ଗତକାଲି ମଧ୍ୟ ଏକ ପୋଷ୍ଟରେ ଦୂତୀ ଲେଖିଥିଲେ, ବ୍ୟକ୍ତି ଯେତେବେଳେ କୌଣସି ଶିଖରରେ ପହଞ୍ଚି ଯାଇଥାଏ ସେତେବେଳେ ସମସ୍ତଙ୍କୁ ସେହି ବ୍ୟକ୍ତିଙ୍କର ସଫଳତା ହିଁ କେବଳ ଦେଖାଯାଇଥାଏ । କିନ୍ତୁ ଶିଖରରେ ପହଞ୍ଚିବାର ସେହି ସଫଳତା ପାଇଁ କେତେ ବେଶୀ ଆବୁଡ଼ା ଖାବୁଡ଼ା ରାସ୍ତା ଦେଇ ଗତି କରିବାକୁ ପଡିଥାଏ, କେତେ ଥର ପଡି ଉଠି ଖଣ୍ଡିଆ ଖାବୁରା ହେବାକୁ ପଡିଥାଏ, କେତେ ଥର ମନ ଭାଙ୍ଗି ଗୁମ ହେଇ ବସି ପଡ଼ିବାକୁ ପଡିଥାଏ ପୁଣି ସେ ମନକୁ ସଜାଡି ସମ୍ଭାଳି ଉଠିବାକୁ ପଡିଥାଏ; ସେ କଥା କେବଳ ସଫଳତା ପାଇଥିବା ବ୍ୟକ୍ତିଟି ହିଁ କହିପାରିବ ।
Trending Photos
ଭୁବନେଶ୍ୱର: କିଟ୍ ଘଟଣାକୁ ନେଇ ରାଜ୍ୟରେ ଚର୍ଚ୍ଚା ଆଲୋଚନା ଥମିନଥିବା ସମୟରେ ଦୂତୀ ଚାନ୍ଦଙ୍କ ସୋସିଆଲ ମିଡିଆ ପୋଷ୍ଟ ଏହି ଚର୍ଚ୍ଚାକୁ ଅଧିକ ବଢାଇଛି । ଦୂତି ଲଗାତାର ଭାବେ କିଟ୍ ଏବଂ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସପକ୍ଷରେ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି । ଯେଉଁଥିରେ ଶହଶହ ସୋସିଆଲ ମିଡିଆ ୟୁଜର୍ସ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।
ଦୂତୀ ଆଜି ଫେସବୁକରେ ଲେଖିଛନ୍ତି ଯେ, "ଅଚ୍ୟୁତ ସାର୍ ଙ୍କ ନାଁରେ ଯେତେ ଅପପ୍ରଚାର କଲେ ବି କିଛି ଫରକ ପଡ଼ିବନି" କିଟ୍ ଆମର ଗର୍ବ ଓ ଗୌରବ । ଶିକ୍ଷାର ବିକାଶରେ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ ପ୍ରଶଂସନୀୟ।
ଗତକାଲି ମଧ୍ୟ ଏକ ପୋଷ୍ଟରେ ଦୂତୀ ଲେଖିଥିଲେ, ବ୍ୟକ୍ତି ଯେତେବେଳେ କୌଣସି ଶିଖରରେ ପହଞ୍ଚି ଯାଇଥାଏ ସେତେବେଳେ ସମସ୍ତଙ୍କୁ ସେହି ବ୍ୟକ୍ତିଙ୍କର ସଫଳତା ହିଁ କେବଳ ଦେଖାଯାଇଥାଏ । କିନ୍ତୁ ଶିଖରରେ ପହଞ୍ଚିବାର ସେହି ସଫଳତା ପାଇଁ କେତେ ବେଶୀ ଆବୁଡ଼ା ଖାବୁଡ଼ା ରାସ୍ତା ଦେଇ ଗତି କରିବାକୁ ପଡିଥାଏ, କେତେ ଥର ପଡି ଉଠି ଖଣ୍ଡିଆ ଖାବୁରା ହେବାକୁ ପଡିଥାଏ, କେତେ ଥର ମନ ଭାଙ୍ଗି ଗୁମ ହେଇ ବସି ପଡ଼ିବାକୁ ପଡିଥାଏ ପୁଣି ସେ ମନକୁ ସଜାଡି ସମ୍ଭାଳି ଉଠିବାକୁ ପଡିଥାଏ; ସେ କଥା କେବଳ ସଫଳତା ପାଇଥିବା ବ୍ୟକ୍ତିଟି ହିଁ କହିପାରିବ ।
