Advertisement
Photo Details/zeeodisha/odisha2641948
photoDetails0hindi

Accident News: ପ୍ରୟାଗରାଜରୁ ବୁଡ଼ ପକାଇ ଫେରିବା ସମୟରେ ଦୁର୍ଘଟଣା, ୭ ମୃତ

ପ୍ରୟାଗରାଜରୁ ବୁଡ଼ ପକାଇ ବସ୍‌ ଯୋଗେ ଆନ୍ଧ୍ର ପ୍ରଦେଶ ଫେରୁଥିବା ସମୟରେ ଜଗଦଲପୁର ଜିଲ୍ଲା ସିହୋରା NH ୩୦ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । 

1/5

ଟ୍ରକ୍‌ ପରେ ଟ୍ରେଲରକୁ ବସ୍‌ ଧକ୍କା ଦେବା କାରଣରୁ ୭ଜଣଙ୍କ ମୃତ୍ୟୁ ହୋଇଛି ।

2/5

କିଛି ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

3/5

ସମସ୍ତ ଶ୍ରଦ୍ଧାଳୁ ଏକ ଟ୍ରାଭେଲର ଗାଡିରେ ବସି ପ୍ରୟାଗରାଜରୁ ଫେରୁଥିଲେ । ଶ୍ରଦ୍ଧାଳୁଙ୍କୁ ନେଇ ଟ୍ରାଭେଲର ଗାଡି ସିହୋରା ତହସିଲ ପାଖରେ ଏକ ଟ୍ରକକୁ ସାମ୍ନା ପଟୁ ଧକ୍କା ଦେଇଥିଲା ବୋଲି କୁହାଯାଉଛି।  ସିମେଣ୍ଟ ବୋଝେଇ ଟ୍ରକ ରଙ୍ଗ ରୁଟରେ ଆସୁଥିବାରୁ ଏହି ଦୁର୍ଘଟଣା ଘଟିଥିଲା । 

4/5

ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣା ସ୍ଥଳରେ ଜିଲ୍ଲାପାଳ ଓ ଏସପି ମଧ୍ୟ ପହଞ୍ଚିଛନ୍ତି । 

5/5

ଅନ୍ୟପଟେ ଦିନକ ପରେ ମାଘ ପୂର୍ଣ୍ଣିମା କାରଣରୁ ତ୍ରିବେଣୀ ସଙ୍ଗମରେ ସ୍ନାନ ପାଇଁ ଛୁଟିବାରେ ଲାଗିଛି ଶ୍ରଦ୍ଧାଳୁଙ୍କ ସୁଅ। ରାସ୍ତା ଉପରେ ଅସମ୍ଭାଳ ଭିଡ଼ କାରଣରୁ ଗାଡିର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି ।