Earthquake Delhi NCR Today: ଶକ୍ତିଶାଳୀ ଭୂକମ୍ପ ଝଟକାରେ କମ୍ପି ଉଠିଲା ଦିଲ୍ଲୀ-ଏନସିଆର
Advertisement
Article Detail0/zeeodisha/odisha1898531

Earthquake Delhi NCR Today: ଶକ୍ତିଶାଳୀ ଭୂକମ୍ପ ଝଟକାରେ କମ୍ପି ଉଠିଲା ଦିଲ୍ଲୀ-ଏନସିଆର

Delhi NCR Earthquake Update: ଅକ୍ଟୋବର ୩ ତାରିଖ ମଙ୍ଗଳବାର ୬.୨ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂକମ୍ପ ଝଟକାରେ କମ୍ପି ଉଠିଛି  ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତ।

Earthquake Delhi NCR Today: ଶକ୍ତିଶାଳୀ ଭୂକମ୍ପ ଝଟକାରେ କମ୍ପି ଉଠିଲା ଦିଲ୍ଲୀ-ଏନସିଆର

Magnitude 6.2 Earthquake Jolts Delhi NCR: ଅକ୍ଟୋବର ୩ ତାରିଖ ମଙ୍ଗଳବାର ଶକ୍ତିଶାଳୀ ଭୂକମ୍ପ ଝଟକାରେ କମ୍ପି ଉଠିଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର। ଏହି ଭୂକମ୍ପ ଝଟକା ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ରିକ୍ଟର ସ୍କେଲ ଅନୁସାରେ ମଙ୍ଗଳବାର ଭୂକମ୍ପର ତୀବ୍ରତା ୬.୨ ରହିଥିବାର ଜଣାପଡ଼ିଛି। 

ଅଚାନକ କମ୍ପନ ହେତୁ ଲୋକ ଭୟଭୀତ ହୋଇ ଉଠିଥିଲେ। ମଙ୍ଗଳବାର ମଧ୍ୟାନ୍ନ ୨:୫୩ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବାର ଜଣାପଡ଼ିଛି। ଦିଲ୍ଲୀ-ଏନସିଆର (Delhi-NCR) ସହ ଉତ୍ତର ପ୍ରଦେଶ (Uttar Pradesh) ଏବଂ ଉତ୍ତରାଖଣ୍ଡ (Uttrakhand) ଠାରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ (Nepal) ଠାରେ ରହିଥିବାର ଜଣାପଡ଼ିଛି। ଯାହାର ଗଭୀରତା ପୃଥିବୀ ପୃଷ୍ଠରୁ ୫ କିଲୋମିଟର ତଳେ ରହିଥିଲା। 

ମଙ୍ଗଳବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ (National Capital is Delhi) ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (National Capital Region) ଅଞ୍ଚଳ ଏବଂ ଏହାର ଆଖପାଖରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଯାଇଛି। ଭୂମିକମ୍ପ କାରଣରୁ ପୃଥିବୀ ଦୀର୍ଘ ସମୟ ଧରି କମ୍ପି ଉଠିଥିଲା। ଯାହା ପରେ ଲୋକେ ନିଜ ଘର ଏବଂ କାର୍ଯ୍ୟାଳୟରୁ ବାହାରି ଖୋଲା ସ୍ଥାନକୁ ଚାଲି ଆସିଥିଲେ। ଭୂକମ୍ପର ତୀବ୍ରତା ଏତେ ଶକ୍ତିଶାଳୀ ଥିଲା ଯେ ଉତ୍ତରାଖଣ୍ଡର ଖାଟିମା ଅଞ୍ଚଳରେ ଏହାର କମ୍ପନ ଅନୁଭୂତ ହୋଇଥିଲା।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) ଅନୁଯାୟୀ ୨ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡ଼ିଛି। ପ୍ରଥମ ଝଟକା ମଧ୍ୟାନ୍ନ ୨:୨୫ ସମୟରେ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୪.୪୬ ଥିଲା। ଏହାର ପ୍ରାୟ ଅଧ ଘଣ୍ଟା ପରେ ଅପରାହ୍ନ ୨:୫୩ ସମୟରେ ଆଉ ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ୬.୨ ରହିଥିଲା। ଏହି ଭୂକମ୍ପ ଲୋକଙ୍କୁ ଘରୁ ବାହାରକୁ ଚାଲିଯିବାକୁ ବାଧ୍ୟ କରିଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ଠାରେ ରହିଥିବାର ଜଣାପଡ଼ିଛି।

କାହିଁକି ଅନୁଭଊତ ହୋଇଥାଏ ଭୂକମ୍ପ? 
ପୃଥିବୀର ଉପର ପୃଷ୍ଠ ସାତୋଟି ଅଶ୍ମମଣ୍ଡଳୀୟ ପ୍ଲେଟ (Tectonic Plate) ଦ୍ୱାରା ଗଠିତ ହୋଇଛି। ଯେଉଁଠାରେ ଏହି ପ୍ଲେଟ ପରସ୍ପର ସହିତ ଧକ୍କା ହୁଏ, ସେଠାରେ ଭୂମିକମ୍ପ ହେବାର ଆଶଙ୍କା ରହିଥାଏ | ଯେତେବେଳେ ଏହି ପ୍ଲେଟ ପରସ୍ପରର ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରିଥାନ୍ତି, ସେତେବେଳେ ଭୂକମ୍ପ ହୋଇଥାଏ। ଯେତେବେଳେ ଏହି ପ୍ଲେଟ ପରସ୍ପର ବିରୋଧରେ ଘଷି ହୋଇଥାନ୍ତି, ସେତେବେଳେ ଏଥିରୁ ବହୁତ ଶକ୍ତି ନିର୍ଗତ ହୋଇଥାଏ। ସେହି ଘର୍ଷଣ ହେତୁ ପୃଥିବୀର ଉପର ପୃଷ୍ଠ କମ୍ପିବା ଆରମ୍ଭ କରିଥାଏ। ବେଳେବେଳେ ପୃଥିବୀ ପୃଷ୍ଠ ମଧ୍ୟ ଭାଟିଯାଏ। ଏହି ପ୍ରକ୍ରିୟା ବେଳେବେଳେ ସପ୍ତାହ କିମ୍ବା ମାସ ପର୍ଯ୍ୟନ୍ତ ଚାଲିଥାଏ। ଯେଉଁ କାରଣରୁ ଭୂମିକମ୍ପ ଅନୁଭୂତ ହେବା ପ୍ରକ୍ରିୟା ଜାରି ରହିଥାଏ।