India becoming world's third largest economy : ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି ହେବ ଭାରତ : ମୋଦି
Advertisement
Article Detail0/zeeodisha/odisha2360394

India becoming world's third largest economy : ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି ହେବ ଭାରତ : ମୋଦି

India will become the third-largest economy : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି ଭାରତ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୈତିକ ଶକ୍ତି। ଖୁବ୍‌ଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନେତିକ ଶକ୍ତି ହେବ।

PM Modi at CII Conference

PM Modi at CII Conference: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜ୍ଞାନ ଭବନରେ ‘ବିକାଶ ଭାରତର ଯାତ୍ରା ୟୁନିଅନ ବଜେଟ ୨୦୨୪-୨୫ ପରବର୍ତ୍ତୀ ସମ୍ମିଳନୀ’ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (CII) ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଭାରତ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୈତିକ ଶକ୍ତି। ଖୁବ୍‌ଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନେତିକ ଶକ୍ତି ହେବ।

ମୋଦି ଆହୁରି କହିଛନ୍ତିଯେ, ନିର୍ବାଚନ ପୂର୍ବରୁ ଆମେ ଯାହା ଆଲୋଚନା କରୁ, ନିର୍ବାଚନ ପରେ ଆମେ ଏହାକୁ ଭୁଲିଯାଉ। ମୁଁ ସେପରି ନୁହେଁ। ମୁଁ ଏହା କହିଥିଲି ମୋର ତୃତୀୟ ଅବଧିରେ ଦେଶ ତିନି ନମ୍ବର ଅର୍ଥନୀତିରେ ପରିଣତ ହେବ। ଆମେ ଭାରତକୁ ସେହି ବଡ଼ ସଙ୍କଟରୁ ବାହାର କରି ଏହି ଉଚ୍ଚତାକୁ ଆଣିଛୁ। ଭାରତ କ୍ରମାଗତ ଭାବରେ ଆଗକୁ ବଢ଼ୁଛି। ୨୦୧୪ରେ, ଆପଣ ଆମକୁ ଦେଶ ସେବା କରିବାର ସୁଯୋଗ ଦେଇଛନ୍ତି। ୨୦୧୪ ରେ ଯେତେବେଳେ ସରକାର ଗଠନ ହେଲା, ସେତେବେଳେ ସବୁଠାରୁ ବଡ଼ ପ୍ରଶ୍ନ ଥିଲା ଯେ ଭାରତର ଅର୍ଥନୀତିକୁ କିପରି ଟ୍ରାକ୍‌କୁ ଫେରାଇ ଆଣାଯିବ। ଏବେ ଏଥିରେ ଢ଼େର ଅଗ୍ରଗତି ହୋଇଛି। 

ବର୍ଷ ୨୦୧୩-୧୪ରେ ମନମୋହନ ସରକାରଙ୍କ ବଜେଟ ୧୬ ଲକ୍ଷ କୋଟିର ଥିଲା। ଆଜି ଏହା ତିନିଗୁଣ ବଢ଼ି ୧୬ ଲଖ୍ୟରୁ ୪୮ ଲକ୍ଷ କୋଟିରେ ପହଞ୍ଚିଛି।ମରୁଡ଼ି, ଝଡ଼ ବାତ୍ୟା, କରୋନା ଭଳି ସଙ୍କଟର ସାମ୍ନା କରିଛି ଭାରତ। ଏତେ ବଡ କରୋନା ମହାମାରୀ ସତ୍ତ୍ୱେ ଭାରତର ଆର୍ଥିକ ଚତୁରତା ସମଗ୍ର ବିଶ୍ୱ ପାଇଁ ଏକ ଆଦର୍ଶ ଅଟେ। ବିଶ୍ୱ ଅଭିବୃଦ୍ଧିରେ ଭାରତର ଅଂଶଗ୍ରହଣ ୧୬%କୁ ବୃଦ୍ଧି ପାଇଛି। ଆଜି ଦେଶ ଏକ ବିକଶିତ ଭାରତର ସଂକଳ୍ପ ନେଇ ଚାଲିଛି। ଗତ ଦଶ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି। ଆମେ ଦେଶର ନାଗରିକଙ୍କ ଜୀବନଶୈଳୀ ଉପରେ ଧ୍ୟାନ ଦେଉଛୁ। ଆମେ ଦକ୍ଷତା ବିକାଶ ଏବଂ ରୋଜଗାର ଉପରେ ଧ୍ୟାନ ଦେଇଛୁ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ପୁଞ୍ଚିଗତ ବ୍ୟୟ ୧୦ ବର୍ଷ ମଧ୍ୟରେ ପାଞ୍ଚ ଗୁଣ ବଢ଼ି ୧୧.୧୧ ଲକ୍ଷ କୋଟିରେ ପହଞ୍ଚି ସାରିଲାଣି। ଗତ ୧୦ ବର୍ଷ ମଧ୍ୟରେ ମନ୍ତ୍ରଣାଳୟର ଆବଣ୍ଟନରେ ସରକାର ରେକର୍ଡ ବୃଦ୍ଧି ପାଇଥିବାବେଳେ ଟିକସ ହାର ସର୍ବନିମ୍ନ ସ୍ତରରେ ପହଞ୍ଚିଛି।ଭାରତ ପ୍ରତ୍ୟେକ କ୍ଷେତ୍ରର ଅର୍ଥନୀତି ଉପରେ ଧ୍ୟାନ ଦେଉଛି। ପୂର୍ବ ସରକାର ତୁଳନାରେ ଆମ ସରକାର ରେଳ ବଜେଟକୁ ୮ ଗୁଣ ବୃଦ୍ଧି କରିଛନ୍ତି। ରାଜପଥ ବଜେଟକୁ ୮ଗୁଣ ବୃଦ୍ଧି କରାଯାଇଛି। କୃଷି ବଜେଟ୍ ୪ଗୁଣ ଏବଂ ପ୍ରତିରକ୍ଷା ବଜେଟ୍ ୨ଗୁଣରୁ ଅଧିକ ବୃଦ୍ଧି କରାଯାଇଛି।

ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି ଯେ ଆମ ସରକାରଙ୍କ ଉଦ୍ଦେଶ୍ୟ ଏବଂ ପ୍ରତିବଦ୍ଧତା ସ୍ପଷ୍ଟ, ଆମେ ବିକଶିତ ଭାରତ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛୁ। ଆମେ ଶୀଘ୍ର ଅଫଶୋର ମିନେରାଲ୍ ବ୍ଲକ୍ ନିଲାମ ଆରମ୍ଭ କରିବୁ। ଆଜି ଭାରତ ମୋବାଇଲ୍ ଫୋନର ସର୍ବୋଚ୍ଚ ଉତ୍ପାଦକ ଅଟେ। ଆଜି ଭାରତରେ ୧.୪୦ ଲକ୍ଷ ଷ୍ଟାର୍ଟଅପ୍ ଅଛି ଏବଂ ଆଠ କୋଟି ଲୋକ ମୁଦ୍ରା ଲୋନ୍‌ ସହିତ ସେମାନଙ୍କର ବ୍ୟବସାୟ ଆରମ୍ଭ କରିଛନ୍ତି।