Advertisement
Photo Details/zeeodisha/odisha2656110
photoDetails0hindi

Shani Gochar 2025: ଫେବୃଆରୀ ୨୭ରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ଫିଟିବ ୫ରାଶିଙ୍କ ଭାଗ୍ୟ ;ବ୍ୟବସାୟୀଙ୍କ ସହ ଚାକିରିଆ ହେବେ ଧନୀ!

Shani Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆସନ୍ତା ଫେବୃଆରୀ ୨୭ ତାରିଖ ସକାଳ ୭ଟା ୪୦ ମିନିଟ୍ ସମୟରେ ଶନିଦେବ ଶତାବିଷ ନକ୍ଷତ୍ରରୁ ପୂର୍ବଭଦ୍ରା ନକ୍ଷତ୍ରକୁ ଚଳନ କରିବେ। ସେହି ଦିନ ଫାଲଗୁନ୍ ଅମାବାସ୍ୟା ପଡୁଛି। ଫାଲଗୁନ ଅମାବାସ୍ୟାରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗ କିଛି ରାଶି ପାଇଁ ବରଦାନ ପାଲଟିବ। ଯଦି ଜାତକ ବା ରାଶିରେ ଶନିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଧନୀ ହେବା ସହିତ ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

1/5
ବୃଷ:  ଫାଲଗୁନ ଅମାବାସ୍ୟାରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ଏହି ସମୟ ମଧ୍ୟରେ କ୍ୟାରିୟରକୁ ନେଇ କୌଣସି ପ୍ରକାର ଗୁଡ଼ ନ୍ୟୁଜ୍ ପାଇବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ କୌଣସି ଏକ ଭଲ ସଂସ୍ଥାରୁ ଚାକିରି ନେଇ ଅଫର ମିଳିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଓକିଲ ପେଶାରେ ଥିବା ବ୍ୟକ୍ତି ବିଶେଷ ମାନେ କୌଣସି କେସ୍ ଜିତିବେ। ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସଙ୍କଟ ଦୂର ହେବ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ଦିର୍ଘ ଦିନର ଗାଡି଼ କିଣିବାର ଆଶା ପୂରଣ ହେବ।    ALSO READ: Today Horoscope: ଗାଡି଼ ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ଏହିସବୁ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର? ALSO READ: ପୁଣି ଥରେ ବଙ୍ଗୀୟ ରିତିନୀତିରେ ବିବାହ କଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା! ଦେଖନ୍ତୁ ଭିଡିଓ

2/5

କର୍କଟ: ଶନିଙ୍କ କୃପାରୁ ଚମକିବ ଏହି ରାଶିର ଭାଗ୍ୟ ଚମକିବାକୁ ଯାଉଛି। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ।  ବାଣିଜ୍ୟ -ବ୍ୟବସାୟରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଯେଉଁମାନେ ବିଦେଶରେ ନୂଆ ବ୍ୟବସାସ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି। ସେମାନଙ୍କ ପାଇଁ ସମୟ ଅନକୂଳ ରହିବ। ଏହି ସମୟରେ ଆରମ୍ଭ କଲେ ଭଲ ଦ୍ବି-ପଇସା ଲାଭ ପାଇବେ।  ବାକି ପଡିଥିବା ଟଙ୍କା ପାଇବେ। ଯେଉଁ ଛାତ୍ରଛାତ୍ରୀମାନେ ବିଦେଶରେ ପାଠ ପଢିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ।  କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଖାସ୍ ରହିବ। ପ୍ରେମ ସମ୍ପର୍କ ଅଧିକ ମଜବୁତ ହେବା ସହିତ ନିଜ ସାଥୀଙ୍କ ସହିତ ଡେଟ୍ ରେ ଯିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

3/5

ବିଛା:  ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିର ଉଦୟ କରିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବାଣିଜ୍ୟ- ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବେ। ଯେଉଁମାନେ କୌଣସି ସଂସ୍ଥାରେ ପୁଞ୍ଚି ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଭଲ ରହିଛି।  ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ସେୟାର ମାର୍କେଟ୍, ଅନଲାଇନ୍ ବିଜନେସ୍ କାରବାର ଓ ସଫର୍ଟୋଓ୍ବାର କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ। ଆର୍ଥିକ ଲାଭ ବଢିବ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ଆଶା ପୂରଣ ହେବ। ଦିର୍ଘ ଦିନ ଧରି କୋର୍ଟ କଚେରୀରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଫାଟ ଦୂର ହେବ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ଭଲ ରହିବ।

4/5
ମକର: ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିକୁ ମାଲାମାଲ୍ କରିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ବଦଳାଇବା ପାଇଁ ଚେଷ୍ଟା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ଚେଷ୍ଟା ଜାରି ରଖନ୍ତୁ , ସଫଳତା ନିଶ୍ଚୟ ପାଇବେ।  ରିୟଲି- ଷ୍ଟେଟ୍ ରେ କାର୍ଯ୍ୟରତ ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ।  ବିଶେଷକରି, ସାମ୍ବାଦିକତା, ଡିଜିଟାଲ୍ ଫ୍ଲାଟ ଫର୍ମ, ଫ୍ରିଲାନ୍ସିଂ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଖାସ୍ ରହିବ। ଡାକ୍ତରୀ , ରିସର୍ଚ୍ଚ ଓ ଶିକ୍ଷା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷ କର୍ମକ୍ଷେତ୍ରରେ ସମ୍ମାନୀତ ହେବେ।  ଅବିବାହିତଙ୍କ ପାଇଁ ଘରକୁ ଭଲ ବିବାହ ପ୍ରସ୍ତାବ ଆସିବ।  ପିତାମାତାଙ୍କ ସହ  ଦୂରଯାତ୍ରା କରିବେ। ନିଜ ପତ୍ନୀଙ୍କ ପାଇଁ ଦାମୀ ଉପହାର କ୍ରୟ କରିବେ। 

5/5
ମୀନ:  ଫାଲଗୁନ ଅମାବାସ୍ୟାରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିର ଭାଗ୍ୟ ଫିଟାଇବ।  କର୍ମକ୍ଷେତ୍ରରେ ପଦୋନ୍ନତି ସହିତ  ଦରମା ବଢିବ। ବ୍ୟାଙ୍କ୍ ବାଲାନ୍ସ ବଢିବ। ବ୍ୟବସାୟୀମାନେ ନିଜ ନୂଆ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଭଲ ଦ୍ବି-ପଇସା ଲାଭ ପାଇବେ। ପୈତୃକ ସମ୍ପତ୍ତିରୁ ଅଧିକ ଲାଭ ପାଇବେ। ନିଜ ସମ୍ପର୍କୀୟ ଓ  ପରିବାର ସହିତ ହୋଇଥିବା ମତଭେଦ ଦୂର ହେବ। ଘରେ କୌଣସି ପ୍ରକାର ଶୁଭ କାର୍ଯ୍ୟ ହେବ। ନୂଆ ଘର ଓ ଗାଡି କିଣିବାର ସ୍ବପ୍ନ ସାକାର ହେବ।  ପିତାମାତାଙ୍କ ସହିତ ଧାର୍ମିକ ସ୍ଥଳ ଯାତ୍ରା କରିବେ। ପ୍ରେମୀ ଜୀବନ ବି ଭଲ ରହିବ। ସାଥୀଙ୍କ ସହିତ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ଦାମୀ ଉପହାର ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।    (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)