ଅନ୍ୟଏକ ପୋଷ୍ଟରେ ଦୂତୀ ଲେଖିଛନ୍ତି, କିଟ୍ ଓ କିସ୍ ର କିଛି କର୍ମଚାରୀମାନଙ୍କ ପାଇଁ ଆଜି କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତ ବଦନାମ ହେଇଛନ୍ତି। କିଟ୍ ବିଶ୍ୱବିଦ୍ୟାଳୟର କିଛି କର୍ମଚାରୀ ଅଛନ୍ତି ଯେଉଁମାନେ ନିଜକୁ ସର୍ବ ଶେଷ୍ଠ ମାନନ୍ତି। କାହାକୁ କିପରି ବ୍ୟବହାର କରାଯିବା କଥା ସେମାନେ ଭୁଲିଯାଆନ୍ତି। ମୁଁ ଅନୁରୋଧ କରିବି ଡ଼କ୍ଟର ଅଚ୍ୟୁତ ସାମନ୍ତଙ୍କୁ ଯେଉଁମାନଙ୍କ ପାଇଁ ଆଜି କିଟ୍ ଓ କିସ୍ ସାରା ବିଶ୍ୱରେ ବଦନାମ ହୋଇଛି। ଯଥାଶୀଘ୍ର ସେହି କର୍ମଚାରୀମାନଙ୍କୁ କିଟ୍ ଅନୁଷ୍ଠାନରୁ ବିଦା କରନ୍ତୁ। ଆଉ ଆଗକୁ ଯେପରି ଏ ଭଳି ପରିସ୍ଥିତି ନ ଉପୁଜେ ତା ପ୍ରତି ଧ୍ଯାନ ଦିଅନ୍ତୁ। ଜୟ ଜଗନ୍ନାଥ ।
ଘଟଣା ଦିନ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ଦୂତୀ ଲେଖିଥିଲେ ଯେ, କିଟ୍ ବିଶ୍ବବିଦ୍ୟାଳୟରେ ଜଣେ ଛାତ୍ରୀ ମୃତ୍ୟୁ ଅତନ୍ତ୍ୟ ଦୁଃଖଦାୟକ। କିନ୍ତୁ କିଛି କୁଚକ୍ରି ଗୋଷ୍ଠୀ, କିଟ୍ କୁ ବଦନାମ କରିବା ପାଇଁ କାଲିଠୁ ଲାଗିଛନ୍ତି, ଏହି ପ୍ରସଙ୍ଗର ଗୋଟିଏ ପାର୍ଶ୍ୱ ଦେଖାଯାଇ ଅନୁଷ୍ଠାନର ଛବିକୁ ନଷ୍ଟ କରାଯାଉଛି। ପୁଲିସ ଅନୁସନ୍ଧାନ କରୁଛି। ଅପେକ୍ଷା କରନ୍ତୁ, ସତ୍ୟ ନିଶ୍ଚୟ ସାମ୍ନାକୁ ଆସିବ। କିଟ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଏକ ଦୁଃଖଦ ଘଟଣା. ଏଥିରେ ଅଚ୍ୟୁତ ସାମନ୍ତଙ୍କୁ ଯେଉଁମାନେ ଦାୟୀ କରୁଛନ୍ତି ସେମାନେ ଘଟଣାର ପୃଷ୍ଠଭୂମିକୁ ବିଚାରକୁ ନେବା ଦରକାର. ଯୋଉ ବିଧାୟକ ବାବୁ ସିଂହ କହୁଛନ୍ତି ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବା ପାଇଁ ଅଚ୍ୟୁତ ସାମନ୍ତ ହଜାର ହଜାର ପିଲାଙ୍କୁ ମଣିଷ କରିଛନ୍ତି । ବାବୁ ସିଂ 5 ବର୍ଷ ଭିତରେ 5 ଟା ପିଲାକୁ ମଣିଷ କରିକୀ ଦେଖନ୍ତୁ,,, ତା ପରେ ଜାଣିବ ଗୋଟିଏ ଶିକ୍ଷା ଅନୁଷ୍ଠାନ ଗଡି ତୋଳି ହଜାର ହଜାର ଆଦିବାସୀଙ୍କ ପିଲାମାନଙ୍କ ଭବିଷ୍ୟତ ଗଢିବା କେତେ କଷ୍ଟ। 