Railway Station Viral Video: ପାଟନା ପରେ ଏହି ରେଳ ଷ୍ଟେସନ ଠାରେ ଚାଲିଲା ଅଶ୍ଳୀଳ ବିଷୟବସ୍ତୁ! ଦେଖିବା ମାତ୍ରେ ଫୋନ ରେକର୍ଡିଂ କରିବାରେ ଲାଗିଲେ ଲୋକେ
Advertisement
Article Detail0/zeeodisha/odisha1658079

Railway Station Viral Video: ପାଟନା ପରେ ଏହି ରେଳ ଷ୍ଟେସନ ଠାରେ ଚାଲିଲା ଅଶ୍ଳୀଳ ବିଷୟବସ୍ତୁ! ଦେଖିବା ମାତ୍ରେ ଫୋନ ରେକର୍ଡିଂ କରିବାରେ ଲାଗିଲେ ଲୋକେ

Controversial Video Clips:  ଏଲଇଡ଼ି ପରଦାରେ  ଅଶ୍ଳୀଳ ବିଷୟବସ୍ତୁ ପ୍ରସାରିତ ହେବା ଘଟଣା ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। 

 

Railway Station Viral Video: ପାଟନା ପରେ ଏହି ରେଳ ଷ୍ଟେସନ ଠାରେ ଚାଲିଲା ଅଶ୍ଳୀଳ ବିଷୟବସ୍ତୁ! ଦେଖିବା ମାତ୍ରେ ଫୋନ ରେକର୍ଡିଂ କରିବାରେ ଲାଗିଲେ ଲୋକେ

Bhagalpur Railway Station: ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣକୁ ନେଇ ଚର୍ଚ୍ଚାର ପରିସରରେ ରହିଥିଲା ବିହାରର ପାଟନା ରେଳ ଷ୍ଟେସନ। ଟେଲିଭିଜନ ପରଦାରେ ଅଶ୍ଳୀଳ ଭିଡିଓ ପ୍ରସାରିତ ହେବାର ମାସେ ପରେ ଏବେ ଭାଗଲପୁରରେ ଏଭଳି ମାମଲା ସାମ୍ନାକୁ ଆସିଛି। ଭାଗଲପୁର ରେଳ ଷ୍ଟେସନ ଛାରେ ସ୍ଥାପିତ ଏକ ଏଲଇଡି ଜନସଚେତନତା ପରଦାରେ ଅଶ୍ଳୀଳ ବିଷୟବସ୍ତୁ ପ୍ରଦର୍ଶିତ ହୋଇଛି। ଭାଗଲପୁର ରେଳ ଷ୍ଟେସନ ନିକଟସ୍ଥ ଆମ୍ବେଦକର ଛକ ଠାରେ ଏକ ଏଲଇଡି ଡିସପ୍ଲେ ସ୍କ୍ରିନ ସ୍ଥାପିତ ହୋଇଛି। ସୋମବାର ଯେଉଁଠାରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରିତ ହୋଇଥିବାର କୁହାଯାଉଛି।

ଦେଖିବା ମାତ୍ରେ ଫୋନ ରେକର୍ଡିଂ କରିବାରେ ଲାଗିଲେ ଲୋକେ 
ଭାଗଲପୁର ରେଳ ଷ୍ଟେସନ ନିକଟରେ ଏଲଇଡି ଡିସପ୍ଲେ ସ୍କ୍ରିନ୍ ଦ୍ୱାରା ଅଶ୍ଳୀଳ ବିଷୟବସ୍ତୁ ପ୍ରସାରିତ ହେବା ମାତ୍ରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। କେବଳ ଏତିକି ନୁହେଁ ଏଭଳି ଦେଖିବା ମାତ୍ରେ ଫୋନ ରେକର୍ଡିଂ କରିବାରେ ଲାଗିଯାଇଥିଲେ ଲୋକେ। କିଛି ଲୋକ ଏହାକୁ ମୋବାଇଲ୍ ଫୋନ କ୍ୟାମେରା ଯୋଗେ ରେକର୍ଡିଂ କରିବା ପରେ ଏହାକୁ ସୋସିଆଲ ମିଡିଆ ମାଧ୍ୟମରେ ଅପଲୋଡ଼ କରି ଦେଇଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଭାଗଲପୁର ଜିଲ୍ଲା ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଦର୍ଶନୀ ବୋର୍ଡ ଏବଂ ଏହାର ବାର୍ତ୍ତାକୁ ହଟାଇ ଦେଇଥିଲେ।

