ଆଜି ଧର୍ମ ଉପରେ ହେଉଥିବା ଏକ ଆଲୋଚନାରେ ସେ ଏମିତି କିଛି କଥା କହିଛନ୍ତି ଯାହା ସମସ୍ତଙ୍କୁ ଆଘାତ କରିଛି। ଜଗନ୍ନାଥ ଏବଂ କୃଷ୍ଣଙ୍କୁ ସେ ମାନନ୍ତି ନାହିଁ। ହିନ୍ଦୁ ଧର୍ମର ଦେବାଦେବୀଙ୍କର ଅସ୍ତିତ୍ବ ଉପରେ ସେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।
Trending Photos
ଭୁବନେଶ୍ୱର: ପୁଣି ପ୍ରଭୁ ଜଗନ୍ନାଥଙ୍କୁ ଗାଳି କଲେ ହେତୁବାଦୀ, କହିଲେ ଶ୍ରୀମନ୍ଦିରରେ ଜଗନ୍ନାଥ ନାହାଁନ୍ତି। ଏହାସହ କହିଲେ ହିନ୍ଦୁ ଗୋଟେ ଧର୍ମ ବୋଲି ମୁଁ ମାନେନି। ଏଭଳି କହି ଏବେ ଚର୍ଚ୍ଚାକୁ ଆସୁଛନ୍ତି ହେତୁବାଦୀ ପ୍ରତାପ ରଥ। ଅନେକ ସମୟରେ ତାଙ୍କୁ ଆପଣ ଟିଭି ସ୍କ୍ରିନ୍ ରେ ଦେଖିଥିବେ। ଯଦି ହିନ୍ଦୁ ବିରୋଧୀ କିମ୍ୱା ଧର୍ମ ବିରୋଧରେ କୌଣସି ଆଲୋଚନା ହୁଏ, ତାଙ୍କୁ ଲୋଡା ପଡ଼େ। ଆଉ ସେ ମଧ୍ୟ ସନାତନ ଧର୍ମ ବିଷୟରେ ଏମିତି କିଛି ଯୁକ୍ତି କରନ୍ତି ତାହା ପ୍ରତ୍ୟକ ହିନ୍ଦୁଙ୍କ ହୃଦୟକୁ ଆଘାତ କରେ । ସେ କୌଣସି ଧର୍ମକୁ ବିଶ୍ୱାସ କରନ୍ତି ନାହିଁ। ଆପଣ ପ୍ରାୟତଃ ତାଙ୍କୁ ଚନ୍ଦ୍ର ଗ୍ରହଣ କିମ୍ୱା ସୂର୍ଯ୍ୟ ପରାଗ ସମୟରେ ଦେଖିଥିବେ। ଜାଣିଶୁଣି ସେ ଏହିଦିନ କିଛି ସାଥିଙ୍କୁ ସାଙ୍ଗରେ ଧରି ଚିକେନ ବିରିୟାନି ପାର୍ଟି କରିଥାନ୍ତି। ସମସ୍ତେ ପାକ ତ୍ୟାଗ କରୁଥିବା ବେଳେ ସେ ଆମିଷ ଖାଆନ୍ତି। ସେ ଏସବୁକୁ ଅନ୍ଧ ବିଶ୍ବାସ ଭାବେ ଦେଖାଇବାକୁ ଚାହାଁନ୍ତି। ଏହାକୁ ନେଇ ସେ ଅନେକ ଥର ସୋସିଆଲ ମିଡ଼ିଆରେ ଟ୍ରୋଲ୍ ମଧ୍ୟ ହୋଇଛନ୍ତି। କିନ୍ତୁ ଆଜି ଧର୍ମ ଉପରେ ହେଉଥିବା ଏକ ଆଲୋଚନାରେ ସେ ଏମିତି କିଛି କଥା କହିଛନ୍ତି ଯାହା ସମସ୍ତଙ୍କୁ ଆଘାତ କରିଛି। ଜଗନ୍ନାଥ ଏବଂ କୃଷ୍ଣଙ୍କୁ ସେ ମାନନ୍ତି ନାହିଁ। ହିନ୍ଦୁ ଧର୍ମର ଦେବାଦେବୀଙ୍କର ଅସ୍ତିତ୍ବ ଉପରେ ସେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।