'କିଟ୍'ରେ ଜଣେ ନେପାଳୀ ଛାତ୍ରୀଙ୍କ ପ୍ରେମଜନିତ ଆତ୍ମହତ୍ୟା ଓ ତତପରବର୍ତ୍ତୀ ଘଟଣା ନିଶ୍ଚିତଭାବରେ ଅପ୍ରତ୍ୟାଶିତ, ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ। ତେବେ ତାକୁ ନେଇ ଏବେ ଯେଉଁ ହୀନ ରାଜନୀତି ଆରମ୍ଭ ହୋଇଛି ଏବଂ ଦୁଷ୍ଟଶକ୍ତିମାନେ ନିଜ ନିଜର ବ୍ୟକ୍ତିଗତ ଏଜେଣ୍ଡାକୁ ପୂରଣ କରିବା ପାଇଁ ଲାଗିପଡିଛନ୍ତି,ତାହା ଅତ୍ୟନ୍ତ ଲଜ୍ଜାଜନକ ଓ ବିପଜ୍ଜନକ। ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାରେ ସଂପୃକ୍ତ ଛାତ୍ର ଏହାମଧ୍ୟରେ ଗିରଫ ହୋଇସାରିଲେଣି,ଘଟଣା ପରବର୍ତ୍ତୀ ମାମଲାରେ ସଂପୃକ୍ତ କେତେଜଣ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସାରିଲାଣି, ୟୁନିଭର୍ସିଟିରୁ ସାଇନ୍ ଏ ଡାଏ ପ୍ରତ୍ୟାହାର କରିନିଆଗଲାଣି,ୟୁନିଭର୍ସିଟି ପକ୍ଷରୁ କ୍ଷମାପ୍ରାର୍ଥନା କରାଗଲାଣି,ସର୍ବୋପରି ସମଗ୍ର ଘଟଣାର ତଦନ୍ତ ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ସରକାର ଗଠନ କରିସାରିଲେଣି। ଏସବୁ ସତ୍ତ୍ୱେ 'ନଇଁପଡିଥିବୁ ଯେତିକିବେଳେ,ବିଧାଟେ ମାରିବି ସେତିକିବେଳେ' ଭଳି ଅସହିଷ୍ଣୁ ଚିନ୍ତାଧାରାରେ ଏହି ଘଟଣାକୁ ଯେଉଁ ଢଙ୍ଗରେ ପ୍ରଚାର ପ୍ରସାର କରାଯାଉଛି,ନିଜନିଜ ଏଜେଣ୍ଡା ଅନୁସାରେ ନୂଆନୂଆ କାହାଣୀ ରଚାଯାଉଛି,ତାହା ଅତ୍ୟନ୍ତ ନିନ୍ଦନୀୟ। ଆଶା କରିବା ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଏ ସଂପର୍କରେ ସଠିକ ତଦନ୍ତ କରି ସଠିକ ନିର୍ଣ୍ଣୟ ନେବେ। ସେତେଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। କିଟ୍ ବିଶ୍ୱବିଦ୍ୟାଳୟର କାମ୍ପସ ଭିତରେ ହୋଇଥିବା ଦୁର୍ଘଟଣା ବିଷୟରେ ଆଜି ଗଣମାଧ୍ୟମରେ ଖବର ଶୁଣି ମୁ ବହୁତ ଦୁଃଖିତ। ଭଗବାନଙ୍କ ନିକଟ ରେ ପ୍ରାର୍ଥନା କରୁଛି ଭଗବାନ ଏ ବିପଦପୂର୍ଣ୍ଣ ସମୟରେ ଆପଣଙ୍କୁ ଆଶୀର୍ବାଦ ସହିତ ଆପଣଙ୍କୁ ସାହାସ ଦିଅନ୍ତୁ।
Also Read- PM Kisan Yojana 19th Installment: ଏହି ଦିନ ଆସିବ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ୧୯ତମ କିସ୍ତି
Also Read- Weekly Lucky Zodiac Sign: ନୂଆ ସପ୍ତାହରେ ଲକ୍ଷ୍ମୀ ନାରାୟଣ ରାଜଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