Indian Railway: ଅନ୍ୟ ଟ୍ରେନ୍ ପରି ନାହିଁ ଇଞ୍ଜିନ? ହେଲେ କିପରି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଉଛନ୍ତି ଲୋକ ପାଇଲଟ?
Advertisement
Article Detail0/zeeodisha/odisha1663574

Indian Railway: ଅନ୍ୟ ଟ୍ରେନ୍ ପରି ନାହିଁ ଇଞ୍ଜିନ? ହେଲେ କିପରି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଉଛନ୍ତି ଲୋକ ପାଇଲଟ?

Vande Bharat Train:  ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମି ହାଇସ୍ପୀଡ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ବେଗ ଦୃଷ୍ଟିକୋଣରୁ ସର୍ବାଗ୍ରେ ରହିଛି।  ଦେଶର "ହାଇ ସ୍ପିଡ୍ ବୁଲେଟ୍ ଟ୍ରେନ୍" କୁହାଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ, ଦେଶରେ ଚାଲୁଥିବା ଅନ୍ୟ ଟ୍ରେନ୍ ତୁଳନାରେ ସର୍ବାଧିକ ବେଗରେ ଗତି କରିଥାଏ। 

Indian Railway: ଅନ୍ୟ ଟ୍ରେନ୍ ପରି ନାହିଁ ଇଞ୍ଜିନ? ହେଲେ କିପରି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଉଛନ୍ତି ଲୋକ ପାଇଲଟ?

Vande Bharat Express: ସେବା ଯୋଗାଇବା ପର ଠାରୁ ଚର୍ଚ୍ଚାରେ ରହିଛି ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମି ହାଇସ୍ପୀଡ଼ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ। କାରଣ ଏହି ଟ୍ରେନ ଅନେକ ଦୃଷ୍ଟିକୋଣରୁ ଅନ୍ୟ ରେଳଗାଡ଼ି ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଲୋକଙ୍କ ଦ୍ୱାରା ପ୍ରଂଶସିତ ହେଉଛି ଏହି ଭିଆଇପି ଟ୍ରେନ୍। ବନ୍ଦେ ଭାରତ ଟ୍ରେନ ସହ ଜଡ଼ିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନ୍ୟ ଟ୍ରେନ ଭଳି ଏହି ରେଳଗାଡିରେ ଇଞ୍ଜିନ ନାହିଁ। ଆପଣଙ୍କ ମନରେ ବର୍ତ୍ତମାନ ପ୍ରଶ୍ନ ଆସୁଥିବା ଯେ, ବିନା ଇଞ୍ଜିନ ସହାୟତାରେ କିପରି ରେଳ ଧାରଣାରେ ଦୌଡୁଛି ବନ୍ଦେ ଭାରତ ଏକ୍ସପ୍ରେସ? ବର୍ତ୍ତମାନ ଆମେ ଆପଣଙ୍କୁ ଜଣାଇଦେବୁ ଯେ ବିନା ଇଞ୍ଜିନ ସହାୟତାରେ ବନ୍ଦେ ଭାରତ ଟ୍ରେନ୍ ଦ୍ରୁତ ବେଗରେ କିପରି ଚଳାଚଳ କରୁଛି। କୌଣସି ଇଞ୍ଜିନ ବିନା ଲୋକ ପାଇଲଟ କିପରି ଏହି ସେମି ହାଇସ୍ପୀଡ଼ ଟ୍ରେନ ଚଳାଉଛନ୍ତି। 

ଦୁଇ ଜଣ ଲୋକ ପାଇଲଟ ଚଳାଇଥାନ୍ତି ସେମି ହାଇସ୍ପୀଡ଼ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ 
ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମି ହାଇସ୍ପୀଡ଼ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ହେଉଛି ଦେଶର ପ୍ରଥମ ଇଞ୍ଜିନହୀନ ଟ୍ରେନ୍। ଲୋକୋମୋଟିଭ୍ ଅର୍ଥାତ ଇଞ୍ଜିନ ବିନା ଏହି ଇଞ୍ଜିନହୀନ ଇଲେକ୍ଟ୍ରିକ୍ ଟ୍ରେନ୍ ଚଳାଇବା ପାଇଁ ସମ୍ପୂର୍ଣ୍ଣ ସିଷ୍ଟମ୍ ଆବଶ୍ୟକ। ସେହି ସିଷ୍ଟମ କେବଳ ବନ୍ଦେ ଭାରତ ଟ୍ରେନ ବଗି ସହ ସଂଯୁକ୍ତ ହୋଇଛି। ହେଲେ ସେମି ହାଇସ୍ପୀଡ଼ ଟ୍ରେନ ଚଳାଇବା ପାଇଁ ୨ ଜଣ ଲୋକୋ ପାଇଲଟ୍ ଉପସ୍ଥିତ ରହିଥାନ୍ତି। ଆବଶ୍ୟକତା ଅନୁଯାୟୀ, ଅଧିକ ଲୋକୋ ପାଇଲଟ ମଧ୍ୟ ରଖାଯାଇ ପାରିବ। ମେକ୍ ଇନ୍ ଇଣ୍ଡିଆ ପ୍ରକଳ୍ପ ଅଧୀନରେ ନିର୍ମିତ ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଥମେ ଟ୍ରେନ-୧୮ ନାମରେ ନାମିତ କରାଯାଇଥିଲା। କାରଣ ଏହି ଟ୍ରେନ ଦେଢ ବର୍ଷ ଅର୍ଥାତ ୧୮ ମାସ ମଧ୍ୟରେ ନିର୍ମାଣ କରାଯାଇଥିଲା। 