ଏମିତିକି ତାଙ୍କୁ ବିଶ୍ଵ ହିନ୍ଦୁ ପରିଷଦକୁ ଦ୍ଵାରା ବ୍ୟାନ୍ କରାଯାଇଥିବା ବେଳେ ସେ ଏହାକୁ ମାନନ୍ତିନି ବୋଲି କହିଛନ୍ତି । ସେ କହିଛନ୍ତି ହିନ୍ଦୁ ପରିଷଦ କିଏ ? ସେମାନେ ନିଜକୁ ନିଜେ ଏହି ନାଁ ଦେଇଛନ୍ତି । ସେମାନେ ମତେ ବ୍ୟାନ୍ କଲେ ବି ମୋ ଉପରେ କୌଣସି ପ୍ରଭାବ ପଡ଼ିବନି।
ବାପା ମାଆଙ୍କ ଆଶୀର୍ବାଦ ହେଲେ କଣ ହୁଏ ମୁଁ ଜାଣିଛି, ମୁଁ ଦେଖିଛି ସବୁ ଅଟୋ ପଛରେ ବାପା ମାଆଙ୍କ ଆଶୀର୍ବାଦ ଲେଖା ହୋଇଛି। ତେଣୁ ମୁଁ ମୋ ଛାତ୍ରମାନଙ୍କୁ କୁହେ ମୋ ଆଶୀର୍ବାଦ ନିଅନି ମୁଁ ତୁମ ବାପା ଭଳି। ମୁଁ ଆଶୀର୍ବାଦ ଦେଲେ ତୁମେ ଅଟୋ ଚଲେଇବ । ସବୁ ଧର୍ମର ମୂଳ ହେଉଛି ଅଲୌକିକତା। ଖାଲି ହିନ୍ଦୁ ନୁହେଁ, ବାଇବେଲ୍, କୋରାନ୍ ସବୁ ସମାନ ଢାଞ୍ଚା ଆପଣାଉଛନ୍ତି। ମତେ ଯଦି ଇଚ୍ଛା ଅନୁସାରେ ପଚରାଯାଇଥାନ୍ତା, ମୁଁ ବ୍ରାହ୍ମଣ ଘରେ ଜନ୍ମ ନହୋଇ ହେତୁବାଦୀଙ୍କ ଘରେ ଜନ୍ମ ନେଇଥାନ୍ତି।
ସେ ଆହୁରି କହିଛନ୍ତି, 'ଯେତେବେଳେ ପିଲାର ହେତୁ ହୋଇନାହିଁ, ଚିନ୍ତା କରିବାର ଶକ୍ତି ହୋଇନାହିଁ, ସେତେବେଳେ ତାଙ୍କର ମୁଣ୍ଡରେ ଆମେ ଧର୍ମ ନାମକ ନିଶା ପୁରେଇ ଦେଉଛୁ କି ଆମ ଭଗବାନ ହେଲେ ଶ୍ରେଷ୍ଠ। ଯେତେବେଳେ ମୁଁ ବାପା ମା ଫିଙ୍ଗି ଦେଉଥିବା ଛୁଆ ମାନଙ୍କୁ ଆଣିକି ଆମ ସଂସ୍ଥାରେ ସମ୍ବିଧାନ ଅନୁସାରେ ମନୋବିଜ୍ଞାନ ଓ ବିଜ୍ଞାନକୁ ନେଇ ତାଙ୍କ ଜୀବନକୁ ଆଗେଇ ଦେବାକୁ ଚାହୁଁଛି, ସେଠି କୌଣସି ଠାକୁରଙ୍କର ତାଙ୍କ ଜୀବନରେ ଆବଶ୍ୟକତା ପଡୁନାହିଁ। ଆଉ ଠାକୁରଙ୍କ କଥା ଯଦି କହିବେ, ମୁଁ ଠାକୁରଙ୍କୁ ଘୃଣା କରେ ଯେଉଁ ଠାକୁର ଏହି ଭଳି ଶିଶୁ ମାନଙ୍କୁ ଜନ୍ମ କରନ୍ତି, ତାଙ୍କ ଭଳି କ୍ରୁର, ହିଂସ୍ର ସତ୍ୟ ଆଉ ବୋଧେ ଦୁନିଆରେ କେହି ନାହିଁ । କ୍ଳବ୍ ଭୁବନେଶ୍ଵରର ଏକ ପୋଡକାଷ୍ଟରେ ସେ କହିଛନ୍ତି, ଆପଣ ଆସିଲେ ଦେଖିବେ ଯେ, ମଣିଷ ଶରୀର ମାତ୍ର, ନା ହାତ ଗୋଡ଼ ଚାଲୁଛି, କେବଳ ଆଖି ଯୋଡିଏରେ ଜୀବନର ଆଲୋକ ଟିକେ ଦେଖିବେ। ତାକୁ ବିଜ୍ଞାନ ଆଉ ମନୋବିଜ୍ଞାନ ହିଁ ଜୀବନ ଦେଉଛି। ତାକୁ ଧୋଇ ଶୁଖେଇ ରଖିଲା ଭଳି ରଖୁଛି। କୋଉ ଠାକୁର ତାଙ୍କ ପିଠିରେ ପଡୁ ନାହାଁନ୍ତି।
