ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତ୍ରିଗ୍ରାହୀ ଯୋଗର ବିଶେଷ ମହତ୍ତ୍ୱ ରହିଛି। ଯେତେବେଳେ ତିନୋଟି ଗ୍ରହ ଗୋଟିଏ ରାଶିରେ ଏକତ୍ରିତ ହୁଅନ୍ତି ସେତେବେଳେ ତାହାକୁ ତ୍ରିଗ୍ରାହୀ ଯୋଗ କୁହାଯାଏ। କୁମ୍ଭ ରାଶିରେ ସୂର୍ଯ୍ୟ, ବୁଧ ଏବଂ ଶନିଙ୍କ ତ୍ରିଗ୍ରାହୀ ଯୋଗ ଗଠନ ଦ୍ୱାରା ବ୍ୟକ୍ତିର ଚିନ୍ତା ଶକ୍ତି ଏବଂ କଠିନ ପରିଶ୍ରମ ଉପରେ ଅନେକ ସକାରାତ୍ମକ ପ୍ରଭାବ ପଡ଼ିଥାଏ।
ମେଷ ରାଶି
ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ବ୍ୟବସାୟରେ ବିପୁଳ ଲାଭ ଅର୍ଜନ କରିବେ । ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିଲେ ଭଲ ଖବର ମିଳିପାରେ । ନିବେଶ ପାଇଁ ସମୟ ଅନୁକୁଳ । ଅଟକି ରହିଥିବା ଟଙ୍କା ଫେରି ମିଳିବାର ସମ୍ଭାବନା ଅଧିକ । ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲାଭ ମିଳିପାରେ । ପରିବାରରେ ସୁଖ ଏବଂ ସମନ୍ୱୟ ବଢିବ । ପ୍ରେମ ସମ୍ପର୍କରେ ନୂତନ ମୋଡ଼ ଆସିପାରେ । ମାନସିକ ଏବଂ ଶାରୀରିକ ସୁସ୍ଥତା ବଜାୟ ରହିବ । ଯୋଗ ଏବଂ ଧ୍ୟାନ ଆପଣଙ୍କ ଏକାଗ୍ରତା ବଜାୟ ରଖିବାରେ ସହାୟକ ହେବ।
ବୃଷ ରାଶି
କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ । ନେତୃତ୍ୱ ମିଳିବାର ସୁଯୋଗ ମିଳିପାରେ। ନୂତନ ଚାକିରି ଖୋଜୁଥିଲେ ମିଳିବାର ସମ୍ଭାବନା ରହିଛି । ବିଦେଶରେ କାମ କରୁଥିଲେ ସକାରାତ୍ମକ ଖବର ମିଳିପାରେ । ଆୟର ନୂତନ ଉତ୍ସ ଆପଣଙ୍କୁ ମିଳିପାରେ । ନିବେଶ କ୍ଷେତ୍ରରେ ଆପଣ ଲାଭଦାୟକ ଫଳାଫଳ ପାଇବେ । ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବେ । ଅର୍ଥ ସଞ୍ଚୟ କରିବାରେ ସଫଳ ହେବେ । ପରିବାରରେ ଖୁସିର ବାତାବରଣ ରହିବ। ପିଲାମାନଙ୍କଠାରୁ ଭଲ ଖବର ମିଳିପାରେ । ବିବାହଯୋଗ୍ୟ ବ୍ୟକ୍ତି ଖୁସି ଖବର ପାଇବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଋତୁକାଳୀନ ରୋଗ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ। ନିଜ ଫିଟନେସ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।
ସିଂହ ରାଶି
ଚାକିରି କ୍ଷେତ୍ରରେ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ । ବ୍ୟବସାୟରେ ନୂତନ ଯୋଜନା ପ୍ରଣୟନ କରିବା ପାଇଁ ସଠିକ ସମୟ । ସରକାରୀ ତଥା ପ୍ରଶାସନିକ କ୍ଷେତ୍ରରେ କାମ କରୁଥିଲେ ଉନ୍ନତିର ସୁଯୋଗ ପାଇବେ । କୌଣସି ସୁତ୍ରରୁ ଆର୍ଥିକ ଲାଭ ହୋଇପାରେ । ପୁରୁଣା ଯୋଜନାରୁ ଭଲ ରିଟର୍ଣ୍ଣ ମିଳିପାରେ । ଷ୍ଟକ୍ ମାର୍କେଟ ଓ ରିଅଲ୍ ଇଷ୍ଟେଟରେ ନିବେଶ କରିବାକୁ ଚାହୁଁଥିଲେ ସମୟ ଅନୁକୁଳ । ଘରେ କିଛି ଶୁଭ କାର୍ଯ୍ୟକ୍ରମ ଆୟୋଜନ ହୋଇପାରେ। ପ୍ରେମ ଜୀବନରେ ବୁଝାମଣା ଭଲ ରହିବ । ଜୀବନସାଥୀଙ୍କ ସହିତ ସମ୍ପର୍କ ମଜବୁତ ହେବ। ନିୟମିତ ବ୍ୟାୟାମ ଏବଂ ଧ୍ୟାନ କରିବା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।
ବିଛା ରାଶି
କ୍ୟାରିୟର କ୍ଷେତ୍ରରେ ଆପଣ ଅତ୍ୟନ୍ତ ଶୁଭଫଳ ପାଇବେ । ବ୍ୟବସାୟୀମାନେ ବଡ଼ ଚୁକ୍ତିନାମା କରିପାରନ୍ତି । ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିବ । ନେତୃତ୍ୱ ନେବାର ସୁଯୋଗ ପାଇବେ। ଆୟ ବଢିବାକୁ ଲାଗିବ । ସଞ୍ଚୟ କରିବା ପାଇଁ ଆପଣ ସୁଯୋଗ ପାଇବେ । ସମ୍ପତ୍ତିରେ ନିବେଶ କଲେ ଭବିଷ୍ୟତରେ ଲାଭଦାୟକ ଫଳାଫଳ ପାଇବେ । ପରିବାରରେ ସୁଖଦ ବାତାବରଣ ରହିବ । ବୈବାହିକ ଜୀବନରେ ମଧୁରତା ବଢିବ । ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ତେଣୁ ଖାଦ୍ୟପେୟର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ ।
ମକର ରାଶି
କର୍ମକ୍ଷେତ୍ରରେ କଠିନ ପରିଶ୍ରମ କାରଣରୁ ପ୍ରଶଂସିତ ହେବେ । ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ । ବ୍ୟବସାୟରେ କରିଥିବା ନୂଆ ଯୋଜନା ସଫଳ ହେବ । କୌଣସି ସୁତ୍ରରୁ ହଠାତ୍ ଟଙ୍କା ଲାଭ କରିବାର ସମ୍ଭାବନା ରହିଛି। ଆୟର ନୂତନ ଉତ୍ସ ସୃଷ୍ଟି ହେବ । ପୁରୁଣା ଋଣ ପରିଶୋଧ କରିବା ପାଇଁ ଏହା ସଠିକ୍ ସମୟ। ପାରିବାରିକ ଜୀବନରେ ଖୁସିର ଲହିରୀ ରହିବ । ପରିବାର ସଦସ୍ୟମାନେ ଆପଣଙ୍କୁ ସମର୍ଥନ କରିବେ । ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ କାର୍ଯ୍ୟଭାର ଯୋଗୁଁ ଚାପ ବଢିପାରେ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़