Advertisement
Photo Details/zeeodisha/odisha2656948
photoDetails0hindi

Lucky Zodiac Sign: ୨୩ ଫେବୃଆରୀରେ ସର୍ବାର୍ଥ ସିଦ୍ଧି ଯୋଗ ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 23 February 2025: ଦିନଟିରେ ସୃଷ୍ଟି ହୋଇଥିବା ଶୁଭ ଯୋଗ ପ୍ରଭାବରେ ମେଷ, ମିଥୁନ, କନ୍ୟା, କୁମ୍ଭ ଏବଂ ମୀନ ରାଶିର ଲୋକଙ୍କୁ କିପରି ଫଳାଫଳ ମିଳିବ ଆସନ୍ତୁ ଜାଣିବା ।

1/6

ମେଷ ରାଶି

ଆପଣଙ୍କ ପାଇଁ ଦିନଟି ଉତ୍ସାହଜନକ ହେବ। ଅନେକ କାମରେ ସଫଳତା ମିଳିବାରୁ ଆପଣ ଖୁସି ହେବେ। ସକାଳରୁ ହିଁ କାର୍ଯ୍ୟଗୁଡ଼ିକୁ ଶେଷ କରିବା କାମରେ ଲାଗିପଡିବେ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତିର ବାତାବରଣ ରହିବ । ବିଭିନ୍ନ ସୁତ୍ରରୁ ଲାଭ ମିଳିବାର ସମ୍ଭାବନା ରହିଛି । ବ୍ୟବସାୟରେ ଆପଣଙ୍କ ପାଇଁ ଦିନଟି ଲାଭଦାୟକ । ଆପଣଙ୍କ ପ୍ରଗତିରେ ବିରୋଧୀ ଏବଂ ଶତ୍ରୁମାନେ ଈର୍ଷା କରିପାରନ୍ତି । ଆପଣ ସେମାନଙ୍କ ପ୍ରତି ସତର୍କ ରହିବା ଆବଶ୍ୟକ। ଜୀବନସାଥୀଙ୍କୁ ଉପହାର ଦେଇପାରନ୍ତି । ପ୍ରେମ ଜୀବନରେ ସମନ୍ୱୟ ବୃଦ୍ଧି ପାଇବ ।

2/6

ମିଥୁନ ରାଶି

ଆପଣଙ୍କ ପାଇଁ ଦିନଟି ଲାଭ ଆଣିଦେବ । ବୈବାହିକ ଜୀବନ ଖୁସି ମିଳିବ । ପ୍ରତ୍ୟେକ କ୍ଷେତ୍ରରେ ଜୀବନସାଥୀଙ୍କ ଠାରୁ ସମର୍ଥନ ମିଳିବ। ଦୀର୍ଘ ଦିନରୁ ପଡ଼ି ରହିଥିବା କାର୍ଯ୍ୟ ଶେଷ କରିବେ । ଘରକୁ ଅତିଥିଙ୍କ ଆଗମନ ହୋଇପାରେ । ସାମାଜିକ କାର୍ଯ୍ୟ ସହ ଜଡିତ ଥିଲେ ମାନ ସମ୍ମାନ ବଢିବାକୁ ଲାଗିବ । ବ୍ୟବସାୟରେ ଲାଭ ବଢିବ । ଆୟ ବୃଦ୍ଧି କାରଣରୁ ମନ ଖୁସି ହେବ। ନିଜ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାରେ ଆପଣ ସଫଳ ହେବେ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ ।

3/6

କନ୍ୟା ରାଶି

ଆପଣ ବିଳାସପୂର୍ଣ୍ଣ ଜିନିଷ ପ୍ରତି ଅଧିକ ଆକର୍ଷିତ ହେବେ । ବହୁ ଦିନର ଇଚ୍ଛା ପୂରଣ ହୋଇପାରେ । ସାମାଜିକ କିମ୍ବା ରାଜନୈତିକ କ୍ଷେତ୍ରରେ ସକ୍ରିୟ ଥିଲେ ମାନ ସମ୍ମାନ ପାଇବେ । ସ୍ଥଗିତ ଥିବା କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା କରିବେ । ଫ୍ୟାଶନ, ପୋଷାକ, ଅଳଙ୍କାର କାମ ସହ ଜଡିତ ଲୋକଙ୍କ ପାଇଁ ଦିନଟି ବିଶେଷ ଲାଭଦାୟକ ହୋଇପାରେ । କୌଣସି ସ୍ଥାନରୁ ଉପହାର ମିଳିପାରେ । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ସକାରାତ୍ମକ ଫଳାଫଳ ପାଇବେ। ପୁରୁଣା ପରିଚିତି ମାଧ୍ୟମରେ କିଛି ଲାଭ ମିଳିପାରେ। ଧାର୍ମିକ ସ୍ଥାନକୁ ଯିବାର ସମ୍ଭାବନା ରହିଛି ।

4/6

କୁମ୍ଭ ରାଶି

ପାରିବାରିକ ଜୀବନ ଦୃଷ୍ଟିରୁ ଦିନଟି ଭଲ । ପରିବାର ସଦସ୍ୟଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ବ୍ୟବସାୟରେ ଲାଭ ମିଳିବା ସହ ଆର୍ଥିକ ସ୍ଥିତି ସୁଦୃଢ ହେବ । ହଠାତ୍ କୌଣସି ସ୍ଥାନରୁ କିଛି ଆର୍ଥିକ ଲାଭ ମିଳିପାରେ। ସମ୍ପତ୍ତି ସମ୍ବନ୍ଧୀୟ କୌଣସି କାମ କରୁଥିଲେ ବିଶେଷ ଲାଭ ହାସଲ କରିବେ । ଘର ନିର୍ମାଣ କାର୍ଯ୍ୟରେ ଜଡିତ ଥିଲେ ଦିନଟି ଅନୁକୂଳ । ପ୍ରେମ ଜୀବନ ପାଇଁ ଦିନଟି ଭଲ ।

5/6

ମୀନ ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଆନନ୍ଦଦାୟକ । ମାନ ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ପରିବାରରେ କିଛି ଶୁଭ କାର୍ଯ୍ୟ ହୋଇପାରେ । ବିବାହ ଜନିତ ଶୁଭ ଖବର ମିଳିପାରେ । ଘରେ ଖୁସିର ବାତାବରଣ ରହିବ। ବ୍ୟବସାୟ କରୁଥିଲେ ଆପଣଙ୍କ ପାଇଁ ଲାଭର ଦିନ । ସାନ ଭାଇ ଭଉଣୀମାନଙ୍କଠାରୁ ସମର୍ଥନ ମିଳିପାରେ । ପାରିବାରିକ ଜୀବନରେ ଖୁସି ପାଇବେ । ଶିକ୍ଷାଗତ ପ୍ରତିଯୋଗିତାରେ ଆପଣ ଭଲ ପ୍ରଦର୍ଶନ କରିବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।