କେଉଁଠି ଲେଖା ହୋଇଛି ଧର୍ମକୁ ନମାନିଲେ ଜଣେ ନାସ୍ତିକ? ମୁଁ କେବଳ ସମ୍ବିଧାନକୁ ବିଶ୍ୱାସ କରେ। କୌଣସି ଧର୍ମ ବଡ଼ ନୁହେଁ କି ଛୋଟ ନୁହେଁ। ସମ୍ବିଧାନ ଅନୁସାରେ ମାନବିକତା ହେଉଛି ସବୁଠୁ ବଡ଼ ଧର୍ମ । କେହି କାହାର ଅଧିକାରକୁ କ୍ଷୁର୍ଣ୍ଣ କରିବାର ଅଧିକାର ନାହିଁ । ପ୍ରତ୍ୟକ ବ୍ୟକ୍ତି ସମ୍ମାନର ଯୋଗ୍ୟ, ଆଉ ଏହାହିଁ ପ୍ରକୃତ ଧର୍ମ। ଗୁରୁମାନଙ୍କର କିଛି ହୁଏନି, ଚେଲା ମାନେ ବିଭେଦ ସୃଷ୍ଟି କରନ୍ତି। ଯାହାକୁ ଆପଣ ଭଗବାନ ବୋଲି କହୁଛନ୍ତି, ମର୍ତ୍ତ୍ୟରେ ଜନ୍ମ ହୋଇଛନ୍ତି ମାନେ ସେମାନେ କେବଳ ମଣିଷ। ଦେବତା ବୋଲି ମୁଁ କାହାକୁ ମାନେନି। ନିଜକୁ ଭଲ ପାଅ। ନିଜେ ହସ। । କାହା ଆଖିରୁ ଲୁହ ପୋଛିକି ତାକୁ ହସେଇବା ହେଉଛି ପ୍ରକୃତ ଧର୍ମ ।
ପଣ୍ଡା ମାନଙ୍କୁ କହିଛନ୍ତି, ଯେଉଁମାନେ ଠାକୁରଙ୍କ ପାଖରେ ଅଛନ୍ତି ସେମାନେ ସବୁଠୁ ବଡ଼ ନାସ୍ତିକ। ମନ୍ଦିରରେ ନିଜ ପେଟ ପୂଜା କରିକି ଠାକୁରଙ୍କୁ ଯିଏ ଉପାସରେ ରଖୁଛନ୍ତି ସେ ବଡ଼ ନାସ୍ତିକ। କୋଭିଡ ୧୯ ସମୟରେ କେଉଁ ଧର୍ମ ଥିଲା । ସବୁ କିଛି ବନ୍ଦ ହୋଇଗଲା। କେବଳ ଲାବ୍ରୋଟରୀ ଖୋଲା ଥିଲା। ସେମାନେ ହିଁ ଆମକୁ ବଞ୍ଚେଇଥିଲେ । ଯେତେବେଳେ ଆମେ ଦେଶ ଦେଶ ସହ ଲଢେ଼ଇ ଭୁଲି ଗୋଟେ ରୋଗ ସହ ଏକାଠି ଲଢ଼ିଲୁ ସେତେବେଳେ ପୃଥିବୀ ଏକ ହୋଇଗଲା । ତା ପରେ ପୁଣି ଆମେ ଫେରି ଆସିଲୁ ସେହି ହିନମାନ୍ୟତାକୁ।
Also Read- ପୋଲିସକୁ ବଡ଼ ସଫଳତା, ବିପୁଳ ପରିମାଣର ଗଞ୍ଜେଇ ଜବତ
Also Read- Venus Transit: ଉତ୍ତରଭାଦ୍ରପଦ ନକ୍ଷତ୍ରରେ ଶୁକ୍ର, ୩ ରାଶିର ବ୍ୟକ୍ତି ପାଇବେ ଧନ