Also Read: Indian Railway: ଦେଶରେ କେଉଁ ମାର୍ଗରେ ସର୍ବାଧିକ ବେଗରେ ଚାଲିଥାଏ ବନ୍ଦେ ଭାରତ?

 

ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଟ୍ରେନ୍ ହେଉଛି ବନ୍ଦେ ଭାରତ ଏକ୍ସପ୍ରେସ
ବନ୍ଦେ ଭାରତ ଏକ୍ସପ୍ରେସ ହେଉଛି ଏକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଟ୍ରେନ୍। ଏହାର କବାଟ ସ୍ୱୟଂଚାଳିତ ଭାବରେ ଖୋଲିଯାଏ। ଏହି ଟ୍ରେନ ୧୬ ଏୟାର କଣ୍ଡିସନର ଚେୟାର କାର କୋଚ ସହିତ ସଂଯୁକ୍ତ ହୋଇଛି। ଏହି ଟ୍ରେନ ଇକୋନୋମି ଏବଂ ଏଗଜିକ୍ୟୁଟିଭ କ୍ଲାସ ଚେୟାର ବିକଳ୍ପ ସହିତ ଉପଲବ୍ଧ। ଏଗଜିକ୍ୟୁଟିଭ କ୍ଲାସ ଶ୍ରେଣୀର ଏକ ଘୂର୍ଣ୍ଣନ କରୁଥିବା ଚେୟାର ରହିଛି। ଯାହା ୧୮୦ ଡିଗ୍ରୀ ଘୂର୍ଣ୍ଣନ କରିପାରେ। ଏହି ଟ୍ରେନ ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ଗତି କରିବାକୁ ସକ୍ଷମ। ଯଦିଓ ସୁରକ୍ଷାଗତ କାରଣରୁ ବନ୍ଦେ ଭାରତ ଟ୍ରେନ ବର୍ତ୍ତମାନ ସମୟରେ ୧୩୦ କିଲୋମିଟର ବେଗରେ ଚାଲୁଛି। ଅନେକ ଥର ଏହି ସେମି ହାଇସ୍ପୀଡ଼ ଟ୍ରେନ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ରେଳ ଧାରଣାରେ ଦୌଡ଼ିଛି। 

ବେଗ ଦୃଷ୍ଟିକୋଣରୁ ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମି ହାଇସ୍ପୀଡ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ସର୍ବାଗ୍ରେ ରହିଛି। ଦେଶର "ହାଇ ସ୍ପିଡ୍ ବୁଲେଟ୍ ଟ୍ରେନ୍" କୁହାଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ, ଦେଶରେ ଚାଲୁଥିବା ଅନ୍ୟ ଟ୍ରେନ୍ ତୁଳନାରେ ସର୍ବାଧିକ ବେଗରେ ଗତି କରିଥାଏ। ଏହି ଟ୍ରେନ୍ ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ଗତ କରିବାକୁ ସାମର୍ଥ୍ୟ ରଖିଛି। ବେଗ ଅନୁସାରେ ଏହାର ନିର୍ମାଣ ମଧ୍ୟ କରାଯାଇଛି। ହେଲ ତଥାପି, ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୩୦ କିଲୋମିଟର ସ୍ଥିର କରାଯାଇଛି। ରେଳ ଧାରଣର ଅବସ୍ଥା ଖରାପ ହେବା କାରଣରୁ ଏହାର ଗତି ଧାର୍ଯ୍ୟ ବେଗ ଠାରୁ ଧୀମା ହୋଇଯାଇଛି।