Weather Update: ରାଜ୍ୟରେ ଏବେ ଜାରି ରହିଛି ବର୍ଷା। ଆଜି ୪ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଭଦ୍ରକ, ମୟୂରଭଂଜ,କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡି଼ ସହ ବର୍ଷା ହୋଇପାରେ। ୪୦ ରୁ ୫୦ କିମି ବେଗରେ ପବନ ବହିପାରେ। ଏଥିପାଇଁ ୪ ଜିଲ୍ଲାକୁ ଅରେଜଂ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ।
ଖାଲି ଏହି ୪ ଜିଲ୍ଲା ନୁହେଁ, ଉପକୂଳ ଓ ଆଭ୍ୟନ୍ତରୀଣ ଓଡି଼ଶାର ବିଭିନ୍ନ ସ୍ଥାନରେ ଘଡ଼ଘଡି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ALSO READ: ପୁଣି ଥରେ ବଙ୍ଗୀୟ ରିତିନୀତିରେ ବିବାହ କଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା! ଦେଖନ୍ତୁ ଭିଡିଓ
ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,କଟକ, ଜଗତସିଂହପୁର, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ପୁରୀ ଓ ନୟାଗଡର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ୩୦ ରୁ ୪୦ କିମି ବେଗରେ ପବନ ବହିପାରେ। ଏହିସବୁ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣି ଜାରି ହୋଇଛି।
୨୩ ତାରିଖରେ ମୟୂରଭଂଜ,କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି।
୨୪ ତାରିଖରେ ବି ବାଲେଶ୍ବର ଓ ମୟୂରଭଂଜ ପାଇଁ ସତର୍କତା ଜାରି ହୋଇଛି। ଉତ୍ତର ଓଡି଼ଶାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ।
ट्रेन्डिंग फोटोज़