Chhattisgarh Naxal Attack: ନକ୍ସଲ ଆକ୍ରମଣ, ଯବାନଙ୍କ ଗାଡିକୁ ଟାର୍ଗେଟ୍, ୯ ଶହୀଦ
Advertisement
Article Detail0/zeeodisha/odisha2590172

Chhattisgarh Naxal Attack: ନକ୍ସଲ ଆକ୍ରମଣ, ଯବାନଙ୍କ ଗାଡିକୁ ଟାର୍ଗେଟ୍, ୯ ଶହୀଦ

ଖବର ମୁତାବକ ନକ୍ସଲମାନେ ଯବାନଙ୍କ ଗାଡିକୁ ଟାର୍ଗେଟ୍ କରି IRD ବ୍ଲାଷ୍ଟ କରିଥିଲେ । ଏହି ଘଟଣା କୁଟ୍ରୁ ଅଞ୍ଚଳର ବେଡେରା ସ୍ଥାନରେ ହୋଇଛି ବୋଲି କୁହାଯାଉଛି । 

Chhattisgarh Naxal Attack: ନକ୍ସଲ ଆକ୍ରମଣ, ଯବାନଙ୍କ ଗାଡିକୁ ଟାର୍ଗେଟ୍, ୯ ଶହୀଦ

Chhattisgarh Naxal Attack: ଛତିଶଗଡର ନକ୍ସଲ ପ୍ରଭାବିତ ଜିଲ୍ଲା ବିଜେପୁରରୁ ବଡ ଖବର ସାମ୍ନାକୁ ଆସିଛି। ଏକ ବଡ଼ ଧରଣର ଆକ୍ରମଣ କରିଛନ୍ତି ନକ୍ସଲ । IED ବିସ୍ଫୋରଣରେ ୯ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି । ଏଥିସହ ଏକାଧିକ ଯବାନ ଗୁରୁତର ଆହତ ହୋଇଛନ୍ତି।

ଖବର ମୁତାବକ ନକ୍ସଲମାନେ ଯବାନଙ୍କ ଗାଡିକୁ ଟାର୍ଗେଟ୍ କରି IRD ବ୍ଲାଷ୍ଟ କରିଥିଲେ । ଏହି ଘଟଣା କୁଟ୍ରୁ ଅଞ୍ଚଳର ବେଡେରା ସ୍ଥାନରେ ହୋଇଛି ବୋଲି କୁହାଯାଉଛି । ନାରାୟଣପୁରରୁ ଯବାନମାନେ ଫେରିବା ସମୟରେ ଏହି ଅଘଟଣ ଘଟିଛି । DRG ଯବାନ ସ୍କର୍ପିଓ ଗାଡିରେ ଆସୁଥିଲେ।

 

 

ଆଜି ଦିନ ପ୍ରାୟ ୨ଟା ୧୫ ସମୟରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଆକ୍ରମଣରେ ଦାନ୍ତେୱାଡା DRG ୮ ଯବାନ ଏବଂ ଜଣେ ଡ୍ରାଇଭରଙ୍କୁ ମିଶାଇ ମୋଟ ୯ ଜଣ ଶହୀଦ ହୋଇଥିବା ଜଣାଯାଇଛି। ଖବରପାଇ ଘଟଣାସ୍ଥଳକୁ ଫୋର୍ସ ପଠାଯିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିବା କୁହାଯାଉଛି ।

Also Read- HMPV Infection: ପିଲାଙ୍କ ମଧ୍ୟରେ କାହିଁକି ବ୍ୟାପୁଛି ଚୀନ୍‌ର ବିପଜ୍ଜନକ ଭାଇରସ୍ ? ଆସିଲା ତୃତୀୟ ମାମଲା

Also Read- Rahu Gochar 2025: ଶନିଙ୍କ ନକ୍ଷତ୍ରରେ ରାହୁଙ୍କ ଚଳନ, ବଦଳିବ ୩ ରାଶିର ଭାଗ୍ୟ