RBI Repo Rate: ପାର୍ବଣ ଋତୁ ପୂର୍ବରୁ ଆରବିଆଇ ଦେଲା ବଡ଼ ଉପହାର; ଚତୁର୍ଥ ଥର ବଦଳିଲା ନାହିଁ ରେପୋ ରେଟ୍
Advertisement
Article Detail0/zeeodisha/odisha1903243

RBI Repo Rate: ପାର୍ବଣ ଋତୁ ପୂର୍ବରୁ ଆରବିଆଇ ଦେଲା ବଡ଼ ଉପହାର; ଚତୁର୍ଥ ଥର ବଦଳିଲା ନାହିଁ ରେପୋ ରେଟ୍

RBI Repo Rate Latest News:  ଫେବୃଆରୀ ମାସରେ ରେପୋ ହାର ୬.୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ପରେ ଆରବିଆଇ କ୍ରମାଗତ ଚତୁର୍ଥ ଥର ପାଇଁ ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହିଁ।

 

RBI Repo Rate: ପାର୍ବଣ ଋତୁ ପୂର୍ବରୁ ଆରବିଆଇ ଦେଲା ବଡ଼ ଉପହାର; ଚତୁର୍ଥ ଥର ବଦଳିଲା ନାହିଁ ରେପୋ ରେଟ୍

RBI Repo Rate Latest Update: ପାର୍ବଣ ଋତୁ ପୂର୍ବରୁ ସାଧାରଣ ଲୋକଙ୍କୁ ଏକ ବଡ଼ ଉପହାର ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କ୍ରମାଗତ ଚତୁର୍ଥ ଥର ପାଇଁ ରେପୋ ରେଟ ପରିବର୍ତ୍ତନ କରିନାହାଁନ୍ତି। ଏଥର ମଧ୍ୟ ରେପୋ ରେଟ ୬.୫୦ ପ୍ରତିଶତ ରହିବ। ଯାହାର ଏହାର ଅର୍ଥ ହେଉଛି EMI ହାରରେ କୌଣସି ପରିବର୍ତ୍ତନ ହେବ ନାହିଁ। ମୁଦ୍ରା ନୀତି କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆରବିଆଇ ଗଭର୍ଣ୍ଣର ଜଣାଇଛନ୍ତି।

ଫେବୃଆରୀ ମାସରୁ ହୋଇନାହିଁ କୌଣସି ପରିବର୍ତ୍ତନ
ଗତ ବର୍ଷ ମେ ମାସରେ ରେପୋ ରେଟ୍ ୪ ପ୍ରତିଶତ ରହିଥିଲା। ଯାହା ଚଳିତ ବର୍ଷ ଫେବୃଆରୀ ମାସ ପର୍ଯ୍ୟନ୍ତ ୬.୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ସେବେଠାରୁ ରେପୋ ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ଋଣ ହାର ଉପରେ ପ୍ରଭାବ
ଋଣ ଉପରେ ରେପୋ ହାରର (Repo Rate) ପ୍ରଭାବ ମଧ୍ୟ ଦେଖାଯାଏ। ଯଦି ରେପୋ ହାର ବଢିଯାଏ ତାହେଲେ ବ୍ୟାଙ୍କ, କାର, ଘର ଏବଂ ବ୍ୟକ୍ତିଗତ ଋଣ ଉପରେ ସୁଧ ହାର ମଧ୍ୟ ବୃଦ୍ଧି ପାଇଥାଏ। ରେପୋ ହାରକୁ ସ୍ଥିର ରଖିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିଆଯାଇଥିବା ସାଧାରଣ ଲୋକଙ୍କୁ ବହୁତ ଆଶ୍ୱସ୍ତି ପ୍ରଦାନ କରିଛି।

