Laapataa Ladies: କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ 'ଲାପତା ଲେଡିଜ୍' ୨୦୨୪ର ସବୁଠାରୁ ଚର୍ଚ୍ଚିତ ସିନେମା ମଧ୍ୟରୁ ଅନ୍ୟତମ। ଗତବର୍ଷ ଓସ୍କାର ୨୦୨୫ରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗ ପାଇଁ ଭାରତରୁ ପଠାଯାଇଥିଲେ ହେଁ ଏହା ଶ୍ରେଷ୍ଠ ୧୫ରେ ସ୍ଥାନ ପାଇନଥିଲା। ଏବେ ଅମିର ଖାନ୍ ଏହାର କାରଣ ପ୍ରକାଶ କରିଛନ୍ତି। ବିଦେଶୀ ଭାଷା ପ୍ରତିଯୋଗିତା କଠୋର ବୋଲି ସେ ଉଲ୍ଲେଖ କରିଛନ୍ତି।
ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଆମୀର ଖାନ୍ ତାଙ୍କ ଫିଲ୍ମ ବିଷୟରେ କହିଥିଲେ। ଫିଲ୍ମ 'ଲାପତା ଲେଡିଜ୍' ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ। ଏହି ଫିଲ୍ମ ଓସ୍କାରରେ ସ୍ଥାନ ପାଇନଥିବା ନେଇ ପଚରାଯିବାରୁ ଆମୀର କହିଥିଲେ, 'ଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର ବର୍ଗରେ ପ୍ରତିଯୋଗିତା ସବୁଠାରୁ କଠିନ ଥିଲା କାରଣ ସବୁ ଦେଶ ସେମାନଙ୍କର ଶ୍ରେଷ୍ଠ ଚଳଚ୍ଚିତ୍ର ପଠାଇଥାନ୍ତି।
Also Read: Odisha Collector Office Job: ଜିଲ୍ଲାପାଳଙ୍କ ଅଫିସରେ ବାହାରିଲା ବମ୍ପର ନିଯୁକ୍ତି, ଶେଷ ତାରିଖ ୧୧ ମାର୍ଚ୍ଚ
Also Read: Actress Death: ଶୋକରେ ବୁଡ଼ିଲା କଳାଜଗତ, ୨୪ ବର୍ଷ ବୟସରେ ଜୀବନ ହାରିଲେ ଅଭିନେତ୍ରୀ
ଏହା ସମ୍ଭବ ଯେ ଅନ୍ୟ ଚଳଚ୍ଚିତ୍ର ଗୁଡ଼ିକ ଭଲ ହୋଇପାରେ କିମ୍ବା କିଛି ସଦସ୍ୟ ଅନ୍ୟ ଚଳଚ୍ଚିତ୍ରକୁ ଅଧିକ ପସନ୍ଦ କରିଥାଇପାରନ୍ତି। ଆମୀର ଆହୁରି ମଧ୍ୟ କହିଛନ୍ତି, ଏହାର ଅର୍ଥ ନୁହେଁ ଯେ ଆମ ଫିଲ୍ମ ଖରାପ କିମ୍ବା କୌଣସି ପ୍ରକାରେ ନିମ୍ନମାନର।
କିରଣ ରାଓଙ୍କ ଫିଲ୍ମ 'ଲାପତା ଲେଡିଜ୍' ଅନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗରେ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିପାରିନଥିଲା। ଏହି ଖବର ଅନେକ ଲୋକଙ୍କୁ ନିରାଶ କରିଛି। ତେବେ ଏହି ଫିଲ୍ମ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ଏହାର କାହାଣୀ ପାଇଁ ପ୍ରଶଂସା ସାଉଁଟିଛି ।
ପରିଚୟ, ସଶକ୍ତୀକରଣ ଏବଂ ଆଧୁନିକ ସମ୍ପର୍କ ଉପରେ ଆଧାରିତ ଏକ କମେଡି-ଡ୍ରାମା ହେଉଛି 'ଲାପତା ଲେଡିଜ୍'। ଏହି ଚଳଚ୍ଚିତ୍ରଟି ଦୁଇ ଜଣ ମହିଳାଙ୍କୁ ନେଇ ଆଧାରିତ, ଯେଉଁମାନେ ଟ୍ରେନ୍ ଯାତ୍ରା ସମୟରେ ଏକ ପରିବର୍ତ୍ତନ ଦେଇ ଗତି କରିଥାନ୍ତି ।
ଗୋଟିଏ କନ୍ୟା ଭୁଲ ଘରେ ରହୁଥିବା ବେଳେ ଅନ୍ୟ ଜଣେ ଟ୍ରେନରେ ରହି ଷ୍ଟେସନରେ ହଜିଯାଏ । ଫିଲ୍ମର କାହାଣୀକୁ ସୁନ୍ଦର ଢଙ୍ଗରେ ଉପସ୍ଥାପନ କରାଯାଇଛି । ଯାହାକୁ ଖୁବ ପସନ୍ଦ କରାଯାଇଛି।
ट्रेन्डिंग फोटोज़