Gujarat: କ୍ଷେତ୍ର ନିରୀକ୍ଷଣ ବେଳେ ଆଇଏସ ଅଧିକାରୀଙ୍କୁ ବନ୍ଧକ ରଖି ମାଡ଼ ମାରିଲେ ଲୋକେ, କଲେ ଏପରି କାମ
Advertisement
Article Detail0/zeeodisha/odisha1603993

Gujarat: କ୍ଷେତ୍ର ନିରୀକ୍ଷଣ ବେଳେ ଆଇଏସ ଅଧିକାରୀଙ୍କୁ ବନ୍ଧକ ରଖି ମାଡ଼ ମାରିଲେ ଲୋକେ, କଲେ ଏପରି କାମ

IAS Officer Thrashed By People  During Inspection: ମତ୍ସ୍ୟ ବିଭାଗ ନିର୍ଦ୍ଦେଶକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ୩ ଜଣ ଲୋକଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଚେଷ୍ଟା କରୁଛି। ସାବରକଣ୍ଠା ଜିଲ୍ଲା ଡିଏସପି ବିଶାଲ ବାଘେଲାଙ୍କ କହିବା ଅନୁଯାୟୀ ଏହି ଘଟଣା ସାବରବତୀ ନଦୀରେ ନିର୍ମିତ ଧରୋଇ ବନ୍ଧ ନିକଟରେ ଅବସ୍ଥିତ ଅମ୍ବାବାଡା ଗ୍ରାମରେ ଘଟିଛି। 

Gujarat: କ୍ଷେତ୍ର ନିରୀକ୍ଷଣ ବେଳେ ଆଇଏସ ଅଧିକାରୀଙ୍କୁ ବନ୍ଧକ ରଖି ମାଡ଼ ମାରିଲେ ଲୋକେ, କଲେ ଏପରି କାମ

People Thrashed an IAS Officer During Inspection: ସଦ୍ୟ ଗୁଜୁରାଟ ସାବରକଣ୍ଠା ଜିଲ୍ଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। କ୍ଷେତ୍ର ନିରୀକ୍ଷଣ କରିବାକୁ ଆସିଥିବା ଜଣେ ଆଇଏଏସ୍ ଅଧିକାରୀ ବନ୍ଧକ ରଖି ମାଡ଼ ମାରିଛନ୍ତି ଲୋକ। ଗତ ୪ ମାର୍ଚ୍ଚରେ ଏହି ଘଟଣା ଘଟିଥିଲା। ​​ଯେତେବେଳେ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଆଇଏସ ନିତିନ ସାଙ୍ଗୱାନ ତାଙ୍କ ଟିମ୍ ସହିତ ଧରୋଇ ଡ୍ୟାମ ନିକଟ ଏକ ଗ୍ରାମରେ ପହଞ୍ଚି ମାଛ ଚାଷ ସହ ଜଡିତ ଏକ ପ୍ରକଳ୍ପର ଯାଞ୍ଚ କରିଥିଲେ। ପ୍ରକଳ୍ପ ଯାଞ୍ଚ କରିବା ସମୟରେ ମତ୍ସ୍ୟଚାଷ ସହିତ ଜଡିତ କିଛି ଲୋକ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକଙ୍କୁ ଆକ୍ରମଣ କରିଥିଲେ।

ମତ୍ସ୍ୟ ବିଭାଗ ନିର୍ଦ୍ଦେଶକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ୩ ଜଣ ଲୋକଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଚେଷ୍ଟା କରୁଛି। ସାବରକଣ୍ଠା ଜିଲ୍ଲା ଡିଏସପି ବିଶାଲ ବାଘେଲାଙ୍କ କହିବା ଅନୁଯାୟୀ ଏହି ଘଟଣା ସାବରବତୀ ନଦୀରେ ନିର୍ମିତ ଧରୋଇ ବନ୍ଧ ନିକଟରେ ଅବସ୍ଥିତ ଅମ୍ବାବାଡା ଗ୍ରାମରେ ଘଟିଛି। କେଜ କଲଚର କଲଚର ଫିସିଂ ଅର୍ଥାତ କୃତ୍ରିମ ଉପାୟରେ ହେଉଥିବା ମାଛ ଚାଷ ସହ ଜଡ଼଼ିତ ଏକ ପ୍ରକଳ୍ପ ବାବଦରେ ଯାଞ୍ଚ କରିବା ପାଇଁ ଆଇଏଏସ୍ ନିତିନ ସାଙ୍ଗୱାନ୍ ସେଠାରେ ପହଞ୍ଚିଥିଲେ। ସେତେବେଳେ କିଛି ଲୋକ ତାଙ୍କ ଉପରେ ଆକ୍ରମଣ କରିଥିଲେ।

