Safest City in India: କ୍ରମାଗତ ଭାବେ ତୃତୀୟ ବର୍ଷ ପାଇଁ ନିରାପଦ ଘୋଷିତ ହୋଇଛି ଦେଶର ଏହି ସହର
Advertisement
Article Detail0/zeeodisha/odisha1995991

Safest City in India: କ୍ରମାଗତ ଭାବେ ତୃତୀୟ ବର୍ଷ ପାଇଁ ନିରାପଦ ଘୋଷିତ ହୋଇଛି ଦେଶର ଏହି ସହର

Safest City in India 2023: କ୍ରମାଗତ ଭାବେ ତୃତୀୟ ବର୍ଷ ପାଇଁ ନିରାପଦ ସହର ଘୋଷିତ ହୋଇଛି ଦେଶର ସାଂସ୍କୃତିକ ରାଜଧାନୀ।

 

Safest City in India: କ୍ରମାଗତ ଭାବେ ତୃତୀୟ ବର୍ଷ ପାଇଁ ନିରାପଦ ଘୋଷିତ ହୋଇଛି ଦେଶର ଏହି ସହର

Safest City in India According to NCRB Data: କ୍ରମାଗତ ତୃତୀୟ ବର୍ଷ ପାଇଁ ନିରାପଦ ସହର ଭାବେ ଉଭା ହୋଇଛି ଦେଶର ସାଂସ୍କୃତିକ ରାଜଧାନୀ ଭାବେ ଜଣାଶୁଣା କୋଲକାତା ମହାନଗରୀ। ଦେଶର ପ୍ରମୁଖ ମହାନଗରୀ ମଧ୍ୟରେ କୋଲକାତା ଠାରେ ସର୍ବନିମ୍ନ ସଂଖ୍ୟକ ଅପରାଧ ହୋଇଥିବାର ରେକର୍ଡ କରାଯାଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁସାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ସର୍ବନିମ୍ନ ସଂଖ୍ୟକ ଅପରାଧ କୋଲକାତା ମହାନଗରୀରେ ହୋଇଥିବାର ରେକର୍ଡ କରାଯାଇଛି। 

ଗତ ୨୦୨୨ ବର୍ଷର ରିପୋର୍ଟ ଅନୁସାରେ କୋଲକାତା ମହାନଗରୀରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୮୬.୫ ଅପରାଧିକ ମାମଲା ରୁଜୁ ହୋଇଥିବାର ଜଣାପଡ଼ିଛି। ସେହିପରି ପୁଣେ ଠାରେ ୨୮୦.୭ ଏବଂ ହାଇଦ୍ରାବାଦ ଠାରେ ୨୯୯.୨ ଅପରାଧିକ ମାମଲା ରୁଜୁ ହୋଇଥିବାର ଏନସିଆରବି ରିପୋର୍ଟ ଦର୍ଶାଇଛି।

ଏନସିଆରବି ରିପୋର୍ଟ ଅନୁଯାୟୀ ଗତ ୨୦୨୧ ବର୍ଷରେ କୋଲକାତା ମହାନଗରୀରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୧୦୩.୪ ଅପରାଧିକ ମାମଲା ରୁଜୁ ହୋଇଥିବାର ଜଣାପଡ଼ିଛି। ଯାହା ଚଳିତ ବର୍ଷ ହ୍ରାସ ପାଇ ୮୬.୫ ହୋଇଛି। ଗତ ୨୦୨୦ ବର୍ଷରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୧୨୯.୫ ଅପରାଧିକ ମାମଲା ରୁଜୁ ହୋଇଥିଲା। ସେହିପରି ବିଗତ ୨୦୨୧ ବର୍ଷରେ ପୁଣେ ଏବଂ ହାଇଦ୍ରାବାଦ ଠାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଯଥାକ୍ରମେ ୨୫୬.୮ ଏବଂ ୨୫୯.୯ ଅପରାଧିକ ମାମଲା ରୁଜୁ ହୋଇଥିଲା। ମୋଟ ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୧୯ ସହରରେ ଘଟିଥିବା ଅପରାଧକୁ ସମୀକ୍ଷା କରିବା ପରେ ଉପରୋକ୍ତ ମାନ୍ୟତା ପ୍ରଦାନ କରାଯାଇଛି।

ଏନସିଆରବି ରିପୋର୍ଟ ମାଧ୍ୟମରେ ଦର୍ଶାଯାଇଛି ଯେ କୋଲକାତା ସହରରେ ମହିଳାଙ୍କ ବିରୋଧରେ ଗତ ୨୦୨୧ ବର୍ଷରେ ୧୭୮୩ ଅପରାଧ ହୋଇଥିଲା। ଯାହା ଗତ ୨୦୨୨ ବର୍ଷରେ ବୃଦ୍ଧି ପାଇ ୧୮୯୦ ହୋଇଛି। କୋଲକାତା ସହରରେ ମହିଳା ବିରୋଧି ଅପରାଧ ହାର ୧ ଲକ୍ଷ ଜନସଂଖ୍ୟାରେ ୨୭.୧ ରହିଥିଲା। ଯେଉଁ ସଂଖ୍ୟା କୋଏମ୍ବାଟୁର ଠାରେ ୧୨.୯ ଏବଂ ଚେନ୍ନାଇ ଠାରେ ୧୭.୧ ତୁଳନାରେ ଅଧିକ ରହିଥିଲା।

ଚଳିତ ବର୍ଷ କୋଲକାତା ମହାନଗରରେ ମଧ୍ୟ ହିଂସାତ୍ମକ ଅପରାଧର ହ୍ରାସ ଘଟିଛି। ଯେଉଁଥିରେ ଗତ ବର୍ଷ ୩୪ ହତ୍ୟା ମାମଲା ରିପୋର୍ଟ ହୋଇଛି। ଯାହା ପୂର୍ବରୁ ୪୫ ରହିଥିଲା। ରିପୋର୍ଟ ଅନୁଯାୟୀ ଗତ ୨୦୨୧ ଏବଂ ୨୦୨୨ ବର୍ଷରେ କୋଲକାତା ମହାନଗରୀରେ ୧୧ ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଥିଲା। ଏନସିଆରବି ଅପରାଧ ରିପୋର୍ଟ  'କ୍ରାଇମ ଇନ୍ ଇଣ୍ଡିଆ ୨୦୨୨' ଦେଶର ସମସ୍ତ ୩୬ ରାଜ୍ୟ ଏବଂ କେନ୍ଦ୍ର ଅଞ୍ଚଳ ତଥା କେନ୍ଦ୍ରୀୟ ଏଜେନ୍ସି ଠାରୁ ସଂଗୃହିତ ହୋଇଥିବା ତଥ୍ୟ ଉପରେ ଆଧାରିତ।