ରେପୋ ହାର ସ୍ଥିର ରଖିବା ସପକ୍ଷରେ ରହିଥିଲେ ସଦସ୍ୟ
ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ (RBI Governor Shaktikanta Das) ସୂଚନା ଅନୁଯାୟୀ ମୁଦ୍ରା ନୀତି କମିଟି ସଦସ୍ୟଙ୍କ ମଧ୍ୟରୁ ୫ ଜଣ ଏହାକୁ ସ୍ଥିର ରଖିବା ନିଷ୍ପତ୍ତି ସପକ୍ଷରେ ରହିଥିଲେ। ଯାହା ପରେ ରେପୋ ହାରରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା।

ଜିଡିପି ଆକଳନ 
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ମୁଦ୍ରାସ୍ଫୀତି ଏବଂ ଜିଡିପି ଆକଳନ ପ୍ରକାଶ କରିଛନ୍ତି। ଯେଉଁଥିରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ଆକଳନ ୫.୪% ବଜାୟ ରହିଛି। ବାସ୍ତବରେ ଗତ ଥରର ବୈଠକରେ ଏହାକୁ ୫.୧ ପ୍ରତିଶତରୁ ୫.୪ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଏହା ସହିତ ପ୍ରକୃତ ଜିଡିପି ଅଭିବୃଦ୍ଧି ଆକଳନ ମଧ୍ୟ ୬.୫% ପ୍ରତିଶତରେ ବଜାୟ ରହିଛି। ଆସନ୍ତା ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ପାଇଁ ପ୍ରକୃତ ଜିଡିପି ଆକଳନ ୬.୬% ରହିଛି। 

ଦରଦାମ ବୃଦ୍ଧି

  • ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତିରେ ହ୍ରାସ ଘଟିଥିଲା। ଖୁଚୁରା ମୁଦ୍ରାସ୍ଫୀତି ୬.୮୩% କୁ ଖସି ଆସିଛି। ଯାହା ଜୁଲାଇ ମାସରେ ୭.୪୪% ରହିଥିଲା। ପନିପରିବା ମୂଲ୍ୟ ହ୍ରାସ ପାଇବାରୁ ମୁଦ୍ରାସ୍ଫୀତି କମିଥିଲା।
  • ହୋଲସେଲ ମୁଦ୍ରାସ୍ଫୀତି ହାର ଅଗଷ୍ଟ ମାସରେ -୦.୫୨ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ଜୁଲାଇ ମାସରେ -୧.୩୬ ପ୍ରତିଶତ ରହିଥିଲା। କ୍ରମାଗତ ପଞ୍ଚମ ମାସ ପାଇଁ ହୋଲସେଲ ମୁଦ୍ରାସ୍ଫୀତି ଶୂନ୍ୟ ପ୍ରତିଶତରୁ କମ୍ ରହିଥିଲା।

ଦରଦାମ ବୃଦ୍ଧି ଉପରେ ରେପୋ ହାରର ପ୍ରଭାବ
ରେପେ ହାର ମାଧ୍ୟମରେ ଆରବିଆଇ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରେ। ଯେତେବେଳେ ମୁଦ୍ରାସ୍ଫୀତି ଅଧିକ ହୁଏ ସେତେବେଳେ ରେପୋ ହାର ବୃଦ୍ଧି କରି ଅର୍ଥନୀତିରେ ଟଙ୍କା ପ୍ରବାହକୁ ହ୍ରାସ କରିବାକୁ ଚେଷ୍ଟା କରେ। ବାସ୍ତବରେ, ରେପୋ ହାରରେ ବୃଦ୍ଧି ହେତୁ ବ୍ୟାଙ୍କ ଋଣ ମହଙ୍ଗା ହେବ। ଯାହା ଅର୍ଥ ପ୍ରବାହକୁ ହ୍ରାସ କରିବ। ଯାହା ଦ୍ୱାରା ମୁଦ୍ରାସ୍ଫୀତି ମଧ୍ୟ ହ୍ରାସ ପାଇବ।