ଏହି ଘଟଣାରେ ୱଡାଲୀ ଥାନାରେ ଏକ ଏଫଆଇଆର ପଞ୍ଜୀକୃତ ହୋଇଛି। ଯେଉଁଥିରେ କୁହାଯାଇଛି ଯେ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଆଇଏସ ନିତିନ ସାଙ୍ଗୱାନ, ପଲାନପୁର ମତ୍ସ୍ୟ ବିଭାଗର ଅଧିକାରୀ ଡିଏନ ପଟେଲ ଏବଂ କିଛି କନିଷ୍ଠ କର୍ମଚାରୀ ଯାଞ୍ଚ ପାଇଁ ଆସିଥିଲେ। ଯେତେବେଳେ ନିର୍ଦ୍ଦେଶକ ନିତିନ ସାଙ୍ଗୱାନ ଫିସିଂ କଣ୍ଟ୍ରାକ୍ଟର ବାବୁ ପାରମାର କରିଥିବା ଗଡ଼ବଡ଼ କାମକୁ ଧରିଥିବା, ସେତେବେଳେ କଣ୍ଟ୍ରାକ୍ଟର ଜଣଙ୍କ ନିର୍ଦ୍ଦେଶକଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହା ପରେ ନିଜର କ୍ରୋଧ ହରାଇ ଆଣ୍ଠୁ ନିକଟରେ ନିତିନ ସାଙ୍ଗୱାନଙ୍କୁ କାମୁଡ଼ି ଦେଇଥିଲେ। ଏହା ପରେ ୪ ଜଣ ଲୋକ ଆସି ମତ୍ସ୍ୟ ବିଭାଗ ନିର୍ଦ୍ଦେଶକଙ୍କ ସହ ମାରପିଟ କରିଥଲେ। ଏହା ପରେ କଣ୍ଟ୍ରାକ୍ଟର ବାବୁ ପାରମାର ଆହୁରି ୧୦-୧୨ ଜଣ ଲୋକଙ୍କୁ ଡାକିଲେ। ଯେଉଁମାନେ ଠେଙ୍ଗା ବାଡି ନେଇ ଆସିଥିଲେ। ସେମାନେ ମତ୍ସ ବିଭାଗ ଦଳକୁ ବନ୍ଧକ ରଖିଥିଲେ।

ମତ୍ସ୍ୟ ବିଭାଗ ଅଧିକାରୀ ଡିଏନ ପଟେଲ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଯେଉଁମାନେ ମତ୍ସ୍ୟ ବିଭାଗ ଦଳକୁ ପିଟିଥିଲେ ସେମାନେ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ନିତିନ ସାଙ୍ଗୱାନଙ୍କୁ ଏକ କାଗଜରେ ଦସ୍ତଖତ କରାଇଥିଲେ। ସେମାନେ ଏପରପି କରିବା ପଛରେ କାରଣ ହେଉଛି ଯେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଏହା ପରେ ତାଙ୍କୁ ଏବଂ ଦଳକୁ ମୁକ୍ତ କରାଯିବ। ଏଫଆଇଆର ଅନୁଯାୟୀ ବାବୁ ପରମାର ଏବଂ ତାଙ୍କ ଲୋକ ମଧ୍ୟ ନିତିନ ସାଙ୍ଗନଟନ ଏବଂ ତାଙ୍କ ଦଳର ସଦସ୍ୟଙ୍କୁ ଡ୍ୟାମ ମଧ୍ୟରେ ଫିଙ୍ଗିଦେବାକୁ ଧମକ ଦେଇଥିଲେ। ପୋଲିସ ବାବୁ ପରମାର ଏବଂ ତାଙ୍କ ସହିତ ପ୍ରାୟ ୧୫ ଜଣ ଲୋକଙ୍କ ବିରୋଧରେ ଆଇପିସି ଧାରା ୩୪୬, ୧୪୭, ୧୮୯, ୩୩୨ ଏବଂ ଧାରା ୩୪୨ ଅନୁଯାୟୀ ମାମଲା ରୁଜୁ କରିଛି।