Mahashivratri 2024: ଆଜି ପବିତ୍ର ମହାଶିବରାତ୍ରୀ, ନୂଆ ବୋହୂ ପରି ସଜେଇ ହୋଇଛି ବିଭିନ୍ନ ଶୈବପୀଠ
Advertisement
Article Detail0/zeeodisha/odisha2145992

Mahashivratri 2024: ଆଜି ପବିତ୍ର ମହାଶିବରାତ୍ରୀ, ନୂଆ ବୋହୂ ପରି ସଜେଇ ହୋଇଛି ବିଭିନ୍ନ ଶୈବପୀଠ

Mahashivratri 2024: ଆଜି ପବିତ୍ର ମହାଶିବରାତ୍ରୀ। ଏନେଇ ସଜେଇ ହୋଇଛି ବିଭିନ୍ନ ଶୈବପୀଠ। ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ ପାଇଁ ଶୈବପୀଠମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆରମ୍ଭ ହୋଇଯାଇଛି। ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି। 

Mahashivratri 2024: ଆଜି ପବିତ୍ର ମହାଶିବରାତ୍ରୀ, ନୂଆ ବୋହୂ ପରି ସଜେଇ ହୋଇଛି ବିଭିନ୍ନ ଶୈବପୀଠ

Mahashivratri 2024: ଆଜି ପବିତ୍ର ମହାଶିବରାତ୍ରୀ। ଏନେଇ ସଜେଇ ହୋଇଛି ବିଭିନ୍ନ ଶୈବପୀଠ। ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ ପାଇଁ ଶୈବପୀଠମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆରମ୍ଭ ହୋଇଯାଇଛି। ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି। ରାଜ୍ୟର ପ୍ରମୁଖ ଶୈବପୀଠ ଯଥା ପୁରୀର ଶ୍ରୀଲୋକନାଥ ପୀଠ, ରାଉରକେଲା(Rourkela)ର ବେଦବ୍ୟାସ, ଆଠଗଡର ଧବଳେଶ୍ବର, ଢେଙ୍କାନାଳର କପିଳାଶ(Kapilasha), ଆରଡିର ଆଖଣ୍ଡଳମଣି, ବାଲେଶ୍ବରର ପଞ୍ଚଲିଙ୍ଗେଶ୍ବର, ଜଳେଶ୍ବରର ଚନ୍ଦନେଶ୍ବର, ଭୋଗରାଇର ଭୁଷଣ୍ଡେଶ୍ବର, ନୟାଗଡ଼ର ଲଢୁବାବା, କୋରାପୁଟର ଗୁପ୍ତେଶ୍ବର ଭଳି ଶୈବ ପୀଠରେ ମହାଶିବରାତ୍ରୀ ଆଡ଼ମ୍ବରର ସହ ପାଳନ କରାଯାଉଛି।

ସେପଟେ ସଜେଇ ହୋଇଛି ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର। ସଫେଇଠାରୁ ଆରମ୍ଭ କରି ଫୁଲ ସଜ୍ଜା ଓ ରଙ୍ଗୀନ ଆଲୋକ ସଜ୍ଜା ଶ୍ରଦ୍ଧାଳୁଙ୍କ ମନ ମୋହୁଛି। ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମୁଖ୍ୟ ଦ୍ବାର ସହ ଫୁଲରେ ସଜେଇ ହୋଇଛି ଲିଙ୍ଗରାଜ ମନ୍ଦିର।ଭକ୍ତଙ୍କ ଶୃଙ୍ଖଳିତ  ଦର୍ଶନ ସହ ସହିତ ପରିମଳ ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ୨୪ ଘଣ୍ଟିଆ ସଫେଇ ବ୍ୟବସ୍ଥା କରାଯାଇଛି । ଏନେଇ ୩ ସିଫ୍ଟରେ କର୍ମଚାରୀମାନେ ନିୟୋଜିତ ହେବେ । ଅନ୍ୟପଟେ ଲାଇନ ଗେଟ, ଭୋଗ ମଣ୍ତପ, ଜଗମୋହନ, ଚାହାଣୀ ମଣ୍ତପ, ଉତ୍ତର ଦ୍ବାର, କେଦାରଗୌରୀ, ମୁକେଶ୍ବର ମନ୍ଦିର ଓ ଦକ୍ଷିଣ ଦ୍ବାର ମଧ୍ଯ ସଜେଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଏମସି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ ଯୋଗାଣକୁ ଗୁରୁତ୍ବ ଦିଆଯାଇଛି ।

ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପରମାଣର ପାଣି ସହ ଶୌଚାଳୟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଅଘଟଣ ରୋକିବା ପାଇଁ ବିଏମସି ହସ୍ପିଟାଲରେ ଆବଶ୍ୟକ ଡ଼ାକ୍ତରଙ୍କ ସହ ପାରା ମେଡ଼ିକାଲ ଷ୍ଟାଫ, ଆମ୍ବୁଲାନ୍ସ, ରଖିବାକୁ କୁହାଯାଇଛି । ଜାଗର ଯାତ୍ରା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ଅବରୋଧ ହଟାଉଛି ବିଏମସି । ଅଧିକ ଭିଡ଼ ହେବାକୁ ଥିବା ସ୍ଥାନ ଗୁଡ଼ିକୁ ଖାଲି କରାଯାଉଛି ।

ତେବେ ଜାଗର ଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ୩୫ତମ ଜାତୀୟ ସ୍ତରୀୟ ଭଜନ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି । ମୁମ୍ବାଇର ଖ୍ୟାତିନାମା କଳାକାର ହେମନ୍ତ ବ୍ରିଜୱାସୀ, ହୋସିୟାର ସିଂ, ଚେତନ ବ୍ରିଜୱାସୀ, ପୁନମ୍ ଭାଟିଆ ସଙ୍ଗୀତ ପରିବେଷଣ କରିବେ।

ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ନୀତିକାନ୍ତି-:

-ଭୋର ତିନିଟା ୩୦ ରୁ ଦିନ ୧୧ ଟା ଯାଏଁ ସାହାଣମେଲା ଦର୍ଶନ

-ଦିନ ୧୨ ଟାରୁ ୧୨ ଟା ୪୫ ଯାଏଁ ମହାସ୍ନାନ ଓ ବେଶ

-ଅପରାହ୍ନ ୧୨ ଟା ୪୫ ରୁ ୨ଟା ୩୦ ଯାଏଁ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା

-ଦିନ ୨ଟା ୪୫ ରୁ ୩ଟା ୪୫ ଭୋଗ ମଣ୍ଡପ

-ସନ୍ଧ୍ୟା ୭ଟା ୧୦ରୁ ୭ଟା ୩୦ ମଧ୍ୟରେ ସନ୍ଧ୍ୟା ଆଳତି

-୭ଟା ୩୦ରୁ ୮ଟା ୧୦ ପ୍ରଭୁ ଲିଙ୍ଗରାଜଙ୍କ ମାଜଣା

-ରାତି ୮ଟା ୧୦ ରୁ ୮ଟା ୫୫ ପ୍ରଭୁ ଲିଙ୍ଗରାଜଙ୍କ ଯାତ୍ରା ପୂଜା ଓ ବେଢା

-୮ଟା ୫୫ ରୁ ରାତି ୧୦ ଟା ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ , ଏହାପରେ ଉଠିବ ମହାଦୀପ।