Cyclone Alert: ମାଡ଼ି ଆସୁଛି ବାତ୍ୟା; ଜାଣନ୍ତୁ ଓଡ଼ିଶାରେ କେଉଁ କେଉଁ ଜିଲ୍ଲା ଉପରେ ପକାଇବ ପ୍ରଭାବ? IMD ଡିଜି ଦେଲେ ଏହି ସୂଚନା
Advertisement
Article Detail0/zeeodisha/odisha1962698

Cyclone Alert: ମାଡ଼ି ଆସୁଛି ବାତ୍ୟା; ଜାଣନ୍ତୁ ଓଡ଼ିଶାରେ କେଉଁ କେଉଁ ଜିଲ୍ଲା ଉପରେ ପକାଇବ ପ୍ରଭାବ? IMD ଡିଜି ଦେଲେ ଏହି ସୂଚନା

Cyclone Alert: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି । ଯଦିଓ ଏହା ଓଡି଼ଶା ଉପରେ ପ୍ରଭାବ ପକାଇବ ନାହିଁ କାରଣ ଏହା ଦିଗ ବଦଳାଇଛି, ଉତ୍ତର-ଉତ୍ତର-ପୂର୍ବ ଆଡକୁ ଗତି କରୁଥିବା ଗଭୀର ଆବପାତ ଯୋଗୁଁ ଓଡ଼ିଶା ଉପରେ ହାଲୁକା ରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି । ଅନେକ ଜିଲ୍ଲା ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।

 

Cyclone Midhili Update

Cyclone Midhili Update by IMD: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ କ୍ଷେତ୍ର ଶୁକ୍ରବାର ଦିନ ଏକ ବାତ୍ୟାରେ ପରିଣତ ହୋଇପାରେ । ତେବେ ଏହି ବାତ୍ୟା ଓଡ଼ିଶା ଉପରେ ଅଧିକ ପ୍ରଭାବ ପକାଇବ ନାହିଁ, କାରଣ ଏହା ଦିଗ ବଦଳାଇ ଦେଇଛି । ଗୁରୁବାର ଦିନ ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା 
ଉମାଶଙ୍କର ଦାସ କହିଛନ୍ତି ଯେ ଗଭୀର ଚାପ କ୍ଷେତ୍ର ଉତ୍ତର ଓ ଉତ୍ତର-ପୂର୍ବ ଆଡକୁ ଗତି କରୁଥିବାରୁ ଓଡିଶାରେ ହାଲୁକା ରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ଏହା ପାରାଦୀପ ଠାରୁ ୩୮୦ କିଲୋମିଟର ଦୂରରେ ଅବସ୍ଥିତ । ଏହାର ପ୍ରଭାବ ଯୋଗୁଁ ଆଜି କେନ୍ଦ୍ରାପଡା ଓ ଜଗତ୍ସିଂହପୁର ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଉଭୟ ଜିଲ୍ଲାକୁ ଅରେଞ୍ଜ ଆର୍ଲଟ ଦିଆଯାଇଛି। ଅନ୍ୟ ଜିଲ୍ଲାରେ ହାଲୁକା ରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି ।

IMD ଡିଜି ଦେଇଛନ୍ତି ଏହି ସୂଚନା
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି IMD ଡିଜି  ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, "ଗତକାଲି ସୃଷ୍ଟି ହୋଇଥିବା ଅବାପାତ କ୍ରମଶଃ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଗତି କରୁଛି । ଗୁରୁବାର ଦିନ ସକାଳେ ଏହା ଏକ ଗଭୀର ଅବପାତରେ ରୂପ ନେଇଛି । ଏହାର କେନ୍ଦ୍ରସ୍ଥଳୀରେ ବର୍ତ୍ତମାନ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହୁଛି । ଗୁରୁବାର ଦିନ ରାତି କିମ୍ବା କାଲି ସକାଳ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ । ବାତ୍ୟା ୧୮ ତାରିଖ ସକାଳେ ବାଂଲାଦେଶର ଖେପୁପୁରା ଓ ମଙ୍ଗଳା ଅଞ୍ଚଳରେ ଉପକୂଳ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୦ ରୁ ୮୦ କିମି ରହିପାରେ ।

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ନିର୍ଦ୍ଦେଶ
ମତ୍ସ୍ୟଜୀବୀମାନଙ୍କୁ ୧୮ ନଭେମ୍ବର ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ସମୁଦ୍ର ଅଶାନ୍ତ ଯୋଗୁଁ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବାକୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଏହି ସମୟ ମଧ୍ୟରେ ଉଭୟ ସହର ମେଘୁଆ ରହିବ । ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ଯେ ପବନର ବେଗ ଘଣ୍ଟା ପ୍ରତି ୧୦-୧୫ କିଲୋମିଟର ହେବ ।

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ଗୁରୁବାର ଦିନ ସକାଳେ ଉତ୍ତର ଓ ଉତ୍ତର-ପୂର୍ବ ଆଡକୁ ଗତିକରୁଛି ଓ ଏକ ଗଭୀର ଅବପାତରେ ପରିଣତ ହୋଇଛି । ପାଣିପାଗ ବିଭାଗ ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଗଭୀର ଅବପାତ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଗତି କରିବ ଓ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇ ଶନିବାର ଦିନ ସକାଳେ ବାଂଲାଦେଶର କୁରୁପାରା ଏବଂ ମୋଙ୍ଗଲା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି।

କେତେ ରହିବ ପବନର ବେଗ?
ଲ୍ୟାଣ୍ଡଫଲ୍ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୦ ରୁ ୭୦ କିଲୋମିଟର ହୋଇପାରେ । ଏଥି ସହିତ, ନଭେମ୍ବର ୧୮ ସକାଳେ ପବନର ବେଗ ଘଣ୍ଟା ପ୍ରତି ୮୦ କିଲୋମିଟର ହୋଇପାରେ । ଏହି ପାଣିପାଗ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ କହିଛି ଯେ ଗୁରୁବାର ଦିନ ଆନ୍ଧ୍ରପ୍ରଦେଶ ଉପକୂଳ ତଥା ଏହାର ଆଖପାଖରେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ପ୍ରବଳ ପବନ ହେବାର ସମ୍ଭାବନା ରହିଛି ।