CBI Raid on IAS Officer: ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର: ଆଇଏଏସ୍‍ ବିଷ୍ଣୁପଦଙ୍କ ଘରେ ସିବିଆଇ ଚଢ଼ାଉ
Advertisement
Article Detail0/zeeodisha/odisha2650797

CBI Raid on IAS Officer: ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର: ଆଇଏଏସ୍‍ ବିଷ୍ଣୁପଦଙ୍କ ଘରେ ସିବିଆଇ ଚଢ଼ାଉ

ମାମଲାରେ ତାଙ୍କ ପଦବୀକୁ ଓ ସେବାକୁ ନେଇ ରାଜ୍ୟ ସରକାର ମଧ୍ୟ ସମାଲଷାଚିତ ହୋଇଥିଲେ। ଆଇନକୁ ତା ବାଟରେଯିବା ଲାଗି ମୁଖ୍ୟମନ୍ତ୍ରୀ ତାଙ୍କଠାରୁ ସମସ୍ତ ଦାୟିତ୍ୱ ଅପସାରଣ କରି ଜଣେ ସ୍ୱଥନ୍ତ୍ର ଅଧିକାରୀ ଭାବେ ନିଯୁକ୍ତ କରିଥିଲେ।

CBI Raid on IAS Officer: ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର: ଆଇଏଏସ୍‍ ବିଷ୍ଣୁପଦଙ୍କ ଘରେ ସିବିଆଇ ଚଢ଼ାଉ

CBI Raid on IAS Officer: ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅଧିନରେ ଦାୟିତ୍ୱ ବିହୀନ ସ୍ୱତନ୍ତ୍ର ଅଧିକାରୀ ଭାବେ କାର୍ଯ୍ୟରତ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ାଉ କରିଛି।  ଆଜି ସକାଳେ ଏକ ସ୍ୱତନ୍ତ୍ରୀ ୮ ଜଣିଆ ଦଳ ତାଙ୍କୁ ପଚରା ଉଚୁରା କରୁଥିବା ସୂଚନା ମିଳିଛି।  ଦୁଇମାସ ତଳେ ବ୍ରିଜ୍‍ ଓ ରୁଫ୍‍ କମ୍ପାନୀର ଗ୍ରୁପ୍‍ ପରିଚାଳନା ନିର୍ଦ୍ଦେଶକଙ୍କୁ ଲାଞ୍ଚ କାରବାରରେ ତାଙ୍କ ସମ୍ପୃକ୍ତିକୁ ନେଇ ଚର୍ଚ୍ଚା ହୋଇଥିଲା।  

୧୯୯୫ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଶ୍ରୀ ସେଠୀ ସେତେବଳେ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହ ଅନଦୁସୂଚିତ ଜାତି ଜନଜାତି, ସଂଖ୍ୟାଲଘୁ ବିକାଶ ବିଭାଗର କମିଶନର ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ଏହି ସମୟରେ କଲିକତାରେ ଥିବା ବ୍ରିଜ୍‍ ଓ ରୁଫ୍‍ କମ୍ପାନୀର  ଗ୍ରୁପ୍‍ ଏମ୍ଡିେ ଚଞ୍ଚଳ ମୁଖାର୍ଜୀଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାରରେ ଭୁବନେଶ୍ୱରର ଏକ ହୋଟେଲ୍ରୁ‍ ଟଙ୍କା ସହ ଗିରଫ କରିଥିଲେ ସିବିଆଇ ଅଧିକାରୀ। ଜଣେ ରିଅଲ ଇଷ୍ଟେଟ କମ୍ପାନୀର କର୍ମକର୍ତ୍ତାଙ୍କଠାରୁ ସେ ଏହି ମୋଟା ଅଙ୍କ ନେଉଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇଥିଲା। ମାମଲାର ପଚରାଉଜଚୁରା ପାଇଁ ଶ୍ରୀ ସେଠୀଙ୍କୁ ସିବିଆଇ ବାରମ୍ବାର ସମନ୍‍ ପଠାଇଥିଲେ। କିନ୍ତୁ ଶ୍ରୀ ସେଠୀ ସିବିଆଇ ଠାରେ ହାଜର ହୋଇ ନଥିଲେ। 

ମାମଲାରେ ତାଙ୍କ ପଦବୀକୁ ଓ ସେବାକୁ ନେଇ ରାଜ୍ୟ ସରକାର ମଧ୍ୟ ସମାଲଷାଚିତ ହୋଇଥିଲେ। ଆଇନକୁ ତା ବାଟରେଯିବା ଲାଗି ମୁଖ୍ୟମନ୍ତ୍ରୀ ତାଙ୍କଠାରୁ ସମସ୍ତ ଦାୟିତ୍ୱ ଅପସାରଣ କରି ଜଣେ ସ୍ୱଥନ୍ତ୍ର ଅଧିକାରୀ ଭାବେ ନିଯୁକ୍ତ କରିଥିଲେ।