରେ ମୃତ୍ୟୁ ଘଟିଥିଲା । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବଂ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତୀ କରିଛି ।