କଣ୍ଟ୍ରୋଲ ରୁମ ଠାରେ ପରିଚାଳିତ ହୋଇଥାଏ ଡିସପ୍ଲେ ବୋର୍ଡ 
ଅନୁସନ୍ଧାନରୁ ଜଣାପଡିଛି ଯେ ଭାଗଲପୁର ନାଗର ନିଗମ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ଜୀବନ ଜାଗୃତି ସୋସାଇଟି ଏକ ଚୁକ୍ତି କରିଛି। ଲୋକଙ୍କୁ ଟ୍ରାଫିକ୍ ନିୟମ ବିଷୟରେ ଅବଗତ କରାଇବା ପାଇଁ ଭାଗଲପୁର ସହରର କିଛି ସ୍ଥାନରେ ଏଲଇଡି ଡିସପ୍ଲେ ବୋର୍ଡ ସ୍ଥାପନ କରାଯାଇଛି। ଏହି ଏଲଇଡି ଡିସପ୍ଲେ ବୋର୍ଡ ଏକ କଣ୍ଟ୍ରୋଲ ରୁମ ଠାରେ ପରିଚାଳିତ ହୋଇଥାଏ।

ଡିସପ୍ଲେ ବୋର୍ଡ ହ୍ୟାକ କରି ଦେଇଥିଲେ କିଛି ଲୋକ
ଜୀବନ ଜାଗୃତି ସୋସାଇଟି ସଭାପତି ଅଜୟ କୁମାର ଦାବି କରିଛନ୍ତି ଯେ, କିଛି ଲୋକଙ୍କ ଦ୍ୱାରା ଡିସପ୍ଲେ ବୋର୍ଡ ହ୍ୟାକ କରି ଦିଆଯାଇଥିଲା। ହ୍ୟାକ ହୋଇଯିବା କାରଣରୁ ଏଲଇଡ଼ି ପରଦାରେ ଅଶ୍ଳୀଳ ବିଷୟବସ୍ତୁ ପ୍ରଦର୍ଶିତ ହୋଇଥିଲା। ସ୍ଥାନୀୟ ଥାନା ପ୍ରଭାରୀ ଜବାହର ପ୍ରସାଦ ଯାଦବ କହିଛନ୍ତି ଯେ ଜୀବନ ଜାଗୃତି ସୋସାଇଟି ସଭାପତି ଡକ୍ଟର ଅଜୟ କୁମାରଙ୍କ ଅଭିଯୋଗ କ୍ରମେ ଆମେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ଦାଏର କରିଛୁ। ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଛୁ। ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ।

ପ୍ରଥମେ ପାଟନା ରେଳ ଷ୍ଟେସନ ଠାରେ ପ୍ରଦର୍ଶିତ ହୋଇଥିଲା ଅଶ୍ଳୀଳ ଭିଡିଓ
ଏହା ପୂର୍ବରୁ ଗତ ୨୦ ମାର୍ଚ୍ଚରେ ପାଟନା ରେଳ ଷ୍ଟେସନରେ ସ୍ଥାପିତ ଏଲଇଡି ସ୍କ୍ରିନ ଦ୍ୱାରା ଏକ ଅଶ୍ଳୀଳ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଯାହାକୁ ନେଇ ବହୁ ହଙ୍ଗାମା ହୋଇଥିଲା। ଲୋକେ ପାଟନା ରେଳ ଷ୍ଟେସନ ଠାରେ ପ୍ରଦର୍ଶିତ ହୋଇଥିବା ଭିଡିଓ ମୋବାଇଲ ଯୋଗେ ରେକର୍ଡଂ କରି ଏହାକୁ ସୋସିଆଲ ମିଡିଆ ମାଧ୍ୟମରେ ସେୟାର କରି ଦେଇଥିଲେ।