Vande Bharat: ନୂଆ ରୂପରେ ଆସିଲା ବନ୍ଦେ ଭାରତ, ଦେଖନ୍ତୁ ଫଟୋ
Advertisement
Article Detail0/zeeodisha/odisha1888811

Vande Bharat: ନୂଆ ରୂପରେ ଆସିଲା ବନ୍ଦେ ଭାରତ, ଦେଖନ୍ତୁ ଫଟୋ

Vande Bharat Train: ନୂଆ ରୂପରେ ନବକଳେବର ହୋଇ ଆସିଛି ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମୀ ହାଇସ୍ପୀଡ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ।

Vande Bharat: ନୂଆ ରୂପରେ ଆସିଲା ବନ୍ଦେ ଭାରତ, ଦେଖନ୍ତୁ ଫଟୋ

Vande Bharat Express: ନୂଆ ରୂପରେ ଆସିଛି ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମୀ ହାଇସ୍ପୀଡ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ। ଏଥର ଟ୍ରେନ ରଙ୍ଗ ବଦଳି ଯାଇଥିବାର ଦେଖିବାକୁ ମିଳିଛି। ନୂତନ ବନ୍ଦେ ଭାରତ ଟ୍ରେନ ଦକ୍ଷିଣ ରେଳବାଇ ପକ୍ଷରୁ ସୋସିଆଲ ମିଡ଼ିଆ ଆପ୍ ଏକ୍ସ ମାଧ୍ୟମରେ ସେୟାର କରାଯାଇଛି। କେରଳ ସ୍ଥିତ ଭାରତପୁଝା ବ୍ରିଜ ଅତିକ୍ରମ କରିବା ବେଳେ ଏହାର ଫଟୋ ନିଆଯାଇଛି।  

ଦକ୍ଷିଣ ରେଳବାଇ (Southern Railway) ପକ୍ଷରୁ କାସରଗଡ଼-ତ୍ରିଭେନ୍ଦ୍ରମ୍ (Kasaragod Thiruvananthapuram Vande Bharat Express) ମଧ୍ୟରେ ଚଳାଚଳା କରୁଥିବା କମଳା ରଙ୍ଗର ବନ୍ଦେ ଭାରତ ଏକ୍ସପ୍ରେସ (Orange Vande Bharat Express) ଫଟୋ କେରଳ ସ୍ଥିତ ଭାରତପୁଝା ବ୍ରିଜ (Bharathapuzha Bridge Kerala) ଠାରେ ନିଆଯାଇଛି। ଏନେଇ ରେଳବାଇ ପକ୍ଷରୁ କୁହାଯାଇଛି ଏହି ଟ୍ରେନ ହେଉଛି ଦେଶର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଯିଏ କମଳା-ଧୂସର ରଙ୍ଗ ସହିତ ସମ୍ପୂର୍ଣ୍ଣ ନୂଆ ଅବତାରରେ (Vande Bharat New Colour) ଆସିଛି।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) କାସରଗଡ଼-ଥିରୁବନନ୍ତପୁରମ୍ ସେଣ୍ଟ୍ରାଲ ବନ୍ଦେ ଭାରତ ଏକ୍ସପ୍ରେସ (Kasaragod Thiruvananthapuram Vande Bharat Inaguration) ଉଦଘାଟନ କରିଥିଲେ। ବନ୍ଦେ ଭାରତ ଟ୍ରେନ ନବକଳେବରକୁ (Vande Bharat Newm Look) ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Railway Minister Ashwini Vaishnaw) ଉନ୍ମୋଚନ କରିଥିଲେ। ଏନେଇ ରେଳମନ୍ତ୍ରୀ କହିଛନ୍ତି ଯେ ଏହି କମଳା ରଙ୍ଗ ଦେଶର ଜାତୀୟ ପତାକା ତ୍ରିରଙ୍ଗା ଦ୍ୱାରା ଅନୁପ୍ରାଣିତ ହୋଇଛି।

ପ୍ରଥମ ଥର ପାଇଁ ବନ୍ଦେ ଭାରତ ଟ୍ରାଏଲ ରନ୍ (Vande Bharat Trial Run) ଆଇସିଏଫ୍ (ICF) ବାହାରେ ଦେଖାଯାଇଛି। ବର୍ତ୍ତମାନ କମଳା ରଙ୍ଗର ବନ୍ଦେ ଭାରତ ଟ୍ରେନ ଫଟୋ ବିଭିନ୍ନ ସୋସିଆଲ୍ ମିଡିଆ ମାଧ୍ୟମରେ ଦେଖାଯିବା ଆରମ୍ଭ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ସବୁଜ ଜଙ୍ଗଲ ଏବଂ ବ୍ରିଜ୍ ତଳେ ଏକ ନଦୀ ଥିବା କେରଳ ସ୍ଥିତ ଭାରତପୁଝା ବ୍ରିଜ ଅତିକ୍ରମ କରିବା ସମୟରେ ନୂଆ ରୂପରେ ଆସିଥିବା ବନ୍ଦେ ଭାରତ ଟ୍ରେନ୍ ଫଟୋ ନିଆଯାଇଛି।

ନିକଟରେ ରେଳ ମନ୍ତ୍ରଣାଳୟ (Ministry of Railways) ସୋସିଆଲ ମିଡ଼ିଆ ଆପ୍ ଏକ୍ସ ମାଧ୍ୟମରେ କେରଳ ଠାର ଉଭୟ ନୂଆ ଏବଂ ପୁରୁଣା ବନ୍ଦେ ଭାରତ ଟ୍ରେନ ପରସ୍ପରକୁ ଅତିକ୍ରମ କରୁଥିବା ଏକ ଆକର୍ଷଣୀୟ ଭିଡିଓ ସେୟାର କରିଥିଲା। ଆପଣଙ୍କୁ କହିରଖଛୁ ଯେ ଗତ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୯ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ପତକା ଦେଖାଇ ଉଦଘାଟନ କରିଥିଲେ। ଯାହା ପରେ ଭାରତୀୟ ରେଳବାଇ (Indian Railway) ଦ୍ୱାରା ପରିଚାଳିତ ସେମୀ ହାଇସ୍ପୀଡ ଟ୍ରେନ (Semi High Speed Train) ସଂଖ୍ୟା ଏବେ ୩୪ ହୋଇଯାଇଛି।