Pink WhatsApp Scam: ଭୁଲରେ ଡାଉନଲୋଡ କରନ୍ତୁ ନାହିଁ ପିଙ୍କ୍ ହ୍ୱାଟ୍ସଆପ୍, ନଚେତ୍ ଫସିବେ
Advertisement
Article Detail0/zeeodisha/odisha1771612

Pink WhatsApp Scam: ଭୁଲରେ ଡାଉନଲୋଡ କରନ୍ତୁ ନାହିଁ ପିଙ୍କ୍ ହ୍ୱାଟ୍ସଆପ୍, ନଚେତ୍ ଫସିବେ

Pink WhatsApp Scam: ପିଙ୍କ୍ ହ୍ୱାଟ୍ସଆପ୍ ରେ (Pink WhatsApp Scam) ହେଉଛି ଠକେଇ ! ଏଥିପାଇଁ ଆପଣଙ୍କୁ ସାବଧାନ୍ ରହିବାକୁ ପଡିବ । ନଚେତ୍ କ୍ଷଣିକ ମଧ୍ୟରେ ଆପଣ ହରାଇବେ ଆପଣଙ୍କ ମୋବାଇଲର ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ।  ପିଙ୍କ୍ ହ୍ୱାଟ୍ସଆପ୍ (Pink WhatsApp Download)ଡାଉନଲୋଡ୍ ନ କରିବାକୁ ଓଡ଼ିଶା ପୋଲିସ୍ (Odisha Police) ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ପଢନ୍ତୁ ଏହି ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Pink WhatsApp Scam: ପିଙ୍କ୍ ହ୍ୱାଟ୍ସଆପ୍ ରେ (Pink WhatsApp Scam) ହେଉଛି ଠକେଇ ! ଏଥିପାଇଁ ଆପଣଙ୍କୁ ସାବଧାନ୍ ରହିବାକୁ ପଡିବ । ନଚେତ୍ କ୍ଷଣିକ ମଧ୍ୟରେ ଆପଣ ହରାଇବେ ଆପଣଙ୍କ ମୋବାଇଲର ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ।  ପିଙ୍କ୍ ହ୍ୱାଟ୍ସଆପ୍ (Pink WhatsApp Download)ଡାଉନଲୋଡ୍ ନ କରିବାକୁ ଓଡ଼ିଶା ପୋଲିସ୍ (Odisha Police) ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏକ ଟ୍ୱିଟର ବାର୍ତ୍ତାରେ ଓଡ଼ିଶା ପୋଲିସ୍‍ ପକ୍ଷରୁ କୁହାଯାଇଛି ଯେ, ପିଙ୍କ୍ ହ୍ୱାଟ୍ସଆପ୍ (Pink WhatsApp) ସାଇବର ଲୁଟେରାଙ୍କ ଏକ ନୂଆ କୌଶଳ । ଯଦି ମୋବାଇଲକୁ ହ୍ୱାଟ୍ସଆପ୍ ଅପଡେଟ୍ କରିବାକୁ କୌଣସି ଲିଙ୍କ୍ ଆସୁଛି, ତା’ହେଲେ ଭୁଲରେ ବି ସେହି ଲିଙ୍କ୍ ରେ କ୍ଲିକ୍ ନ କରିବାକୁ ପରାମର୍ଶ ଦିଆଯାଇଛି । ସେହି ଲିଙ୍କରେ କ୍ଲିକ୍ କରିବା ମାତ୍ରେ ଫୋନରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି । ଏ ସମ୍ପର୍କରେ ସଚେତନ ହେବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ କୁହାଯାଇଛି ।

ସାବଧାନ!

Also Read: Horoscope Today 9 July 2023: ଆଜି ଏହି ୬ ରାଶିର ରହିଛି ଧନପ୍ରାପ୍ତିର ଯୋଗ, ଏହି ୩ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

Also Read: Budh Gochar 2023: ମିଥୁନ ରାଶିରେ ବିରାଜମାନ ବୁଧ, ୫ ରାଶିଙ୍କୁ ମାଲେମାଲ କରିବ ଏହି ରାଜଯୋଗ!

ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,ସାଇବର ଲୁଟେରାମାନେ ପିଙ୍କ୍ ପିଙ୍କ୍ ହ୍ୱାଟ୍ସଆପ୍ (Pink WhatsApp) ନାଁରେ ଏକ ବଡ୍ ସ୍କାମ୍ ଚଳାଇଛନ୍ତି। ଓରିଜିନାଲ ହ୍ୱାଟ୍‌ସଆପ୍‌ଠାରୁ ଏଥିରେ ଅଧିକ ଏବଂ ଭଲ ଫିଚର୍ସ ରହିଛି ବୋଲି କହି ମାର୍କେଟିଂ କରୁଛନ୍ତି ସାଇବର ଠକ। ଏମିତିକି ପିଙ୍କ୍‌ ହ୍ୱାଟ୍‌ସଆପ୍‌ ବ୍ୟବହାର ପାଇଁ ଲୋକଙ୍କ ହ୍ଵାଟ୍ସଆପ୍‌କୁ ଏକ ଲିଙ୍କ୍ କିମ୍ବା ମେସେଜ୍‌ ଆସୁଛି। ଆଉ ଏହି ହ୍ଵାଟ୍ସଆପ୍ (WhatsApp)ମେସେଜ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ପିଙ୍କ୍‌ ହ୍ଵାଟ୍ସଆପ୍ ଡାଉନ୍‌ଲୋଡ୍‌ କରିବା ପରେ ୟୁଜର୍ସଙ୍କ ମୋବାଇଲ ହ୍ୟାକ ହେଉଛି।

Also Read: Bollywood Richest Villain: କୋଟିପତି ଅଟନ୍ତି ବଲିଉଡ଼ରେ ଏସବୁ ଭିଲେନ୍, ଜାଣନ୍ତୁ କିଏ ସବୁଠାରୁ ଅଧିକ ଧନୀ?

ପିଙ୍କ୍‌ ହ୍ୱାଟ୍ସଆପ୍‌ କ’ଣ, ଜାଣନ୍ତୁ ୫ଟି ପଏଣ୍ଟରେ...

-ପିଙ୍କ୍ ହ୍ୱାଟ୍ସଆପ୍‌ (Pink WhatsApp) ଗୁଗୁଲ୍‌ ପ୍ଲେ ଷ୍ଟୋରରେ ଉପଲବ୍ଧ ନୁହେଁ। ହ୍ୟାକରମାନେ ଏହି ଆପ୍‌କୁ ଏକ ଲିଙ୍କ୍ ବା URL ମାଧ୍ୟମରେ ଭାଇରାଲ କରିଥାନ୍ତି।
-ହ୍ୱାଟ୍ସଆପ୍‌ ଭଳି ଏହା ଅବିକଳ ଦେଖାଯାଇଥାଏ, ହେଲେ ଏହା ପିଙ୍କ୍ କଲରରେ ହୋଇଥିବାରୁ ଏହାକୁ ହ୍ୟାକରମାନେ ପିଙ୍କ୍ ନାଁ ଦେଇଛନ୍ତି।
-ଏହାକୁ ଡାଉନଲୋଡ କରିବା ପାଇଁ ଲୋକଙ୍କୁ ହ୍ୟାକର୍‌ମାନେ ପ୍ରବର୍ତ୍ତାଇଥାନ୍ତି। କେହି ଯଦି ଏହାକୁ ନିଜ ମୋବାଇଲରେ ଡାଉନଲୋଡ କରିଥାନ୍ତି, ତା’ହେଲେ ମୋବାଇଲ୍‌ ହ୍ୟାକରଙ୍କ ନିୟନ୍ତଣକୁ ଚାଲିଯାଏ।
-ଫଳରେ ଅନାୟସରେ ମୋବାଇଲର ଇନବକ୍ସ ମେସେଜ ପଢିବାଠାରୁ ଆରମ୍ଭ କରି କଣ୍ଟାକ୍ଟ ନମ୍ବର ସବୁକିଛି ପାଇଥାନ୍ତି ହ୍ୟାକର
-ତେଣୁ ଏଭଳି ଲିଙ୍କ୍‌କୁ କ୍ଲିକ୍‌ ନକରିବା ଲାଗି ସାଇବର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।